Unhook the beauty of Odia poetry dedicated to our finned friends. Dive into “Odia Kabita for Fish” and explore verses that celebrate aquatic life.
Odia Kabita for Fish
ସମୁଦ୍ର ମାଛ
ଫାଶି, ଶିଳା, କଣ୍ଟିକିଆ
ତାମିଳି ପଙ୍ଗାଶ ମୁଶାରି ଆହା
ଲୁଣା କଣ୍ଟିକା
ମେଦା ଆଦି ଯେ ପ୍ରକାର
ବାଇ ମନରେ l
ବଜିରି ତପସି ବାଜରା
ସବୁଠୁ ପ୍ରସିଦ୍ଧି ଇଲିସି ପରା
ବାଇ ମନରେ
ରପ୍ତାନୀ ମାଳକୁ ମାଳ
ବାଇ ମନରେ
ନଥା ଧୂପା ଯେ ତଣିଆ
କାଗଜା, ଛାତି କଡକଡ଼ା ବଢ଼ିଆ
କେତେ ଚିଙ୍ଗୁଡ଼ି
ଖାଇ ମାରୁଥାନ୍ତି ଯେ ଘୁଙ୍ଗୁଡ଼ି
ବାଇ ମନରେ l
ସମୁଦ୍ର ବାଉଲ ପାଇଁ
ବାଲିଆପାଳ ଯେ ଶ୍ରେଷ୍ଠ ଅଟଇ
ବାଇ ମନରେ
ଦୀଘା କଲିକତା ରପ୍ତାନୀ ହୋଇ
ବାଇମନରେ l
ବିରିହା ଶଙ୍କା ଯେ ଆଞ୍ଜି
ଭୁଣ୍ଡି ବାଲିକିଡି ତା ‘ ସାଥେ କାଞ୍ଜି
ନରା ପତର l
ବାଲିପାତା ବାଉଁଶ ପତ୍ରୀ
ବାଇ ମନରେ l
ଲୁଣା କଣ୍ଟିକା କଙ୍କଡ଼ା
ତାଉଡ଼ି ଚିଙ୍ଗୁଡ଼ି ଖୁରାଣ୍ଟ ଗୁଡ଼ା
ତାଳି ପାଟିଆ
ନହରା ଗରିବ କଢ଼ା
ବାଇ ମନରେ l
ନଡ଼ିଆଫାଳି ଓ ରୁଳି
କର ଚଡଚଡା ଦେଇ ତେନ୍ତୁଳି
ବାଇ ମନରେ
ଭାତ ପକାଇବ ଗିଳି
ବାଇ ମନରେ l
ଛେଁଚା ଶଙ୍କା ଅଧା ଝୋଳ
ବଡ କଣ୍ଟିକା ନାମ ଉଡ଼ାକଳ
ବାଇ ମନରେ
ଖାଇଲେ ଆସିବ ବଳ
ବାଇ ମନରେ l
ବାଲିଗଡ ଯେ ଝାଞ୍ଜରା
ବିଭିନ୍ନ ପ୍ରକାର କଇଁଛ ମେଳା
ବାଇ ମନରେ
ସମୁଦ୍ର ଭେଳାକୁ ଭେଳା
ବାଇ ମନରେ l
ମତ୍ସ୍ୟଜୀବୀର ଏ ଦେଶ
ବାଲିଆପାଳର ନାମ ଅଶେଷ
ବାଇ ମନରେ
ଦେବୀ ପୁଜାସାରି ମେଲି ବୋଇତ
ବାଇ ମନରେ
Odia Kabita for Fish
ମଧୁର ମାଛ
ସୁବର୍ଣ୍ଣରେଖାର ମାଛ
ସବୁ ମାଛ ମଧ୍ୟେ ଅଟଇ ସ୍ୱଚ୍ଛ
ବାଇ ମନରେ
ଏକଥା ନୁହଁଇ ମିଛ
ବାଇ ମନରେ l
ଚିଙ୍ଗୁଡ଼ି ବାଲିଆ ଭେକ୍ଟି
ଶଙ୍କା ଆଞ୍ଜୀ ଦିଏ ଆଖିତରାଟି
ରୁହି ଭାକୁଡ଼
ଜାଲରେ ପଡ଼ଇ ଲୋଟି
ବାଇ ମନରେ l
ଗଡ଼ିଆ ପୋଖରୀ ନଈ
ମଧୁର ମାଛରେ ସେ ଭରା ହୋଇ
ବାଇ ମନରେ
ଲେଖିଲେ ସରିବ ନାହିଁ
ବାଇ ମନରେ l
ଦାଣ୍ଡିଆ ମିହିରିକାଳି
କରାଣ୍ଡି କାଣ୍ଟିକା ଭଳିକି ଭଳି
ବାଲିକିଡି ଯେ
ଚେଙ୍ଗ ଗଡି ସେ ଚିଙ୍ଗୁଡ଼ି
ତୁଡ଼ିମାଳରେ l
ଶେଉଳ ବାଳିଆ ରୁହି
ଭାକୁଡ଼କୁ ଭୁଲି ହେବଟି ନାହିଁ
ବାଇ ମନରେ
ସେତ ବାଲିଆପାଳ ମାଛରେ
ବାଇ ମନରେ l
ବାଉଲ କଉ ଶେଉଳ
ପଂଗାଶ ଶିଙ୍ଗି ମାଗୁର ଚିତଳ
ଜାପାନୀ କଉ
କଣ୍ଟିକା ଖିସମିରି ଖାଉ
ବାଇ ମନରେ l
କାଳିପାଉଁସି କଣିଆ
ଫଳି ଭୂତିସୀ ମିଢ଼ ଚେଉଁଆ
ଚାଇନା ପୁଣ୍ଟି
ଗ୍ଲାସ୍ କାପ ବମ୍ ତୁଡ଼ି ଚିଙ୍ଗଡା
ବାଇ ମନରେ l
ସାଇପନାସ୍ ସିଲଭରକାପ୍
ପାଣିଆଖିଆ ବ୍ରିକେଟ ଗୋଲ୍ଡେନକାର୍ପ
ବାଇ ମନରେ
ଏତ ବାଲିଆପାଳ ମାଛରେ
ବାଇ ମନରେ l