Four Friend Story in Odia

Four Friend Story in Odia

Four Friend Story in Odia

Facebook
WhatsApp
Telegram

Four Friend Story in Odia : In four friends story, the author has used the technique of realistic style to describe the story. The author has also used the technique of suspense to create a sense of mystery in the story..

The story tells us about the importance of friendship in our lives and how we should not forget our friends when we are in trouble or when we are happy.

ଚାରି ସଙ୍ଗାତ କଥା

ଜଙ୍ଗଲ ମଧ୍ୟରେ ପୋଖରୀଟିଏ l କାଚକେନ୍ଦୁ ପରି ପାଣି l ସେହି ପୋଖରୀରେ ରହୁଥିଲା ଗୋଟିଏ ବଡ କଇଁଛ l ପୋଖରୀ କୂଳରେ ଗୋଟାଏ ଝଙ୍କାଳିଆ ବରଗଛ ଏବଂ ତା ‘ପାଖକୁ ଲାଗି ଘଞ୍ଚ ବୁଦା ସବୁ ଲମ୍ବିଯାଇଛି କିଛି ଦୂର l ସେଇ ବୁଦା ଭିତରେ ଘର କରି ରହିଥିଲେ ଦୁଇ ସାଙ୍ଗ – ମୂଷା ଏବଂ ଠେକୁଆ l ବରଗଛ ଉପରେ ବସା କରିଥିଲା କାଉଟିଏ l ଏ ଚାରିଙ୍କ ଭିତରେ ଭରି ବନ୍ଧୁତା l କେହି କାହାକୁ ଦିନେ ନଦେଖିଲେ ରହିପାରନ୍ତି ନାହିଁ l ସେମାନେ ନିଜ ନିଜ ଭିତରେ ସଙ୍ଗାତ ବସିଥିଲେ l ଅବସର ସମୟରେ ଏକାଠି ବସି ଗପ କରୁଥିଲେ l ଏମିତି ଆନନ୍ଦରେ ଦିନଗୁଡିକ କଟିଯାଉଥିଲା l

ଥରେ ଗୋଟିଏ ଶିକାରୀ ବରଗଛ ମୂଳରୁ ପୋଖରୀ କୂଳ ପର୍ଯ୍ୟନ୍ତ ଫାଶ ବସିଦେଲା l ଏହା ଜାଣିନପାରି କଇଁଛ ଏବଂ ଠେକୁଆ ପରସ୍ପରକୁ ଭେଟିବାକୁ ଆସୁଥିବା ବେଳେ ସେଇ ଫାଶରେ ପଡ଼ିଗଲେ l ଠେକୁଆ କିନ୍ତୁ ବହୁତ ଚାଲାକ l ସେ ଚୁପ ଚାପ କଇଁଛ ପରି ମୁଣା ଭିତରେ ପଡିନରହି ପ୍ରଣାମୂର୍ଚ୍ଛା ଚିତ୍କାର କରି ବନ ଭୂଇଁକୁ କମ୍ପାଇ ଦେଲା l

ମୂଷା ଆଉ କାଉ ସଙ୍ଗାତର ବିକଳ ଚିତ୍କାର ଶୁଣି ସେଠାରେ ପହଞ୍ଚିଗଲେ l ଦୁଇ ସଙ୍ଗାତ ଏମିତି ବିପଦରେ ପଡ଼ିଥିବା ଦେଖି ଦୁଃଖ କଲେ l ଅନେକ ଚିନ୍ତା କରି ସେମାନେ ଶିକାରୀକୁ ଧିରେ ଧିରେ ଅନୁସରଣ କରିବାକୁ ଲାଗିଲେ l କାଉ କାଆ କାଆ କରି ତା’ର ସାଙ୍ଗସାଥୀଙ୍କୁ ବିପଦର ସୂଚନା ଦେଇଦେଲା l ହଜାର ହଜାର କାଉ ଉଡି ଉଡି ଆସି ସେଠାରେ ପହଞ୍ଚିଗଲେ l ବିଚାରବୀମର୍ଶ ପରେ ସେମାନେ ଯୋଜନାବଦ୍ଧ ଭାବେ ଶିକାରୀକୁ ମିଳିତ ଭାବେ ଆକ୍ରମଣ କଲେ l ସେମାନଙ୍କ ଆକ୍ରମାଣରେ ଶିକାରୀ ଖଣ୍ଡିଆ ଖାବରା ହେଇ ଯନ୍ତ୍ରଣାରେ ତଳେ ପଡିଗଲା l ନିଜ ଜୀବନ ବଞ୍ଚାଇବାକୁ ସେ ଚିତ୍କାର କଲା l ଏହାର ସୁଯୋଗ ନେଇ ମୂଷା ଶିକାରୀର ସେହି ଜାଲମୁଣାକୁ ନିଜର ତୀକ୍ଷ୍ଣ ଦାନ୍ତରେ କାଟିଦେଲା l ଠେକୁଆ ଏବଂ କଇଁଛ ଜାଲ ମୁଣାରୁ ପଦାକୁ ବାହାରି ଆସି ଏକ ଘଞ୍ଚ ବୁଦା ଭିତରେ ଲୋଚିଗଲେ l ଶିକାରୀ ବିଚରା ରକ୍ତାକ୍ତ ହୋଇ କାନ ମୁଣ୍ଡ ଆଉଁସି ଘରକୁ ଖାଲି ହାତରେ ଫେରିଲା l

ଦେଖିଲ ତ ପିଲେ, ଉତ୍ତମ ଏବଂ ନିଃସ୍ୱାର୍ଥପର ବନ୍ଧୁତାର ମୂଲ୍ୟ କେତେ ?ଯିଏ ପ୍ରକୃତ ବନ୍ଧୁ ସେ କେବଳ ସୁଖ ସମ୍ପଦ ବେଳେ ପାଖରେ ନଥାଏ ବିପଦ ପଡିଲେ ସେଥିରୁ ଉଦ୍ଧାର କରିବାକୁ ଆଗଭର ହୋଇଥାଏ l ନିଃସ୍ୱାର୍ଥପର ବନ୍ଧୁତା ଏକ ଦୁର୍ଲଭ ଏବଂ ସ୍ବର୍ଗୀୟ ଗୁଣ l

Four Friend Story in Odia

Four Friend Story in Odia, Four Friend Story in Odia, Four Friend Story in Odia

Leave a Comment

You cannot copy content of this page