Jahnre Tate Punei Rana Lyrics : Odia music has always been a tapestry of rich traditions, culture, and emotions. It weaves stories of love, longing, and life’s myriad experiences. One such melodious gem in the treasure trove of Odia songs is “Jahanare Tate Punei Rana.” This timeless classic has resonated with generations, evoking a range of emotions in its listeners. In this blog post, we will take a journey through the lyrical beauty and emotional depth of “Jahanare Tate Punei Rana,” exploring the history, the significance, and the impact of this Odia song.
Jahnre Tate Punei Rana Lyrics
ଜହ୍ନରେ ତତେ ପୁନେଇ ରାଣ
ଜହ୍ନରେ ତତେ ପୁନେଇ ରାଣ
ଘଡ଼ିଏ ରହିଯା ଆଉ ଘଡ଼ିଏ ରହିଯା
ଚାନ୍ଦିନୀରାତି ଚନ୍ଦନସାଥି
ସରିନି ଲାଜ ସରି ଯାଉଛି ରାତି
ଚାନ୍ଦିନୀରାତି ଚନ୍ଦନସାଥି
ସରିନି ଲାଜ ସରି ଯାଉଛି ରାତି
ବେଗି ବେଗି ତୁ ଆଜି ନଯା.. ନଯା.. ନଯା
ଘଡ଼ିଏ ରହିଯା… ଆଉ ଘଡ଼ିଏ ରହିଯା…
ଜହ୍ନରେ ତତେ ପୁନେଇ ରାଣ
ଜହ୍ନରେ ତତେ ପୁନେଇ ରାଣ…
ଅଳତାନାଇ ସିନ୍ଦୂରନାଇ
ମଥାରେ ହାତେ ଓଢଣା ଦେଇ
ବସିଛି ଲାଜେ ନୂଆ କନିଆ
ମୁହଁ ଲୁଚେଇ..
ମୁହଁ ଲୁଚେଇ..
କହେ ସିନ୍ଦୂର କଥା ମୁଁ ଦେଲି
ସାରା ଜୀବନ ମୁଁ ତୁମର ହେଲି
କହୁଛି ଶଙ୍ଖା ପ୍ରଥମ ଦେଖା
ଯିବନି ଭୁଲି… ଯିବୁନି ଭୁଲି..
ଚଉଠିରାତି ଚମକେ ଛାତି
ଏତେ ବେଗିଆ ଆଜି ନପାହୁ ରାତି
ଚଉଠିରାତି ଚମକେ ଛାତି
ଏତେ ବେଗିଆ ଆଜି ନପାହୁ ରାତି
ସିଏ ରାଣୀ ମୁଁ ଆଜି ରଜା
ରଜା ରଜା…
ଘଡ଼ିଏ ରହିଯା ଆଉ ଘଡ଼ିଏ ରହିଯା
ଏ ଜହ୍ନରେ ତତେ ପୁନେଇ ରାଣ
ଜହ୍ନରେ ତତେ ପୁନେଇ ରାଣ…
ସଜେଇ ହେଇ ବସିଛି ରାଧା
ଓଢଣା ତଳେ ହସୁଛି ଅଧା
ମହକେ ରାତି ମହକେ ସେଜ
ରଜନୀ ଗନ୍ଧା…ରଜନୀ ଗନ୍ଧା..
ଗୋଲାପଶେଜେ ଅଳସକନ୍ୟା
ଅଳସ ଦେହେ ପ୍ରୀତିର ବନ୍ଯା
ଦୁଇଟି ମନ ଆଜି ମିଳନ
ଗଙ୍ଗା ଯମୁନା…ଗଙ୍ଗା ଯମୁନା…
ମଧୁଚନ୍ଦ୍ରିକା ମଧୁରପ୍ରୀତି ଏମିତି ରାତି
ସେତ ଅଭୁଲା ସ୍ମୃତି..
ମଧୁଚନ୍ଦ୍ରିକା ମଧୁରପ୍ରୀତି ଏମିତି ରାତି
ସେତ ଅଭୁଲା ସ୍ମୃତି..
ଛାଡ଼ି ଏକା ଆମକୁ ତୁ ନଯା.. ନଯା.. ନଯା…
ଘଡ଼ିଏ ରହିଯା ଆଉ ଘଡ଼ିଏ ରହିଯା..
ଜହ୍ନରେ ତତେ ପୁନେଇ ରାଣ
ଜହ୍ନରେ ତତେ ପୁନେଇ ରାଣ
ଘଡ଼ିଏ ରହିଯା ଆଉ ଘଡ଼ିଏ ରହିଯା
ଚାନ୍ଦିନୀରାତି ଚନ୍ଦନସାଥି
ସରିନି ଲାଜ ସରି ଯାଉଛି ରାତି
ଚାନ୍ଦିନୀରାତି ଚନ୍ଦନସାଥି
ସରିନି ଲାଜ ସରି ଯାଉଛି ରାତି
ବେଗି ବେଗି ତୁ ଆଜି ନଯା.. ନଯା.. ନଯା…
ଘଡ଼ିଏ ରହିଯା…ଆଉ ଘଡ଼ିଏ ରହିଯା
ଘଡ଼ିଏ ରହିଯା…ଘଡ଼ିଏ ରହିଯା..
download free pdf