କାହାକୁ କିଛି ଦେଇଛ
ଜଣେ ଧନୀ ବ୍ୟକ୍ତି ଟ୍ରେନରେ ଯାଉଥିଲେ l ସେହି ଟ୍ରେନରେ ଭିକ ମାଗୁଥିବା ବ୍ୟକ୍ତି ଜଣକ, ଧନୀ ବ୍ୟକ୍ତିଙ୍କ ଭେଷପୋଷାକକୁ ଦେଖି କହିଲା, “ବାବୁ କିଛି ମିଳିବ “?
ଧନୀ ବ୍ୟକ୍ତି ଜଣକ ସଙ୍ଗେ ସଙ୍ଗେ କହିଲେ ତୁମେ କେବେ ଜୀବନରେ କାହାକୁ କିଛି ଦେଇଛ ? ଭିକାରୀ ଜଣକ କହିଲା ନା ବାବୁ ମୋ ପାଖରେ କଣ ବା ଅଛି ମୁଁ ଦେବି ! ଧନୀ ବ୍ୟକ୍ତି ଜଣକ କହିଲେ ତୁମେ ଯଦି କାହାକୁ କିଛି ଦେଇନାହଁ ତେବେ ମୁଁ କାହିଁକି ତମକୁ ଦେବି l
ଭିକାରୀ ଏ କଥା ଶୁଣି ଦୁଃଖୀ ହୋଇଗଲା l ସନ୍ଧ୍ୟା ବେଳକୁ ସେ ଷ୍ଟେସନ ନିକଟ ନିଜ ଘରକୁ ଫେରିଗଲା, ରାତିରେ ଶୋଇବାକୁ ଚେଷ୍ଟା କଲା କିନ୍ତୁ ନିଦ ହେଲାନାହିଁ l ସକାଳୁ ଉଠି ଷ୍ଟେସନ ବାହାରକୁ ଗଲା ଦେଖିଲା ବଗିଚାରେ ସୁନ୍ଦର ଫୁଲ ଫୁଟିଛି l କିଛି ଫୁଲ ତୋଳିଆଣିଲା ଏବଂ ଯାତ୍ରୀମାନଙ୍କୁ ଦେଲା l ଫୁଲ ବଦଳରେ ଯିଏ ଯାହା ଦିଏ ତାକୁ ଆଦରରେ ମୁଣିରେ ରଖେ l ଯାତ୍ରୀମାନେ ବି ବହୁତ ଖୁସି ହୋଅନ୍ତି l ଅନ୍ୟ ଦିନ ଅପେକ୍ଷା ତାର ପଇସା ମଧ୍ୟ ବଢିବାକୁ ଲାଗିଲା l ମନେ ମନେ ସେ ଧନୀ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଲା l
କିଛି ଦିନ ପରେ ସେ ଭିକାରୀଟି ଧନବ୍ୟକ୍ତିଙ୍କ ସହ ପୁଣି ଭେଟ ହୋଇଗଲା l ସଙ୍ଗେ ସଙ୍ଗେ ଫୁଲଟି ବଢ଼ାଇଦେଲା, ବ୍ୟକ୍ତି ଜଣକ ପର୍ସରୁ 10ଟଙ୍କା ତାକୁ ଦେଲେ l କହିଲେ ଯେଉଁଠୁ ଏ ଫୁଲ ଆଣିଛ ତାର ଯତ୍ନ ନେଉଛ ନା ନାହିଁ ? ଭିକାରୀ ଜଣକ ଉତ୍ତର ଦେଲେ ” ମୁଁ ତ ସେ କଥା ଆଦୌ ଭାବିନି “l ଧନୀ ବ୍ୟକ୍ତି କହିଲେ କର୍ମ କରିବା ଶିଖ l
ଭିକାରୀ ବିଚରା ଦ୍ବନ୍ଦରେ ପଡିଗଲା ମନେ ମନେ ଭାବିଲା ଫୁଲଗଛ ତ ମୁଁ ଲଗେଇନାହିଁ କି କେବେ ପାଣି ମଧ୍ୟ ଦେଇନାହିଁ l ଏହା ପରଠାରୁ ସେ ସକାଳୁ ଉଠି ବାହାରେ ବୋଲିବାକୁ ଲାଗିଲା ଯେଉଁଠି ଖାଲି ଜାଗା ଦେଖେ ସେଠି ଫୁଲଗଛ ଲଗାଏ l ଏମିତି ହଉ ହଉ ସାରା ଷ୍ଟେସନ ଆଖପାଖ ସୁନ୍ଦର ଦେଖା ଗଲା l ପରେ ଫୁଲ ସହ ଫୁଲ ତୋଡ଼ା ମଧ୍ୟ ବିକ୍ରି କରିବାରେ ଲାଗିଗଲା l
ଆଉ ଦିନେ ଧନୀ ବ୍ୟକ୍ତି ଜଣକ ସେଇ ଟ୍ରେନରେ ଯାଉଥିଲେ ଏବଂ ତାଙ୍କ ସାମ୍ନାରେ ସୁଟବୁଟ ପିନ୍ଧି ଏକ ବ୍ୟକ୍ତି ବସିଥିଲେ l ସୁଟବୁଟ ପିନ୍ଧା ବ୍ୟକ୍ତି ଜଣକ ସେ ଧନୀ ବ୍ୟକ୍ତିଙ୍କୁ ପଚାରିଲେ ମୋତେ ଜାଣିପାରିଲେ l ଧନୀ ବ୍ୟକ୍ତି କହିଲେ ନା, କିନ୍ତୁ ମୁଁ ଆପଣଙ୍କ ସହ ତିନି ଥର ସାକ୍ଷାତ କଲିଣି l ଧନୀ ବ୍ୟକ୍ତି କହିଲେ କାର୍ଯ ବ୍ୟସ୍ତତା ଯୁଗୁ ମନେ ନାହିଁ l କୁହନ୍ତୁ କେମିତି ଜାଣିଲେ ମୋତେ l ସେ ବ୍ୟକ୍ତି ଜଣକ ଉତ୍ତର ଦେଲେ ମୁଁ ହେଉଛି ସେହି ଭିକାରୀ, ଯାହାକୁ ଆପଣ କହିଥିଲେ ଜୀବନରେ କେବେ କାହାକୁ କିଛି ଦେଇଛ..l
ଆଚ୍ଛା ତେବେ ଏ ପରିବର୍ତ୍ତନ କିପରି!! ସେ ଉତ୍ତର ଦେଲା ଆପଣ ହିଁ ତାର ମୂଳ କାରଣ ! ମୋର ଆପଣଙ୍କ ସହ ଦୁଇ ଥର ଭେଟ ହୋଇଛି ଓ ଦୁଇ ଥର ଯାକ ଆପଣ ବହୁ ମୂଲ୍ୟ କଥା କହିଛନ୍ତି l
ପ୍ରଥମ ହେଲା ଅନ୍ୟକୁ ଦେବା ଶିଖ ତେବେ ଭଗବାନ ତୁମକୁ ଦେବେ l ଦ୍ୱିତୀୟ ଟି ହେଲା କର୍ମ କର, ଫଳ ଭଗବାନ ଦେବେ l