Clever Child Odia Story | Free PDF

Clever Child Odia Story Free PDF

Clever Child Odia Story | Free PDF

Facebook
WhatsApp
Telegram

ବୁଦ୍ଧିମାନ ଶିଶୁ

କଞ୍ଚନପୁରର ଧନୀ ବ୍ୟବସାୟୀ ବିଶାଳଙ୍କର ଏକମାତ୍ର ପୁତ୍ର ବିଶୁ l ପିଲାଟି ଦିନରୁ ବଡ ଆଦରରେ ବଡ ହୋଇଥାଏ l ତା’ର ଯେତିକି ଇଚ୍ଛା ସେତିକି ପଢେ, ତାକୁ କେହି ବି ଗାଳି କରନ୍ତି ନାହିଁ l ଏମିତି ସବୁଥିରେ ଅତ୍ୟଧିକ ସ୍ୱାଧୀନତା ପାଇ ସେ ସରଳ ଭାବେ ବଢୁଥାଏ l କ୍ରମେ ଯୁବକ ବୟସ ହେବାରୁ ତା’ର ପିତା ତାକୁ ବ୍ୟବସାୟରେ ରଖିବାକୁ ଚାହିଁଲେ l ହେଲେ ବିଶୁର ସଂସାରିକ ଜ୍ଞାନ ଆଦୌ ନଥାଏ l ବ୍ୟବସାୟ ପାଇଁ ପ୍ରଖର ବୁଦ୍ଧି ଦରକାର, ତାହା ନଥିବାରୁ ସମସ୍ତେ ତାକୁ ଅଯୋଗ୍ୟ ବୋଲି କହୁଥାନ୍ତି l

ତା ‘ର ଏପରି ସବୁ ଚାଲିଚଳଣ ଦେଖି ଦିନେ ତା’ର ପିତା ବିଶାଳ ତାକୁ କହିଲେ,’ ଆରେ ବିଶୁ, ଦେଖିବାକୁ ତୁ ତୋ ମାମୁଁ ପରି ସୁନ୍ଦର ହୋଇଛୁ, ମାମୁଁ ପରି କାଣିଚାଏ ବୁଦ୍ଧି ହେଲେ ତୋର ଥାନ୍ତା l ମୁଁ ତୋ ବୁଢା ହେଲିଣି l ତୁମେ ବ୍ୟବସାୟ ନାସମ୍ଭାଳିଲେ ଘର କେମିତି ଚାଲିବ l ଥରେ ଯାଇ ମାମୁଁ ଘରେ ରହି ମାମୁଁ ଠାରୁ ବ୍ୟବସାୟ ବୁଦ୍ଧି ଶିଖି ଆସେ l ସେ କିପରି ସେଠାରେ ବ୍ୟବସାୟରେ ସଫଳ ହୋଇଛି ଆଉ ପୁଣି ଜନପ୍ରିୟ ମଧ୍ୟ ହୋଇଛି l”

ବିଶୁ ଏ ବିଷୟରେ ବହୁତ ଗଭୀର ଭାବରେ ଚିନ୍ତା କଲା l ପ୍ରକୃତରେ ମାମୁଁଙ୍କ ବିଷୟରେ ବହୁତ କିଛି ସେ ଶୁଣିଛି l କିଛିଦିନ ପାଇ ସେଠାରେ ରହି ଆସିଲେ ଭଲ ହେବ l ପିତା ବିଶାଳ ଦିନେ ତାଙ୍କ ପୁଅକୁ ଡାକି କହିଲେ, “ଆରେ ବିଶୁ, ତୁ ଏଥର ମାମୁଁ ଘରକୁ ଯାଇ ବୁଝି ଆସ ଯେ ସେ ଏପର୍ଯ୍ୟନ୍ତ କାହିଁକି ଲଙ୍କା ଓ ତେନ୍ତୁଳି ବିକ୍ରି ପାଇ ସେ ପଠାଇ ନାହିଁ l” ତାଙ୍କ ଗାଁ ରେ ତ ସେସବୁ ଶସ୍ତା l ଆମେ ଜିନିଷ ପାଇଁ ଏଠି ଅପେକ୍ଷା କରିଛୁ l କହିଦେବୁ ଯେ, ଆଉ ଦୁଇ ବସ୍ତା ଲଙ୍କା ଅଧିକ ଦେବେ l ଆଉ ଯାହା ଯାହା ପଠାଇବା କଥା ଶୀଘ୍ର ପଠାଇଦେବେ, ଜମାରୁ ବିଳମ୍ବ କରିବେ ନାହିଁ l ଯିବ ବେଳେ ତୁ ତୋ ହାତରେ କିଛି ଟଙ୍କା ନେଇଯା l “

ପରଦିନ ବିଶୁ ଯାଇ ମାମୁଁ ଘରେ ପହଞ୍ଚିଲା l ବାହାରୁ ଦେଖିଲା ଉଷା ଏକାକୀ ବସି ରହି ପଢୁଛି l ବିଶୁ ଜାଣିଥିଲା ଯେ ମାମୁଙ୍କର ଦୁଇ ପୁଅ l ଝିଅ ନଥିବାରୁ ମାଇଁଙ୍କ ଭାଇର ଝିଅ ଉଷାକୁ ପିଲାଟିଦିନରୁ ନିଜ ଝିଅ ଭାବରେ ସେମାନେ ପାଳିଥାନ୍ତି l ଉଷା ନିଜ ପଢ଼ାରେ ଏତେ ଲଗାଇ ଥାଏ ଯେ ବିଶୁ ସେଠାରେ ପହଂଚିବା ସେ ମୋଟେ ଜାଣିପାରି ନାହିଁ l ବିଶୁ କିଛି ଶବ୍ଦ କରିବାରୁ ସେ ମୁଣ୍ଡ ଟେକି ଚାହିଁଲା l ବିଶୁ କୁ ଦେଖି ପଢା ଛାଡି ଉଠି ଆସିଲା l ସେ ବିଶୁ କୁ ନମସ୍କାର କରି ସମସ୍ତଙ୍କ କୁଶଳ କଥା ପଚାରିଲା l ବିଶୁ ଉଷାକୁ ତ ଛୋଟବେଳେ ଦେଖିଥିଲା l ମାତ୍ର ଏବେ ସେ ବହୁତ ବଡ ହୋଇଗଲାଣି, ସୁନ୍ଦର ମଧ୍ୟ ହୋଇଗଲାଣି l ଚାରିଆଡୁ ଚାହିଁ ସେ ଦେଖିଲା ଓ ପଚାରିଲା l ମନେ ହଉଛି ଘରେ କେହିବି ନାହାନ୍ତି, ସଵୁ ଗଲେ କୋଆଡେ ? “

ଉଷା କହିଲା – ପାଖ ଗ୍ରାମରେ ହେଉଥିବା ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ସମସ୍ତେ ସେଠାକୁ ଯାଇଛନ୍ତି l ଏବେ ଫେରିବେ l ମୋର ପରୀକ୍ଷା ଥିବାରୁ ମୁଁ ଯାଇନି l ” ତା’ ପରେ ବିଶୁ ଗୋଡ ହାତ ଧୋଇଲା ଓ ଉଷା ତା ପାଇଁ ଖାଇବାକୁ ବାଢିଲା l ସେତିକିବେଳେ ଜଣେ ବୁଢ଼ୀ ବାହାରୁ ଭିତରକୁ ଆସି କହିଲା – ଉଷା, ମାଆ ବାପା ଆସିଲେଣି ? ସନ୍ଧ୍ୟା ପୂର୍ବରୁ ତାଙ୍କର ଆସିବ ଉଚିତ l ଏତେ ସମୟ ତୋତେ ଏକା ଛାଡି ସେମାନେ ଗଲେ କୋଆଡେ ?

ଉଷା ପଚାରିଲା ” ଆଈ, ସେମାନେ ଏ ପର୍ଯ୍ୟନ୍ତ ଆସି ନାହାନ୍ତି l ବାଟରେ ହୋଏତ ଆସୁଥିବେ l ବାହାଘରରେ ଏପରି ବିଳମ୍ବ ହେବା ସ୍ୱାଭାବିକ l ଆଈ, ଆପଣଙ୍କର କିଛି ଦରକାର କି ?

ନୂଆ ଲୋକ ଦେଖି ବୁଢ଼ୀ ବିଶୁ ଆଡକୁ ବାରମ୍ବାର ଚାହିଁଲା l ତାପରେ ସେ କହିଲା – “ଗାଁରୁ ଲଳିତା ଆଉ ଛୁଆମାନେ ଆସି ପହଞ୍ଚିଛନ୍ତି l କ୍ଷୀର ଥିଲେ କଣ ହେବ ? ଘରେ ତ ଚିନି ଟିକିଏ ବି ନାହିଁ l କିପରି ଚା କରିବି ? “ଆଗରୁ ଏକଥା ଜାଣିଥିଲେ ଚିନି କିଣି ରଖିଥାନ୍ତି l ଏବେ ଏତେବେଳେ କୋଆଡେ ଯିବି ?”
ବାସ ଏତିକି ମାତ୍ର କଥା ତ? ମୁଁ ଚିନି ଦେଉଚି l ଏହା କହି ଉଷା ରନ୍ଧା ଘରୁ ଡବାଏ ଚିନି ଆଣି ସେ ବୁଢୀକୁ ଦେଲା l ବୁଢ଼ୀ ଖୁସି ହୋଇ ଅନେକ ଆଶୀର୍ବାଦ କରି ଚିନି ଧରି ସେଠୁ ଚାଲିଗଲା l

Leave a Comment

From Most Popular Categories

You cannot copy content of this page