Odia Short Story : Looking for something to read online that won’t take up too much of your time? Check out our latest blog post – Short Story Read online. This post contains five short stories that are sure to captivate and entertain you. Whether you’re a reader who likes to relax with a good story or someone who loves to learn new things, these short stories are perfect for you!
ବାଘ ଏବଂ ସୁବର୍ଣ୍ଣ କଙ୍କଣ
ଥରେ ଜଣେ ବ୍ରାହ୍ମଣ ତୀର୍ଥ କରିବାକୁ ବାହାରିଲେ l ଯିବା ବାଟରେ ଏକ ବଡ ଜଙ୍ଗଲ ଅତିକ୍ରମ କରିବାକୁ ପଡିଲା l ସେ ଜଙ୍ଗଲରେ କିଛି ବାଟ ଯିବାପରେ ଦେଖିଲେ ଗୋଟେ ବାଘ ଘାସ ଖାଉଛି l ବାଘାଟି ହ୍ରଦ କୂଳରେ ବସିଥାଏ l ବାଘାଟି ଘାସ ଖାଉଥିବାର ଦେଖି ବ୍ରାହ୍ମଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲା l ଯିଏ ସବୁବେଳେ ଜୀବଜନ୍ତୁ ମାରି ଖାଇବା କଥା, ସେ ପୁଣି ଘାସ ଖାଉଛି ! ପୁଣି ବାଘ, ହାତରେ ଏ ସୁବର୍ଣ୍ଣ କଙ୍କଣ ଧରିଛି l କଙ୍କଣଟି ସୂର୍ଯ୍ୟକିରଣ ପଡୁଥିବାରୁ ଖୁଵ ଝଲମଲ ଦେଖାଯାଥିଲା l ବାଘ ହାତରେ ସୁବର୍ଣ୍ଣ କଙ୍କଣ ଦେଖି ବ୍ରାହ୍ମଣଙ୍କ ମନରେ ଲୋଭ ଜାତ ହେବା ସ୍ୱାଭାବିକ କଥା l କିନ୍ତୁ ବାଘ ପାଖକୁ ଯାଇ ବ୍ରାହ୍ମଣ କଙ୍କଣଟିକୁ ଆଣିବେ କିପରି ? ବ୍ରାହ୍ମଣ ମନେ ମନେ ଏହି କଥା ଚିନ୍ତା କରୁଥାନ୍ତି l
କିଛି ସମୟ ପରେ ବାଘଟି ବ୍ରାହ୍ମଣଙ୍କୁ କହିଲା, ” ହଇରେ ବ୍ରାହ୍ମଣ ! ମୁଁ ଏଠାରେ ଘାସ ଖାଉଥିବାର ଦେଖି ତୁ ଆଶ୍ଚର୍ଯ୍ୟ ହୋଇଯାଉଥିବୁ l ତା ‘ପରେ ମୋ ହାତରେ ସୁବର୍ଣ୍ଣ କଙ୍କଣ ଦେଖି ଆହୁରି ଆଶ୍ଚର୍ଯ୍ୟ ଲାଗୁଥିବ l ମୁଁ ତୋତେ ଏହି କଙ୍କଣ ଟି ଦେବାକୁ ଚାହୁଁଛି l ମୋ ପାଖରେ ଏହି ଜିନିଷଟି ରହି କ ‘ଣ ଲାଭ ? ବରଂ ଜଣେ ମଣିଷକୁ ଏହା ଦାନ କଲେ ଜିନିଷଟି ତା କାମରେ ଆସିବ l ତୁ ମୋ ଠାରୁ ଏହା ଗ୍ରହଣ କର l ମୋତେ ଏକ ହିଂସ୍ର ଜନ୍ତୁ ଭାବି ତୁ ବୋଧହୋଏ ତୁ ଭୟ କରୁଥିବୁ l ମୁଁ ମୋର ଯୁବକ ଅବସ୍ଥାରେ ବହୁ ବନ୍ୟଜନ୍ତୁ, ମନୁଷ୍ୟ ମାନଙ୍କୁ ମାରି ଖାଇଛି l ସେହି ପାପ ପାଇଁ ମୁଁ ମୋର ପ୍ରାଣପ୍ରିୟା ପତ୍ନୀ ଏବଂ ପୁତ୍ରକୁ ହରାଇଥିଲି l ଥରେ ଜଣେ ସାଧୁ ସହିତ ମୋର ପରିଚୟ ହେଲା l ସାଧୁ ଜଣକ ମୋତେ ଶିକାର କରିବାକୁ ବାରଣ କଲେ l ସାଧୁ ମହାତ୍ମାଙ୍କ ଉପଦେଶ ମାନି ମୁଁ ନିରାମିଂଶାଶି ପାଲଟି ଯାଇଛି l ପ୍ରତଦିନ ମୁଁ ଏହି ନଦୀରେ ଗାଧୋଇସାରି ନଦୀ କୂଳରେ ଥିବା ଘାସକୁ ଖାଏ l ବୋଧହୋଏ ସେଥିପାଇଁ ମୋର ଦାନ୍ତ ଏବଂ ପଞ୍ଝା ଗୋଡ଼ିକ ନଷ୍ଟ ହୋଇଗଲାଣି l ମୋ କଥା ଶୁଣିସାରିବା ପରେ ତୁ ତଥାପି ମୋତେ ବିଶ୍ୱାସ କରିପାରୁନୁ l ଦୟାକରି ମୋତେ ତୁ ବିଶ୍ୱାସ କର l ମୋଠାରୁ ଏହି ସୁବର୍ଣ୍ଣ କଙ୍କଣଟି ନେଇ ତୁ ତୋ ପତ୍ନୀକୁ ଦେଇଦେବୁ l”
ତଥାପି ମଧ୍ୟ ବ୍ରାହ୍ମଣ ବାଘର କଥାକୁ ବିଶ୍ୱାସ କରିପାରିଲା ନାହିଁ l ବିଶ୍ୱାସ ଜନ୍ମାଇବା ପାଇଁ ବାଘଟି ବ୍ରାହ୍ମଣକୁ କହିଲା,ହେ ବ୍ରାହ୍ମଣ! ତୁ ଆଜିପର୍ଯ୍ୟନ୍ତ ଜୀବନର ମାୟା ଛାଡିପାରିନୁ l ଜୀବନ କ୍ଷଣସ୍ଥାୟୀ l ତଥାପି ମଧ୍ୟ ମନୁଷ୍ୟ ଠାରୁ ଆରମ୍ଭକରି ଜୀବଜନ୍ତୁ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହା ଅତ୍ୟନ୍ତ ମୂଲ୍ୟବାନ l ମୁଁ ଜାଣିପାରୁଛି ତୁ ଦ୍ବନ୍ଦରେ ପଡିଯାଇଛୁ l ଏହି ସୁବର୍ଣ୍ଣ କଙ୍କଣଟି ନିଶ୍ଚୟ ତୋର ଦରକାରରେ ଆସିବ l ଲୋକେ କହନ୍ତି ବ୍ରାହ୍ମଣ ଉଚ୍ଚ ଜାତି, ସେମାନଙ୍କୁ ଦାନଦେଲେ ଭଗବାନ ସନ୍ତୁଷ୍ଟ ହୋଅନ୍ତି, କାରଣ ଭଗବାନଙ୍କ ସହ ସେମାନଙ୍କର କୋଆଡେ ସିଧା ସମ୍ପର୍କ ଅଛି ବୋଲି ସ୍ୱୟଂ ବ୍ରାହ୍ମଣମାନେ ହିଁ କୁହନ୍ତି l ସାଧାରଣ ଲୋକଙ୍କୁ ଦେବା ଅପେକ୍ଷା ତୋତେ ଦେଲେ ଭଗବାନ ଅଧିକ ଖୁସି ହେବେ l
ଏହାକୁ କହନ୍ତି ମୋହ
ଜଣେ କୃପଣ ବେପାରୀଙ୍କ ଶେଷ ସମୟ ଆସିଗଲା l ତାଙ୍କ ଚାରି ପୁଅ ଜାଣିଥିଲେ ଯେ ବାପା ଅମାପ ଧନସମ୍ପତି କେଉଁଠି ଗୋଟାଏ ଲୁଚାଇ ରଖିଛନ୍ତି l ତେଣୁ ମୃତ୍ୟୁ ପୂର୍ବରୁ ତାଙ୍କ ଠାରୁ କଥା ଆଦାୟ କରିବାକୁ ପୁଅ ମାନେ ତାଙ୍କୁ ଘେରିଯାଇ କେବଳ ପଚାରିଵାରେ ଲାଗିଥିଲେ – ବାପା, କୁହ କେଉଁଠି ଲୁଚାଇ ରଖିଛ ? କିନ୍ତୁ ବେପାରୀଙ୍କ ପାଟି ପଡିଯାଇଥିଲା l ସେ କେବଳ ଡବ ଡବ ହୋଇ ଚାହିଁରହିଥିଲେ l
ପିଲାମାନେ ଏମିତି କାକୁତିମିନତୀ ହେଉଥିବା ବେଳେ ହଠାତ ବୃଦ୍ଧଙ୍କ ପାଟିରୁ ଵା……. ମା….. ଭଳି କିଛି ବାହାରିବା ଦେଖାଗଲା l ପିଲାମାନେ ଉତ୍କର୍ଣ୍ଣ ହୋଇ ଉଠିଲେ l ବାପା କଣ କହୁଛନ୍ତି ଜାଣିବା ଲାଗି ଗାଁ ନିକଟରେ ରହୁଥିବା ଜଣେ ବୈଦ୍ୟଙ୍କ ଘରକୁ ଦୌଡ଼ିଲେ l ସେ ସବୁ ଶୁଣିସାରି କହିଲେ – ଗୋଟିଏ ଅତ୍ୟନ୍ତ ମୂଲ୍ୟବାନ ଔଷଧ ଅଛି, ଯାହାର ଦୁଇ ଟୋପା ପାଟିରେ ପଡିଲେ ଜଣେ ଏଭଳି ଅବସ୍ଥାରେ ବି ଗୋଟିଏ ଵା ଦୁଇଟି ବାକ୍ୟ କହି ଦେଇପାରେ l କିନ୍ତୁ ତା ପରେ ପ୍ରାଣବାୟୁ ଉଡିଯିବା ନିଶ୍ଚିତ l ପିଲାଏ କହିଲେ – ପ୍ରାଣ ଯାଉ ପଛେ, ବୁଢା ଗୁପ୍ତ କଥାଟି କହିଦଉ l ତେଣୁ ସେମାନେ ଦାମୀ ଔଷଧ ଆଣି ବୃଦ୍ଧଙ୍କ ପାଟିରେ ଦୁଇ ଟୋପା ପକାଇ ଦେଲେ l ସାଙ୍ଗେ ସାଙ୍ଗେ ବେପାରୀ ଖନି ମାରି କହିଉଠିଲେ – ଆରେ ଅପଦାର୍ଥ, ମୋତେ କ’ଣ ଘେରି ବସିଛ ? ଦେଖିପାରୁନ କି ବାଛୁରୀଟା ଅଗଣାରେ ଝାଡୁକୁ ଚୁବାଇ ଅଧା ଖାଇସାରିଲାଣି !!!
ରାଜା ହେବି ନାହଁ !
ରାଜପୁତ୍ର ତାଙ୍କ ପିତାଙ୍କୁ କହିଲେ -ଆପଣଙ୍କ ଅନ୍ତେ ମୁଁ ସିଂହାସନ ଗ୍ରହଣ କରିବି ନାହିଁ l ରାଜା ଅତ୍ୟନ୍ତ ବିସ୍ମିତ ହୋଇ ତାହାର କାରଣ ପଚାରିଲେ l
ରାଜପୁତ୍ର କହଲେ – ମୁଁ ଜଣେ ସୁସ୍ଥ ଯୁବକ l ମୁଁ ସୁସ୍ଥ ହୋଇ ରହିବାକୁ ଚାହେଁ l ତେଣୁ ରାଜା ହେବିନାହିଁ l ମୋର ମନେ ହୋଏ, ସବୁ ଅସୁସ୍ଥ ଲୋକେ ରାଜା ହେବାକୁ ଇଚ୍ଛା କରିଥାନ୍ତି ! ରାଜା କିଛି ବୁଝିନପାରି ଭୃଙ୍କୁଚନ କରି ପଚାରିଲେ – ଏହାର ଅର୍ଥ କ’ଣ ? ମୋତେ ଲାଗୁଛି ତୁମେ ପାଗଳ ପରି ପ୍ରଳାପ କରୁଛ ? କେବଳ ସୁସ୍ଥ ବ୍ୟକ୍ତିମାନେ ହିଁ ରାଜା ହୁଅନ୍ତି, ଅସୁସ୍ଥ ବ୍ୟକ୍ତିମାନେ ରାଜା ହେବାକୁ ଅଯୋଗ୍ୟ lରାଜକୁମାର କହିଲ – ଆପଣ କୁହନ୍ତୁ ତ କ୍ଷମତାର ଅଯଥା ଲୋଭ, ସମାଲୋଚନା କୁ ଘୃଣା ଓ ସେଥି ପ୍ରତି ଅସହିଷ୍ଣୁତା, ଅହେତୁକ ମହତ୍ ଆକାଂକ୍ଷା, ଧନ ଓ ପ୍ରତିପତ୍ତିର ଗର୍ବ, ମନୁଷ୍ୟ ଓ ଭୂଖଣ୍ଡ ଉପରେ ପ୍ରଭୂତ୍ବର ଇଚ୍ଛା, କେବଳ ନିଜର ମାନ ବୃଦ୍ଧି ଲାଗି ଯୁଦ୍ଧ ଵା ଦିଗବିଜୟର କାମନା ; ଏ ସବୁ ସୁସ୍ଥ ମଣିଷର ଚିନ୍ତନ ନା ଅସୁସ୍ଥ ମଣିଷର ଚିନ୍ତାଧାରା ?
ରାଜା କହିଲେ – ତୁମେ ଯାହା କହୁଛ, ତାହା ଠିକ ଭଳି ବୋଧ ହେଉଛି ସତ ! କିନ୍ତୁ ତାହା ତୋ ରାଜାର ଧର୍ମ ; ସେ ସବୁ ହେଉଛି ରାଜୋଚିତ ଗୁଣ l
ରାଜକୁମାର କହିଲେ – ମୁଁ ତ ତାହା ହିଁ କହୁଛି l ଏହା ରାଜୋଚିତ ନିଶ୍ଚୟ l କିନ୍ତୁ ତାହା ଜଣେ ଅସୁସ୍ଥ ମଣିଷର ଚିନ୍ତନ lତା ‘ ପରେ ରାଜକୁମାର ପିତାଙ୍କୁ ପ୍ରଶ୍ନ କଲେ – ଆପଣ କୁହନ୍ତୁତ ଗୌତମ ବୁଦ୍ଧ ଜଣେ ସୁସ୍ଥ ବ୍ୟକ୍ତିତ୍ୱ ଥିଲେ ନା ଅସୁସ୍ଥ ? ସେଥି ଲାଗି ତ ସେ ରାଜପଦକୁ ପାଦରେ ଠେଲିଦେଲେ !
ରାଜା ନିରବ ରହିଲେ l
ରାଜକୁମାର କହିଲେ – ମୁଁ ଜଣେ ସୁସ୍ଥ ମଣିଷ ହୋଇ ବଞ୍ଚିବାକୁ ଚାହେଁ, ତେଣୁ ରାଜା ହେବି ନହିଁ l
ମଣିଷ ଓ ଗାଈ
ଜଣେ ସାଧୁ ତାଙ୍କ ଶିଷ୍ୟ ମାନଙ୍କୁ ନେଇ କୌଣସି ଏକ ସ୍ଥାନକୁ ଯାଉଥିବା ବେଳେ ଦେଖିଲେ ଦେଖିଲେ ଯେ ଜଣେ ବ୍ୟକ୍ତି ଗୋଟିଏ ଗାଈ କୁ ରସିରେ ବାନ୍ଧି ଭିଡୁଛି ଅଥଚ ଗାଈଟି ଜମାରୁ ଚଙ୍କୁ ନହିଁ l
ସାଧୁ ସେଠି ଅଟକିଯାଇ ଲୋକଟିକୁ କହିଲେ – କାହିଁକି ଗାଈର ଦାସ ହୋଇ ରହିଛ ? ସେହି ଲୋକଟି ଏହା ଶୁଣି ବିରକ୍ତର ସହ କହିଲେ – ମୋ ଗାଈ! ମୁଁ ମାଲିକ l ଏ ଗାଈ ମୋର ଦାସ l ଆପଣ ଉଲଟା କଥା କଣ ପାଇଁ କହୁଛନ୍ତି ? ସେ ଏମିତି କଥା କହିଲା ବେଳେ ରସିଟି ଦୈଵାତ ଛିଣ୍ଡିଗଲା ଏବଂ ଗାଈଟି ଦୌଡିଲା l ଲୋକଟି ମଧ୍ୟ ତା ‘ ପଛେ ପଛେ ଦୌଡ଼ିଲା lସାଧୁ ଏବେ ଶିଷ୍ୟଙ୍କୁ କହିଲେ – କିଏ ଏବେ କାହାକୁ ଟାଣୁଛି ଦେଖ l କିଏ ଆଗରେ ଓ କିଏ ପଛରେ ଦେଖ l କିଏ ମାଲିକ ଓ କିଏ ଦାସ ଦେଖ l
ତା ‘ ପରେ ସାଧୁ କହିଲେ – ସେ ଲୋକଟି ନିଜକୁ ମାଲିକ ବୋଲି କହୁଛି ସତ, କିନ୍ତୁ ଏ ପର୍ଯ୍ୟନ୍ତ ଗାଈ ଠାରୁ ଦାସର ବଶ୍ୟତା ହାସଲ କରି ପାରିନାହିଁ l ସେ ଯଉଁ ଗାଈକୁ ତା’ର ଦାସ ବୋଲି କହୁଛି, ସେହି ଗାଈ ଏହି ମନୁଷ୍ୟଟିକୁ ଲୋଡ଼େ ନହିଁ l ସେଥି ଲାଗି ସେ ପଳାୟନ କଲା l କିନ୍ତୁ ମନୁଷ୍ୟ ଜଣକ ଗାଈକୁ ଲୋଡ଼େ l ତେଣୁ ଗାଈ ଉପରେ ସେ ନିର୍ଭରଶୀଳ ଏବଂ ସେଥି ଲାଗି ତା ‘ ପଛରେ ଧାଇଁଛି l ଅଥଚ ବିଡମ୍ବନା ଯେ ସେ ଭାବୁଛି ଯେ ସେ ହେଉଛି ମାଲିକ !!
ମଣିଷ ଭିତରେ କେତେ ମଣିଷ
ମହାରାଜା ସନ୍ଥଙ୍କୁ କହିଲେ – ଆପଣ କହୁଛନ୍ତି ଅମର ଅନେକ ପରିଚୟ l ତାହା ବୁଝାଇ ଦିଅନ୍ତୁ l
ସନ୍ଥ କହିଲେ – କାଲି ସୂର୍ଯ୍ୟୋଦୟ ପୂର୍ଵରୁ ଆପଣ ଶଯ୍ୟା ତ୍ୟାଗ କରି ମୋ ପାଖକୁ ଆସିଲେ ତା ‘ ର ଉତ୍ତର ପାଇବେ lରାଜା କହିଲେ – କାଲି ମୋତେ ପାହାନ୍ତାରୁ ଡାକିଦେବ l ଶୋଇବାକୁ ଯିବା ପୂର୍ବରୁ ପାହାନ୍ତରେ ଡାକିବା ଲାଗି ନିଜ ପରିଚାରକାମନାଙ୍କୁ ତିନି ଥର ଚେତେଇଦେଲେ l
ପ୍ରବଳ ଶୀତ ରାତି l ସୂର୍ଯ୍ୟୋଦୟ ପୂର୍ବରୁ ରାଜାଙ୍କୁ ଡକାଗଲା l ରାଜା ରେଜେଇକୁ ଆହୁରି ଟାଣି ନେଇ ଶୋଇଗଲେ l ଅଧିକ ଡାକିବାରୁ ରାଜା ରାଗିଯାଇ ଯିଏ ହଇରାଣ କରୁଛି ତାକୁ ଫାଶୀ ଦେବେ ବୋଲି ଧମକ ଦେଇ ଶୋଇଗଲେ l ତା ‘ ପରେ ନିତି ଦିନ ଭଳି ବିଳମ୍ବରେ ଉଠି କାହିଁକି ଡାକିଲ ନହିଁ ବୋଲି ପଚାରନ୍ତେ ପରିଚାରକମାନେ ଯାହା ଘଟିଥିଲା, ସବୁ କହିଗଲେ l ଏହା ଶୁଣି ରାଜା ଦୁଃଖ ପ୍ରକାଶ କଲେ l
ସନ୍ଥ ଏହା ଶୁଣି କହିଲେ – ଦେଖନ୍ତୁ ମହାରାଜ, ଏତିକି ସମୟ ଭିତରେ ଆପଣ ତିନି ଜଣ ମଣିଷ l ଯେ କହିଲେ ସକାଳୁ ଡାକିଦେବ, ସକାଳୁ ଡକାଗଲା ବେଳକୁ ଯେ କହିଲେ ଫାଶୀ ଦେଇ ଦେବେ ଏବଂ ସକାଳେ ଉଠିଲା ପରେ ଯେ ଦୁଃଖ ପ୍ରକାଶ କରୁଛନ୍ତି ; ଏମାନେ ସମାନ ନୁହନ୍ତି l ଏମାନେ ସମସ୍ତେ ଆପଣଙ୍କ ଭିତରେ ଥିବା ଭିନ୍ନ ଭିନ୍ନ ତିନି ଜଣ ମଣିଷ l
ଏମିତି ଜଣେ ମଣିଷ ଭିତରେ କେତେ ମଣିଷ ଓ କେତେ ପରିଚୟ l
ଶିବଙ୍କ ଅଭିଜ୍ଞତା
ଥରେ ଦେବଦେବ ମହାଦେବ ଇଚ୍ଛା କଲେ ମର୍ତ୍ତ୍ୟକୁ ଯିବେ ଏବଂ ଦେଖିବେ ଲୋକେ କଣ କହୁଛନ୍ତି l ତେଣୁ ସେ ଗୋଟିଏ ଏମିତି ଜାଗାରେ ଓଲ୍ହାଇଲେ, ଯେଉଁଠି ଶିବ ନନ୍ଦିରଟିଏ ଥିଲା, ଏବଂ ଲୋକେ ଶିବଙ୍କ ଭକ୍ତ ଥିଲେ l ମନ୍ଦିର ନିକଟସ୍ଥ ଏକ ବୃକ୍ଷ ମୂଳରେ ସେ ଅଭୟ ମୁଦ୍ରାରେ ଛିଡା ହେଲେ l
କିଛି ସମୟ ପରେ ସେଠାରେ ଲୋକ ଜମିଲେ l ସେମାନେ ପଚାରିଲେ – ତୁମେ କିଏ ?ଶିବ ନିଜ ପରିଚୟ ଦେଇ କହିଲେ – ମୁଁ ଶିବ l ଚି଼ହ୍ନ ପାରୁନ ?
ଲୋକେ ହସିଲେ ଏବଂ କହିଲେ – ୟେ ପୁଣି ଶିବ ? ୟେ ଗୋଟେ ମସ୍ତ ବଡ଼ ଠକ l ଆମେ ଶିବ ଭକ୍ତ ବୋଲି ଜାଣି ତାଙ୍କ ବେଶରେ ଆସି ଆମକୁ ଠକିବାର ଚେଷ୍ଟା କରୁଛି l ଏପରିକି ମନ୍ଦିରର ପୂଜକ ସେଠାରେ ଜୁଟି ସେହି କଥା କହିଲେ ଏବଂ ଶିବଙ୍କୁ ଶିବଙ୍କୁ ଶୀଘ୍ର ସେଠାରୁ ଚାଲିଯିବାକୁ ତାଗିଦ କଲେ l ମହାପ୍ରଭୁ ମୂହ୍ୟମାନହୋଇ ସେଠାରୁ ଯାଇ ଏକ ମୁକ୍ତ ସ୍ଥାନରେ ଗଛ ମୂଳରେ ବସିଲେ lଏହି ସମୟରେ ଗୋଟିଏ ଛୋଟ ପିଲା ସେହି ବାଟେ ଯାଉଥିଲା l ଶିବଙ୍କୁ ସେ ଦେଖି ପାଟି କରି ଘରକୁ ଦୌଡ଼ିଲା l ସେ କହୁଥିଲା – ମା’ ଶିବ ମହାପ୍ରଭୁଙ୍କୁ ଦେଖିଲି ! ଶିବ ମହାପ୍ରଭୁଙ୍କୁ ଦେଖିଲି !
ତା ‘ ମା’ ପୁଅ ଠାରୁ ସବୁ ଶୁଣିଲେ ଓ କହିଲେ – ବାବୁରେ ସେଠାକୁ ଯିବୁ ନାହଁ l ସେ ପିଲାଧରା ହୋଇଥିବ l
ସେଦିନ ରାତିରେ ମନ୍ଦିରର ପୂଜକ ସ୍ୱପ୍ନରେ ଦେଖିଲେ ଶିବ ମହାପ୍ରଭୁ କହୁଛନ୍ତି – ତୁମ ସହରକୁ ଆସିଥିଲି l ସମସ୍ତେ ଦେଖିଲେ ଅଥଚ କେବଳ ଜଣେ ମାତ୍ର ମୋତେ ଚିହ୍ନି ପାରିଲା l ସେ ଛୋଟ ପିଲା ହୋଇଥିବାରୁ ତା’ର ମନ ସରଳ ଥିଲା, ତେଣୁ ସେ ଚିନ୍ହିଲା l ମନ ସରଳ ନ ଥିଲେ ଭଗବାନଙ୍କୁ ଚିନ୍ହିବ କେମିତି ? ସେ ପିଲା ବଡ ହୋଇଗଲା ପରେ ଚିନ୍ହିଵ କି ନାହିଁ ସନ୍ଦେହ l
Odia Short Story
Love Shayari in Hindi English, Odia Short Story, Odia Short Story, Odia Short Story, Odia Short Story, Odia Short Story, Odia Short Story, Odia Short Story, Odia Short Story, Odia Short Story, Odia Short Story, Odia Short Story, Odia Short Story, Odia Short Story