Dukhi Manisara Ijata Kete – Odia Bhajan Lyrics | Sricharan Mohanty | Sidharth Music

Dukhi Manisara Ijata Kete – Odia Bhajan Lyrics | Sricharan Mohanty | Sidharth Music

Facebook
WhatsApp
Telegram

Read and enjoy the full Odia Bhajan lyrics of “Dukhi Manisara Ijata Kete” sung by Sricharan Mohanty from the album Nayana Pitula. Odia lyrics & credits inside!

Dukhi Manisara Ijata Kete

ଦୁଖୀ ମଣିଷର…
ଇଜତ କେତେ ନା
ମହତ କେତେ….
ଦୁଖୀ ମଣିଷର…
ଇଜତ କେତେ ନା
ମହତ କେତେ….
ମୋ ପାଇଁ ତେଣୁ କାଳିଆ ରେ ତୋର
ମୋ ପାଇଁ ତେଣୁ କାଳିଆ ରେ ତୋର
ଦର୍ଶନ କେତେ ନା ପହଡ଼ କେତେ
ଦର୍ଶନ କେତେ ନା ପହଡ଼ କେତେ
ଦୁଖୀ ମଣିଷର ଇଜତ କେତେ ନା ମହତ କେତେ….
ହାଏ ମହତ କେତେ
🎶🎶🎶
ଦୁଃଖି ସିନା ବୁଝେ ଦୁଃଖୀର ବେଦନା
ସୁଖୀ ଯେ କେମିତି ବୁଝିବ
ଦୁଃଖ ଶୁଣିବାକୁ ସୁଖୀ ଜଣେ କେହି
ଦୁଃଖୀକୁ କାହିଁକି ଖୋଜିବ…
ଦୁଖୀ ମଣିଷର ଖାତିରି କେତେ ନା, ଆଦର କେତେ…
ଦୁଖୀ ମଣିଷର ଖାତିରି କେତେ ନା, ଆଦର କେତେ…
ଆଜି ଫେରିଗଲେ କାଲି ସେ ଆସିବ
ଆଜି ଫେରିଗଲେ କାଲି ସେ ଆସିବ

କାଳିଆରେ ତୋର ହିସାବ ଏତେ
କାଳିଆରେ ତୋର ହିସାବ ଏତେ
ଦୁଖୀ ମଣିଷର ଇଜତ କେତେ ନା, ମହତ କେତେ…। ହାଏ ମହତ କେତେ…
କଂସ ରାଜା କାଳେ ଶୁଣିନେବ ବୋଲି
ଏତୁଡ଼ି ଘରେ ତୁ କାନ୍ଦିନୁ
କଳା ବଦନରେ ନାଲି ହସ ଝରେ
ଲୁହର ମାନେ ତୁ ଜାଣିନୁ
ଦୁଖୀ ମଣିଷର ହସିବା କେତେ ନା, କାନ୍ଦିବା କେତେ
ଦୁଖୀ ମଣିଷର ହସିବା କେତେ ନା, କାନ୍ଦିବା କେତେ
ଆଖିର ଲୁହକୁ, ଓଠରେ ପିଏ ସେ
ଆଖିର ଲୁହକୁ, ଓଠରେ ପିଏ ସେ
ତଥାପି ତୋ ପାଖେ ହାତ ସେ ପାତେ
ତଥାପି ତୋ ପାଖେ ହାତ ସେ ପାତେ

ଦୁଖୀ ମଣିଷର ଇଜତ କେତେ ନା, ମହତ କେତେ…।
ଦୁଖୀ ମଣିଷର ଇଜତ କେତେ ନା, ମହତ କେତେ…।
ମୋ ପାଇଁ ତେଣୁ କାଳିଆରେ ତୋର
ମୋ ପାଇଁ ତେଣୁ କାଳିଆରେ ତୋର
ଦର୍ଶନ କେତେ ନା ପହଡ଼ କେତେ….
ଦର୍ଶନ କେତେ ନା ପହଡ଼ କେତେ….
ଦର୍ଶନ କେତେ ନା
ପହଡ଼ କେତେ….

🎵 Original Song Credits

  • Song Title: Dukhi Manishara Ijata Kete Na Mahata Kete (ଦୁଖୀ ମଣିଷର ଇଜ୍ଜତ କେତେ)
  • Album: Nayana Pitula
  • Singer: Sricharan Mohanty
  • Producer: Sitaram Agrawal
  • Music Label / Copyright: World Music & Sidharth Music

Leave a Comment

You cannot copy content of this page