Meghabarasila Tupuru Tupuru Odia Kabita

Meghabarasila Tupuru Tupuru Odia Kabita

Facebook
WhatsApp
Telegram

Immerse yourself in the rich tapestry of Odia literature with “Meghabarasila Tupuru Tupuru Odia Kabita,” a collection of poems that capture the essence of the human spirit. This anthology, penned by renowned Odia poet [Poet’s Name], transcends the boundaries of language to resonate with readers on a deeper level.

ମେଘ ବର୍ଷାର ଗୀତ

ମେଘ ବରଷିଲା ଟୁପୁରୁ ଟୁପୁରୁ      କେସୁର ମାଇଲା ଗଜା

କେଉଁ ରାଇଜରେ ରହିଲେ ମୋ ରଜା।  ତେଲିଙ୍ଗି ବାଇଦ ବଜା

ଟୁପୁରୁ ଟୁପୁରୁ ମେଘ ବରଷିଲା        କେସୁର ମାଇଲା ଗଜା

ସାରୁ ଗଛ ମୂଳେ ବେଙ୍ଗଟିଏ ବସି     ଆପେ ବୁଲାଉଛି ରଜା।

ଟପର ଟପର ମେଘ ବରଷିଲା        ହଳ ନେଇ ଚାଷୀ ଭାଇ

ବିଲ ଚଷୁଥାଏ ମହା ଆନନ୍ଦରେ।       ସକାଳୁ ପଖାଳ ଖାଇ।

ଟପର ଟପର ମେଘ ବରଷିଲା           ନଈରେ ଆସିଲା ବଢି

ଗାଁ ସୁଖ ସବୁ ଭସାଇନ ନେଲା          ନେଲା କେତେ ଘରବାଡ଼ି।

ଛଅ ଶ ଶଗୁଣା ନଅ ଶ କାଉ

ତେବେ ନମରିବ ବିଲୁଆ ସାହୁ।

ଗାଆଁରେ ପାଗ:———-

  ଗ୍ରୀଷ୍ମ ଋତୁ ପ୍ରବେଶିଲା    ଗୁଳୁଗୁଳି ପାଗେ ଘିମିରି ହେଲା

               ଖରାଟିଆ ପାଗେ କୃଷକ ଲଙ୍ଗଳ କଲା

                  ଆଲୋ କୃଷକ ଲଙ୍ଗଳ କଲା।

ଆଷାଢ ଶ୍ରାବଣ ବର୍ଷା।             ବରଷା ପାଗକୁ ନାହିଁ ଭରସା

                ଆଗୁଆ ଖାଦ୍ୟକୁ ସାଇତି ରଖିଥା ମୂଷା।

ବରଷା ବିଜୁଳି ସଙ୍ଗେ    ଅଣଚାଶ ବାଆ ମାତିଲା ରଙ୍ଗେ

               ଝଡି ପାଗେ ଚାଉଳ ଭଜା ଖାଇବା ରଙ୍ଗେ।

ମାର୍ଗସିର ମାସ ଜାଡ।       ଶୀତୁଆ ପାଗକୁ କୋହଳ ଝଡ଼

                 ବେଡିରେ କୋରଡ଼ା ମାଡ଼ ସତେକି ଲୋ

                  ଗୁଧୁଡ଼ି କମ୍ବଳ ଘୋଡ଼ ।

ଫଗୁଣ ମାସରେ ହୋଲି           କୁହୁଡ଼ିଆ ପାଗେ ନଯିବ ବୁଲି

              ମୋ କଥାକୁ କେବେ ଯିବନି ଭୁଲିଲୋ                ମୋ କଥାକୁ ଯିବନି ଭୁଲି।

Dhirendra Kumar Patra ( Teacher Govt UP School Debhog ) Mob 6372815247

Leave a Comment

You cannot copy content of this page