Odia Kabita : After reading the above poem in Odia, it really feels like you have read a new story. Love and beauty are all around us but we need to see them with clear eyes. The greatest gift of this poem is that it helps you to open your eyes and see the world in a different way. Without love, nothing can be beautiful! So keep an eye out for love in your life and enjoy each moment peacefully!
I hope you enjoyed reading about the top 10 Odia poems. If you liked them, share them with your friends and family. We would be happy to receive their feedback too!
Odia kabita
ଆସୁଛି ରେ ହୋଲି
ଆସୁଛି ରେ ହୋଲି
ରଙ୍ଗ ରେ ରଙ୍ଗେଇ ମନ କୁ ନଚେଇ
ଆସୁଛି ରେ ହୋଲି
ଫଗୁ ଫଗୁ ରଙ୍ଗ ସାରା
ଦେହେ ଦେବ ବୋଳି
ଘରେ ଘରେ ସାଜ ସଜା
ପିଠା ପଣା ଭାର
ହୋଲି ର ଆଗମେ ତାହା
ହେଉଛି ପ୍ରଖର
ଆବଳ ଠାରୁ ବୃଦ୍ଧ ବନିତା ଯାଏ
ଚାହିଁ ବସିଛନ୍ତି ପରା
ହୋଲି ପ୍ରତିକ୍ଷଣେ
ନୂଆ ବହୁ ଖିଲି ଖିଲି ହୋଇ
ହସୁଥାଏ ବସି
ହୋଲି ଖେଳି ବାପ ଘରେ
ବୋଲି ଯିବ ଭାବି
ରଙ୍ଗ ପିଚକାରୀ ପୁଣି
ଅବୀର କୁ ନେଇ
ଘର ଅଗଣାରେ ଝିଅ
ମୁରୁଜ ପକିବ ନେ଼ଇ
ଖୁସି ରେ ଖୁସି ରେ
ଚାଲି ଆସ ତୁ ହୋଲି
ସାରା ମନେ ଭାରିଦେ ତୁ
ଖୁସି ର ଲହରୀ ।
କାବେରୀ ବାରିକ, ବାଲିଆପାଳ
ବାଲେଶ୍ଵର ।
ସଚେତନ ହୁଅ ସର୍ଭେ
କରନାହିଁ ହେଳା ବୁଡ଼ିଯିବ ଭେଳା
ଛାଡିଦିଅ ତାକୁ ହାଏ
କନ୍ୟାଟିଏ ପରା ରତ୍ନରୂପେ ତୁଲ୍ୟା
ବୁଝଥରେ ମଥା ପାରେ
ଜନମ ଆଗରୁ ମାଆର ଗର୍ଭରୁ
ଲିଙ୍ଗ ନିର୍ଣ୍ଣୟ କରୁଛ
ନିରୀହ ,ନିର୍ମମ କନ୍ୟା ଭ୍ରୁଣ ଟିକୁ
ଅହନ୍ତା ରେ ମାରି ଦେଉଛ
ଦେଖିବାକୁ ଦିଅ ଦୁନିଆକୁ ଥରେ
ବଞ୍ଚିବାକୁ ଦିଅ ତାଙ୍କୁ
ଝିଅଟିଏ ପରା ମାଆ ରୂପେ ସାହା
ହାତେ ରାକ୍ଷୀ ବାନ୍ଧିବାକୁ
ସେହି ଏକା ସାହା ଭରସାର ରାହା
ଦୁଇ କୁଳ ହିତ ସାଧେ
ଡାକ୍ତର, ନର୍ସ, ସୈନିକ ହୋଇଣ
ଦେଶ ଜାତି କୁ ସମ୍ଭାଳେ
ପୁଅ ଆଉ ଝିଅ ପ୍ରଭୁଙ୍କ ସୃଷ୍ଟିରେ
ଅଟେ ଅମୂଲ୍ୟ ର ଦାନ
ଝିଅ ପାଇଁ ତୁମେ ଅନ୍ୟାୟ କରନି
କରନାହିଁ ହୀନିମାନ
ଝିଅ ଟିଏ ପରା ସୃଷ୍ଟି ର ମାଧ୍ୟମ
ସୁନ୍ଦର ସଂସାର ପାଇଁ
ତା ପାଇଁ ଅନ୍ୟାୟ କରିଲେ ତୁମରେ
ସୃଷ୍ଟି ବା ବଞ୍ଚିବ କାହିଁ
ରାଜସ୍ଥାନ ର ଡିଫାନ୍ ଭଳିଆରେ
ହୋଇବ ଦିନେରେ ଦଶା
କେହି ରହିବେନି ରାକ୍ଷୀ ବାନ୍ଧିବାକୁ
ମରଣ କାଳରେ ସାହା
କରନାହିଁ ଆଉ କନ୍ୟା ଭୃଣ ହତ୍ୟା
ସଚେତନ ହୁଅ ସର୍ଭେ
ଦେଖିବାକୁ ଦିଅ ସଂସାର ପଥରେ
ଖୁସିରେ ରହିବେ ସର୍ବେ
_
କାବେରୀ ବାରିକ, ବାଲିଆପାଳ
ବାଲେଶ୍ଵର, ଚଉମୁଖ
ବାପା
ସଂସାର ର ବୋଝ କାନ୍ଧରେ ଉଠାନ୍ତି
ମୁଣ୍ଡ ଝାଳ ତୁଣ୍ଡେ ମାରି
ପୁଅ ,ଝିଅ ପାଇଁ ଆୟୁଷ ସାରନ୍ତି
କେତେ କଷ୍ଟ କରି କରି
ପାଦ ରେ ତାଙ୍କର ଛିଡ଼ା ଚପଲ ଟେ
ଭଙ୍ଗା ସାଇକେଲ ଧରି
ସଂସାର କୁ ତାଙ୍କ ସୁଖରେ ରଖନ୍ତି
ନିଜେ ଦୁଃଖ ସହି ସହି
ଟଙ୍କା,ବହି ,ଖାତା ,ଲୁଗାପଟା ଜାମା
ସବୁତ ଅଜାଡ଼ି ଥାନ୍ତି
ବିପଦେ ଆପଦେ ସାହା ହୋଇ ପାଶେ
ଆମ ପାଇଁ ଶୁଭ ମନାନ୍ତି
ଛାତିକି ତାଙ୍କର ପଥର କରିଣ
ଦୁଃଖ କୁ ସାଇତି ରଖନ୍ତି
ଆଖି ଧାର ଲୁହ ଓଠରେ ପିଇ
ଆମରି ଭବିଷ୍ୟ ଗଢ଼ନ୍ତି
ତାଙ୍କରି ଆଦର୍ଶେ ଗଢିଲେ ଆମକୁ
ପର ପାଇଁ ଉପକାରୀ
ଖାଇବାକୁ ଦାନା ,ପିନ୍ଧିବାକୁ କନା
ସବୁବେଳେ ଦରକାରୀ
ଅନ୍ୟାୟ କୁ ସଦା ପାଶୋରୀ ଥାନ୍ତି
ସତ୍ ରେ ରହିବା ପାଇଁ
ସତ୍ ସଙ୍ଗ, ସତ୍ କର୍ମେ ଜୀବନ ଗଢିଲେ
ସୁଖ ତା ଆସିବ ଧାଇଁ
_*
କାବେରୀ ବାରିକ
ବାଲିଆପାଳ, ବାଲେଶ୍ଵର
ଶିଶୁ କବିତା – କିଏ ବଡ଼
କୁନୁ ,ମୁନୁ ,ଚୁନୁ ତିନିହେଁ
ଗୁରୁ ପାଖକୁ ଗଲେ
କହିଲେ ଗୁରୁ ବୁଝି ପାରୁନୁ
ସଂସାରେ ବଡ଼ କିଏ
କହିଲେ ଗୁରୁ ବୋକା ପିଲାଏ
ଜାଣିନ ଏଇ କଥା
ମାଆ ହେଉଛି ସବୁଠୁ ବଡ଼
ହେଜରେ ଏଇ କଥା
ନାହିଁ ତା ମନେ ରାଗ କି ହିଂସା
ନାହିଁ ତା ମନେ କ୍ରୋଧ
ପରକୁ ଆପଣା କରି ପାରଇ
ସେଇତ ଜଗତେ ଶ୍ରେଷ୍ଠ
ସରଗ ଠାରୁ ବଡ଼ ସେ ଅଟେ
ମମତା ର ସେ ଧାରା
ତାରି ଭିତରେ ବିରାଜି ଥାନ୍ତି
ଦେବ ଦେବାଦୀ ପରା
ନ ଖାଇ ସିଏ ଚାହିଁ ବସିଥାଏ
ତୁମ ଫେରିବା ଯାଏ
ମମତାମୟୀ ,ସେନେହମୟୀ
ମାଆ ଆମରି ସିଏ
ଦୟା ,କ୍ଷମା, ସହନଶୀଳତା
ତାରି ଭିତରେ ଥାଏ
କଷ୍ଟ ହେଲେବି କୁହେନି ଜମା
ସବୁତ ସହି ଯାଏ
ଠାକୁରଙ୍କ ପାଖେ ଶୁଭ ମନାସେ
ପିଲାଙ୍କ ଭବିଷ୍ୟ ପାଇଁ
ପିଲାଙ୍କ ଖୁସିରେ ଖୁସି ସେ ହୁଏ
ସବୁଦିନ ରହେ ସତେ ଚାହିଁ
ପିଲାଏ ଶୁଣି କହିଲେ ଗୁରୁ
ବୁଝିଲୁ ଆମେ ଯାହା
ମାଆ ସୁଖରେ ହୋଇବା ସୁଖୀ
ଭାବି ଜୀବନ ନାହା ।।
__*
କାବେରୀ ବାରିକ, ବାଲିଆପାଳ
ବାଲେଶ୍ଵର, ଚୌମୁଖ
ଏଇ ମୋ ଉତ୍କଳ ଭୂଇଁ
ଏଇ ମୋ ଉତ୍କଳ ଭୂଇଁ ଯାହାର ତୁଳନା ନାହିଁ
ସବୁଜ ସୁନ୍ଦର ପରିବେଶ ତାର
କିଏ ବା ଭୁଲିଛି କାହିଁ
ଉଣେଇଶି ଶହ ଛତିଶି ମସିହା
ଏପ୍ରିଲ୍ ମାସର ପହିଲା
ଉତ୍କଳ ପ୍ରଦେଶେ ମାନ୍ୟତା ପାଇଲା
କେତେ ସୁନାମ ସେ ଅର୍ଜିଲା
ମୋ ଓଡ଼ିଶାର ପୁଅ ଗୋପବନ୍ଧୁ ,ନୀଳକଣ୍ଠ
ପୁଣି କୃଷଚନ୍ଦ୍ର ମହାରାଜା
ଓଡ଼ିଶା ପ୍ରଦେଶ ଗଠନ କରିଣ
ଉଡ଼ାଇଲେ ଦେଶେ ଧ୍ୱଜା
ହିମାଳୟ ଯାର ମୁକୁଟ ଶୋଭିଲା
ସାଗର ଧୋଇଲା ପାଦ
ଉତ୍କଳ ପ୍ରଦେଶେ ଖ୍ୟାତି ସେ ଅର୍ଜିଲା
କରି ଭାଷାକୁ ଜାଗ୍ରତ
କୋଟି ଓଡିଆଙ୍କ ମଉଡମଣି ସେ
ଉତ୍କଳ ଅଟେ ତା ନାମ
ସୁଖ୍ୟାତି ସୁନାମ ଭାଷା ତା ମହାନ
ଆସରେ ରଖିବା ତା ସମ୍ମାନ
ଶ୍ରୁତି ରେ ତୁମେ ଜେଜେବାପା
ଶୋକ ସାଗରରେ ଭସାଇ ଦେଇ
ଅଜଣା ରାଇଜେ ମିଶିଗଲ
ଦ୍ୱିପହର ରେ ଏକା କରିଦେଇ
ସବୁଦିନ ଶୋଇଗଲ
ଥିଲ ପରା ତୁମେ ଘରର ମୂର୍ଧୁନି
ପରିବାର ର ଆଶାବାଡି
ତୁମରି ଆଦେର୍ଶେ ଗଢ଼ିଦେଇଥିଲ
ସଂସାରର ଚଲାବାଲି
ତୁମରି ବିୟୋଗେ ଆଜି ପରିବାରେ
ଖେଳିଛି ଦୁଃଖ ର ଛାୟା
ଝୁରୁଛି ତୁମକୁ ପରିବାର ଲୋକେ
ଲୋତକ ଅଶ୍ରୁ ରେ ପରା
ପିଣ୍ଡ ରେ ତୁମର ପ୍ରାଣ ଭରିଦେଇ
ଜନମ ଲଭିବ ଯିଏ
ପ୍ରଭୁ କୃପା ଲାଭ ଏ ଦେହେ ଜୀବ
ବୈକୁଣ୍ଠେ ରହିବ ତେବେ
ଜୟ ଜଗନ୍ନାଥ କରୁଣା କରିବ
ଜେଜେଙ୍କୁ ମୋହର ତୁମେ
ତୁମ ପାଖରେ ବିନତୀ କରୁଛୁ
ପରିବାର ବର୍ଗ ଗଣେ
ପୁରାଣ କହେ
ପୁରାଣ କହେ ସ୍ବାମୀ ଟି ପାଇଁ
ସ୍ତ୍ରୀ ମନେ ଥିଲା ପ୍ରେମ
ସେହି ପ୍ରେମରେ ଥିଲା ଯେ ସତେ
ଅତୁଟ ବନ୍ଧନ କ୍ଷମ
ସତ୍ୟବାନର ଜୀବନ ମାର୍ଗରେ
ପଡ଼ିଥିଲା ଯେ କଷଣ
ମୃତ୍ୟୁ କୁ ମଧ୍ୟ ଟଳି ଦେଇଥିଲା
ସାବିତ୍ରୀ ପତିପରାଣ
ଫେରିପାଇଲା ଜୀବନ ସତେ
ଯମ ବି ହାରିଲା ବାଜି
ସେହି ଦିନଠୁ ଆଜିଯା ସତେ
ହୋଇଲା ବ୍ରତ ସାଜି
ସ୍ବାମୀ ର ଶୁଭ କାମନା ପାଇଁ
ସ୍ତ୍ରୀ ଟିଏ ବ୍ରତ କରେ
ଜୀବନ ଆୟୁଷ ପ୍ରାର୍ଥନାକରି
ମନେ ଉତ୍ସାହ ଭରେ
ବାପ ଘର ରୁ ଭାର ଯେ ଆସେ
ଶାଢୀ ,ସିନ୍ଦୂର ,ଶଙ୍ଖା
ଫଳ, ମୂଳ ର ଡଲା ଭିତରେ
ଅତୁଟ ପ୍ରେମ ବନ୍ଧା
ନୀତି ନିୟମେ ବିଧି ପାଳେସେ
ତା ଶଙ୍ଖା ସିନ୍ଦୂର ପାଇଁ
ଠାକୁର ପାଖେ ପ୍ରାର୍ଥନାକରେ
ଅହିସୁଲକ୍ଷଣି ପାଇଁ
କାବେରୀ ବାରିକ , ବାଲିଆପାଳ,
ବାଲେଶ୍ଵର,ଚଉମୁଖ
ରଜ ମଉଜ
ଆସିଛ ଆସିଛି ରଜ ସଙ୍ଗାତ
ଆସିଛି ଆସିଛି ରଜ
ଖୁସି ମନରେ ନାଚି ଉଠିବା
ହୋଇବା କେତେ ସଜ
ପିଠା ପଣା ମିଠା ଭାରରେ
ପୁରି ଉଠିବ ଦିନ
ଅଳତା ଲଗା ଟିପି ଚନ୍ଦନ
କିଣିବ ସବୁରି ମନ
ମାଟି ମାଆ ମୋର ରଜସ୍ତଳା ହେବେ
ତିନି ଦିନଟି ଯାକ
ଦୋଳି ଖେଳରେ ଗଡିତ ଜିବ
ସାହି ରେ ପଡ଼ିବ ଡାକ
ମିଠା ମିଠା ଖିଲି ପାନରେ
ସୁଆଦ ଲାଗିବ ଭାରି
ବହୁଚୁରୀ ,ବାଗୁଡ଼ି ଖେଳେ
ମାତିବା ସଭିଏଁ ଯାଇ
ଗାଇବା ଗୀତ ରଜରେ ମିତ
ବରଷକୁ ଥରେ ଆସେ
ହୋଇବା ଖୁସି ସଭିଏଁ ମିଶି
ଜେଜେମା ଆଈ ପାଶେ
ଛେନାଝିଲି ରସଗୋଲା ପୁଣି
ଖରସା ମଣ୍ଡା ପିଠା
ଖସ୍ତାଗଜା ଜିଲିପି ସାଥେ
ଅତୁଟ ପ୍ରେମ ବନ୍ଧା
ନୂଆ ଶାଢ଼ୀ ,ଲୁଗାପଟା ଜାମା
ଆସିବ ସଭିଙ୍କ ପାଇଁ
ଖୁସିର ପର୍ବ ରଜ ମଉଜ
ଲୋଡା ତ ସଭିଙ୍କ ପାଇଁ
_
କାବେରୀ ବାରିକ
ବାଲିଆପାଳ, ବାଲେଶ୍ଵର
ସ୍ମୃତି ତୁମେ ଏମିତି ଏକ ଛବି
ପାରେ ନାହିଁ ଭୁଲି ଅତୀତ ସ୍ମୁରତି
ଆଖିନୀରେ ଆଙ୍କେ ଛବି
ବାଲ୍ୟ ଚପଲତା , କୈଶୁର ଅବସ୍ଥା
ଡେଇଁ ଚାଲିଗଲା ଦୂର
ଯୌବନ ଆଗମେ ମନେ ପଡେ ସେହି
ସ୍କୁଲ୍ ଇଟା କାନ୍ଥ ଘର
ମନେ ପଡେ ଆଜି
ପିଲାଦିନ ସାଥୀ
ଶିକ୍ଷକତା ଶିକ୍ଷା ଦିନ
କାହିଁ ଗଲା ଦୁରି ଅତୀତ ପୀରତି
ମନରେ କରୁଛି ହିନ
କାହିଁ ଗଲା ସେହି ମିଠା ମିଠା କଥା
ନ ଦେଖି ଯେ ରହି ପାରେନା
କେମିତି ଅଛୁ …..ପଚାରିବା ସତେ
ଆଜି ଲାଗେ ବହୁ ଅଚିହ୍ନା
ଯେଉଁଠି ସ୍ବାଗତ ସେଇଠୁ ବିଦାୟ
ଦିନେତ ନେବାକୁ ପଡେ
ଅତୀତ ସ୍ମୁରତୀ ଅତୀତ ପୀରତି
ସ୍ମୃତି ସାଥେ ସଦା ବେଳେ
__*
କାବେରୀ ବାରିକ୍
ବାଲିଆପାଳ, ବାଲେଶ୍ଵର
Thank you for visiting our website for job related search visit here