Odia Bhari Badhia lyrics in odia

Odia Bhari Badhia lyrics in odia

Facebook
WhatsApp
Telegram

Celebrate the rich culture, cuisine, and heroic history of Odisha with “Odia Bhari Badhia” by MrinmayMS and Monika Sathua. Watch the official Utkal Divas music video and explore full credits!Meta Description

Odia Bhari Badhia lyrics in odia | ଓଡ଼ିଆ ଭାରି ବଢିଆ

ପଖାଳକୁ ଯିଏ ପାଣି ଭାତ କହେ..
ଜାଣିଯିବ ସେ ଓଡ଼ିଆ ବୁଝେନି …..
ଦହିବରା ଖାଇ ଯିଏ ଦହିପାଣି ନ ପିଏ…
ସେ ଓଡ଼ିଆ ଖାଇବା ଜାଣେନି…
ଆମ କଥା ମିଠା ଯେମିତି ପୋଡ଼ ପିଠା…
ନରମ ନରମ ମନଟା କାଳିଆ…
ନରମ ଭାବିକି ଗେଞ୍ଜିବନୀ ଛୁରୀ…🗡️
ପାଇକ ପୁଅ ଆମେ ଭାରି ଲଢୁଆ…💪
ଆମେ.. ଓଡ଼ିଆ ଭାରି ବଢିଆ ଲୋ ସଜନି….
ଓଡ଼ିଆ ଭାରି ବଢିଆ…..
ଓଡ଼ିଆ ଭାରି ବଢିଆ ଲୋ ସଜନି….
ଓଡ଼ିଆ ଭାରି ବଢିଆ…..
ଡରିବି କାହାକୁ ଲୋ କିଆଁ….
ଲୋ ସଜନି… ହାତେ ଅଛି ମୋ କାଳିଆ… 🙏

ଆମେ.. ଓଡ଼ିଆ ଭାରି ବଢିଆ ଲୋ ସଜନି….
ଓଡ଼ିଆ ଭାରି ବଢିଆ…..
🎶🎶🎶🎶
କିଏ କହେ ରସଗୋଲା ଆଗେ ତାଙ୍କ ଘରେ ବନାହେଇଥିଲା,
ନାଇଁ ମୋ….
କିଏ ବୁଝେଇବ ତାକୁ ଜଗା ପାଖେ ତାହା ଭୋଗ ଲାଗିଥିଲା….
ହରି ବୋଲ…. 🙏
କିଏ କହେ ଆମେ ମୁରୁଖ ବୋଲି ସେ ଦେଖୁ ଥରେ ଆମ ରଜ….
ଯଉଁ କଥା ପାଇଁ ସମାଜ କରେ ଲାଜ ମାନିଭତ୍ତା ପାଇଁ ଏ ମଉଜ….
ନିଜ ବାରି କୋଳି… ( ଖଟା ଲାଗୁଚିନା ) ପଡିଶା ଘର କୋଳି🤣
ମିଠା ଲାଗେ ଭାରି ( ଯେତେ ଯାହା ହେଲେ ନିଜରଟା ନିଜର ନା )
ଗାମୁଛା ପିନ୍ଧି ମୁଣ୍ଡରେ ଠେକା ଭିଡି…
ଆମ ଗୀତର ତାଳେ ତାଳେ ନାଚିବ….
🎶🎶🎶
ଆମେ.. ଓଡ଼ିଆ ଭାରି ବଢିଆ ଲୋ ସଜନି….
ଓଡ଼ିଆ ଭାରି ବଢିଆ…..
ଓଡ଼ିଆ ଭାରି ବଢିଆ ଲୋ ସଜନି….
ଓଡ଼ିଆ ଭାରି ବଢିଆ…..
ଡରିବି କାହାକୁ ଲୋ କିଆଁ….
ଲୋ ସଜନି… ହାତେ ଅଛି ମୋ କାଳିଆ… 🙏

ଆମେ.. ଓଡ଼ିଆ ଭାରି ବଢିଆ ଲୋ ସଜନି….
ଓଡ଼ିଆ ଭାରି ବଢିଆ…..

🎵 Audio Credits

  • Song Title: Odia Bhari Badhia (ଓଡ଼ିଆ ଭାରି ବଢ଼ିଆ)
  • Singers: Mrinmay MS & Monika Sathua
  • Composer: MrinmayMS
  • Lyricist: MrinmayMS & Manoj Kumar Panda
  • Music Producer: MrinmayMS
  • Mixing & Mastering: MrinmayMS
  • Music Supervisor: Saugato Roy Choudhury
  • Voice Dubbing Artists: Lohit Sharma & Satya (Bhaina of Barhampur)

Leave a Comment

You cannot copy content of this page