Top 20 Lord Jaganath Quotes | Free Image Download

Lord Jaganath Quotes

Top 20 Lord Jaganath Quotes | Free Image Download

Facebook
WhatsApp
Telegram

Lord Jaganath Quotes: Discover the wisdom of Lord Jagannath with these powerful quotes. Explore a collection of uplifting and inspiring words from the Hindu God to help guide and motivate you in life. Find solace and peace through these timeless teachings.

Lord Jaganath Quotes

ତମେ ନିର୍ଦ୍ଧେଶକ ତମେ ବି ଦର୍ଶକ

ଖେଳ ମୋ ପାପ ପୁଣ୍ୟର

ନିନ୍ଦା ପ୍ରଶଂସା ମୁଁ ମାଗୁ ନାହିଁ ପ୍ରଭୁ

ମାଗୁଛି କୃପା ତୁମର…

– ଦେଉଛି ସେହି ,

ନେଉଛି ସେହି

ଆମେ ମାନେ ଲଢୁଛେ

ମୋର କହି |

ଲୀଳା ଅଟେ ତାର ବଡ଼ ବିଚିତ୍ର

ଆମେ ମାନେ ସବୁ  କ୍ଷଣିକ ମାତ୍ର |

ଜୟ ଶ୍ରୀଜଗନ୍ନାଥ

ସଞ୍ଜ ନଇଁଗଲେ ଗୋଧୂଳି ସମୟେ

ତୁମେ ଆସିଯାଅ ମନେ ,

ଏତିକି ସୁଦୟା ଥାଉ ଦୟାମୟ

ତୁମ ନାମ ପଡୁ କର୍ଣ୍ଣେ ||

ଅଧାରୁ ଅଧିକ ଆୟୁଷ ସରିଛି

ଆଉ କିଛି ଅଛି ବାକି

ବାକି ଦିନ ମୋର ବିତିଯାଉ ପ୍ରଭୁ

ଦେଖି ତୁମ ଚକା ଆଖି

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

ଶୁଭ ରାତ୍ରି

ପୂଜିଛି ତୁମକୁ  ଭାବ ର ରସରେ

ଢାଳି ମୋ ଅନ୍ତରୁ ଭକ୍ତି

ଦୋଷ ମୋର ଥିଲେ  କ୍ଷମା କରି ପ୍ରଭୁ

ଦିଅ ତୁମ ଶୁଭ ବୁଦ୍ଧି |

ଅନେକ ଜନ୍ମ ତପ ବଳେ,

ମଣିଷ ଜନ୍ମ ମହୀତଳେ |

ମଣିଷ ଜନ୍ମ ଲାଭ ଯେବେ,

ଗୋବିନ୍ଦ ସଙ୍ଗେ ଭାବ ତେବେ |

ଗୋବିନ୍ଦ ସଙ୍ଗେ ଭାବ ନାହିଁ,

ମଣିଷ ଜନ୍ମ କାହିଁପାଇଁ |

ଦୁଃଖର କାରଣ ଧର୍ମର ଅଭାବ

 ସୁଖର କାରଣ ଧର୍ମର ପ୍ରଭାବ

ଆଉ ଶାନ୍ତିର କାରଣ ନିଜର ସ୍ୱଭାବ | ଶୁଭ ରାତ୍ରୀ ଜୟ ଜଗନ୍ନାଥ

ଚକା ଆଖି ମେଲି  ସବୁ ଦେଖୁଅଛି

ସଂସାର ଭାସୁଛି ଜଳେ

ଭସେଇବୁ ଯଦି  ଭସେଇ ଦେ ରେ

ତୋର ମହୋଦଧି କୂଳେ |

Lord Jaganath Quotes

ଦେଖିବାକୁ  ତୋ ତେ  ଇଚ୍ଛା ଲାଗେ ମୋତେ

ପାରୁନି ପାଖକୁ ଯାଇ …

ଦୂରରେ ଥାଇ ମୁଁ  ମାରୁଛି ମୁଣ୍ଡିଆ

କାଳିଆ କାଳିଆ କହି …
– ଜୟ ଜଗନ୍ନାଥ … ଶୁଭ ସକାଳ ..

ତୁମରି ସେବାରେ ତୁମ ଅପେକ୍ଷାରେ

ବିତିଯାଉ ଏ ଜୀବନ

ସରିଯାଉ ପ୍ରଭୁ ଆଉ ବାକି ଦିନ

ଗାଇ ଗାଇ ତୁମ ନାମ |

ଶୁଭ ସକାଳ ର ଶୁଭେଚ୍ଛା

ଜୟ ଜଗନ୍ନାଥ

ତୁମେ ନ ଚାହିଁଲେ   ସବୁତ ଅନ୍ଧାର

ଯେତେ ଆଲୁଅ ବା ଥାଉ

ଜୀବନ ଦୀପ ରେ   ତୁମରି କରୁଣା

ସବୁବେଳେ ରହିଥାଉ |

– ତୁ ତ ଦେବତା ମୁଁ ତ ଭକତ

ଏହି ତର ମୋର ଭାବ

ବିଶାଳ ସଂସାରେ ତୁ ହେଲେ ଦାରୁ

ମୁଁ  ତ ସାମାନ୍ୟ ଦୁବ |

ଦାସକରି  ମୋତେ ରଖ ମହାବାହୁ

ଚରଣେ ଶରଣ ଦିଅ ,

ମିଛମାୟା  ଭରା ଶିକୁଳି ଫିଟାଇ

ସତ୍ୟପଥେ ଟାଣିନିଅ |

ନିଶ୍ୱାସ ବିଶ୍ୱାସ ତିନି ଅକ୍ଷର

ଭରସା ପାଏନା କିଏ କାହାର ||

ଜୀବନ ଯାତନା ତିନି ଅକ୍ଷର

ମୋହ ମାୟା ଲମ୍ବେ ଅନେକ ଦୂର ||

ମଣିଷ ଈଶ୍ୱର ତିନି ଅକ୍ଷର

ଲୋଭରେ ମଣିଷ ଗଢେ ମନ୍ଦିର ||

ଜନମ ମରଣ ତିନି ଅକ୍ଷର

ସବୁରି ମୂଳରେ କଲା ଠାକୁର ||

ତୋ ଚକା ଆଖିରେ ଆଖି ମିଶିଗଲେ

ଭୂଲିଯାଏ ସବୁ ଦୁଃଖ

ତୋ ଦର୍ଶନରେ ମନ ଶାନ୍ତ ହୁଏ

ମିଳିଯାଏ ସବୁ ସୁଖ …

ଶୁଭ ସକାଳ

କରି କରାଉ ଥାଉ ତୁହି

ତୋ ବିନୁ ଅନ୍ୟ ଗତି ନାହିଁ

ଜୟ ଜଗନ୍ନାଥ

ରଙ୍ଗ ଅଧର ସତ୍ୟ ସୁନ୍ଦର

ଚନ୍ଦନ ଚର୍ଚ୍ଚିତ ଶିର

ବାଜେ ରୁଣୁଝୁଣୁ ପାଦେ ନୂପୁର

ସେ ପାଦେ ଝରେ କି ମଧୁ ଝର ,

ହେ ବ୍ରଜ ବିହାରୀ ଶୁଣ ଗୁହାରି

ଭବ ସିନ୍ଧୁ କର ହେ ପାରି |

ସୁପ୍ରଭାତ

ଜୟ ଜଗନ୍ନାଥ

ଦୁଃଖ ଯଦି ଦେଲ କପାଳେ ମୋହର

ସହିବାକୁ ଧର୍ଯ୍ୟ ଦିଅ

ନହେଲେ କେମିତି କହିବି ପ୍ରଭୁ ହେ

ତୁମେ ଅଟ ବତିଦିଅ

ଜୟ ଜଗନ୍ନାଥ

– ଦୁଃଖୀ ବୋଲି ପର କରିବନି ପ୍ରଭୁ

ଧ୍ୟାନରେ ଥରଟେ ଦେଖା ଦେବ |

ଭାବ ବିନୋଦିଆ ଭାବ ଠାକୁର ହେ

ରାଧା ପରି ମୋର ନାହିଁ ଭାବ ||

Lord Jaganath Quotes Image Gallery

Odia Story Dharmaraj Yudhisthir Click Here

Leave a Comment

From Most Popular Categories

You cannot copy content of this page