Read Odia Kabita 2019 Abadhira Marichika “ଅବଧିର ମରିଚିକା” by Amaresh Chandra Sahu – a captivating literary work. Delve into this intriguing narrative and discover its depth and significance
2019 ଅବଧିର ମରିଚିକା 2019 Abadhira Marichika
ଏ…. ହେ…… ୨୦୧୯ ରୁହ ରୁହ…….
ତର ତର କାହିଁ ହୁଅ ନରମ ତୋର ନୂଆ ଢେଉ
ରହିଯାଅ…. ତମ ବରଫଖଣ୍ଡକୁ ମନ ପୂରେଇ ଦେଖେ
କେତେ ସଫା ତୁମ ଦିହ, କେତେ ଖିଲ ଖିଲ୍ ତୁମ ଉଠ l
ହେ ୨୦୧୯….. ଥୟଧର,
ଅଝାଲ କିମ୍ବଦନ୍ତୀର କେତେ ପାୱାର, ତାକୁ ଜାବୁଡ଼ି ଧରିବ
କିଆଁ ତୁମେ ତରତର, ରହିଯାଅ….
ହୋଇନି ମୂହୁର୍ତ୍ତ କିଆଁ ହୁଅ ତମେ ଉଚ୍ଛନ୍ନ?
ପ୍ରେକ୍ଷାଳୟରେ ମଣିଷଙ୍କ ଭିଡ଼, ସମ୍ଭାଳି ହଉନି,
ଥୟଧର ୨୦୧୯ , ଥୟଧର l
ହେ! ୨୦୧୯ ନିଜକୁ ସମୀକ୍ଷା କର
ଖିଡ଼ିକି ଖୋଲି ଦେଲେ କେତେ ଆଲୁଅ
ମୁହଁ ବୁଲେଇ ଚାହିଁ ତ………
ତୀର୍ଯକ୍ ବାମ୍ଫର କେତେ କେତେ
ପାହାନ୍ତିଆ ସପନର……. l
ହେ! ୨୦୧୯ ପାଖରୁ ଆଖିପୂରେ଼ଇ ଦେଖ
କାହିଁକି ଅଥୟ? ଦେଖୁନ…….. ଦେଖ
ଆଲୋକରେ ମିଛ ମିଛିକା ମରିଚିକା ଖଣ୍ଡ
ଯେପରି, ଗରମ ଟବରେ ବରଫ ଖଣ୍ଡ ଖଣ୍ଡ l
ଏ…. ୨୦୧୯ ସବୁର କର
ଆସ୍ତେ ଆସ୍ତେ ପାଦ ଚାପି ଚାପି ଚାଲ
ତଳକୁ ଖସି ପଡ଼ିବ…… ମୁହଁ ଛିଣ୍ଡି ଯିବ
ତମ ରକ୍ତରେ ଆକାଶ ରକ୍ତାକ୍ତ ହୋଇଯିବ,
କାହିଁକି ତରବର ହେଉଛ? …….. l
ହେ! ୨୦୧୯ ବ୍ୟଥିତ କାହିଁ ପାଇଁ
ତମ କମାଣିକୁ ପୋକ ସୁଙ୍ଘା ନ ଖାଉ
ଡାହାଣୀ ନଜର ନ କର………….
ରାଜଶିର ତର୍ପଣର କୋରସ ଗାଇବାକୁ
କିଆଁ ତମେ ତରତର ?………. l
ଏ ୨୦୧୯ ନିଷ୍ପତ୍ତି କର
କେଉଁ ଦୂରାନ୍ତର ନିଆଁ ନିଭାଳୀର ଅସ୍ପଷ୍ଟ ମରିଚିକା
ଦୁର୍ଘଟଣା ନା ଆତ୍ମହତ୍ୟା? ନା ଦୁଷ୍କର୍ମ?
ନା….. ରୁଇଶୀତଳାର ବିକଳ୍ପ ରୂପାନ୍ତର l
ହେ, ୨୦୧୯ ଭାବି ଦେଖ
ତଉଲି ହଉନି ବିଶ୍ୱାସକୁ
ଅସଂଖ୍ୟ ମଧ୍ୟାହ୍ନରେ ଧାଡ଼ି ଧାଡ଼ି corruption କୁ
ନିର୍ଦ୍ଦୟ ବିଶ୍ଵାସକୁ, ଆତ୍ମ ସମୀକ୍ଷା ଅସମ୍ଭାଳ,
ହେ ୨୦୧୯ ଲିଭାଅନି ସ୍ମରଣକୁ…….
ନଦୀ ପଠାର କିଆଁ ବାସ୍ନାକୁ……..
ନା…….. ମୃଗତୃଷ୍ଣାର କସ୍ତୁରୀ ମରିଚିକାକୁ, ନା…… ଏହା ନୁହଁ
ସବୁ ସେଇ ଅବଧିର ଯନ୍ତ୍ରଣା, କର୍ମର ମନ୍ତ୍ରଣା, ଭକ୍ତିର ଅର୍ଚ୍ଚନା
ଶକ୍ତିର ଖରଦିପ୍ତ ସ୍ମରଣ ସେ
ହେ ୨୦୧୯ ସେ ଖର…. ଦିପ୍ତ ସ୍ମରଣାର ମରିଚିକା l
ସ୍ରଷ୍ଟା – ଅମରେଶ ଚନ୍ଦ୍ର ସାହୁ
( ଅବସର ପ୍ରାପ୍ତ ଶିକ୍ଷକ)
ବାଲିଆପାଳ
ବାଲେଶ୍ଵର