ଥରେ ଦୁଇ ବନ୍ଧୁଙ୍କ ଭିତରେ ଭେଟ ହେଲା l ଦୁହେଁ ଭିନ୍ନ ଭିନ୍ନ ବୃତ୍ତିରେ ନିଜ ଜୀବନ ରେ ବିଫଳ ହୋଇଥିଲେ l ଜଣେ ବ୍ୟବସାୟ କରି ସେଥିରେ ସବୁ ଲଗେଇ ଦେବା ପରେ ବି କିଛି ଉନ୍ନତି କରିପାରିନଥିଲେ ଏବଂ ଦ୍ୱିତୀୟ ଜଣକ ଚାକିରୀଟିଏ କରିଥିଲେ, ପଦୋନ୍ନତିଟିଏ ପାଇନଥିଲେ l ଅଥଚ, ଉଭୟଙ୍କ ସହିତ ଏକଦା ସମାନ ସ୍ଥାନରେ ଏବଂ ସମ ସ୍ତରରେ ଥିବା ଅନେକ ଲୋକ ବହୁତ ଉପରକୁ ଉଠିପାରିଥିଲେ l
କଥାବାର୍ତ୍ତା ବେଳେ ଚାକିରୀରେ ଥିବା ବ୍ୟକ୍ତି ତାଙ୍କ ବ୍ୟବସାୟୀ ବନ୍ଧୁଙ୍କୁ ପଚାରିଲେ – ତୁମ ଠାରୁ କମ ଯୋଗ୍ୟତାସମ୍ପନ୍ନ ଲୋକେ ସଫଳ ହେଉଛନ୍ତି, କିନ୍ତୁ ତୁମେ ହେଇପାରୁନାହିଁ, ଏଭଳି ଚିନ୍ତା ତୁମକୁ ହତାଶ କରେ ନାହିଁ ? ତୁମକୁ ଦୁଃଖ ଦିଏନାହିଁ ?
ବ୍ୟବସାୟୀ ବନ୍ଧୁ କହିଲେ – ଭାଇ ତୁମେ ଠିକ କଥାଟି ପଚାରିଛ l ତେବେ, କେବଳ ଗୋଟିଏ ଭାବନାକୁ ମୁଁ ମନରେ ଧରି ରଖି ପାରିଛି ବୋଲି ମୋ ମନରେ ଏ ନେଇ ବିଶେଷ ଦୁଃଖ ବା ହତାଶ ଆସିନାହିଁ l
ଚାକିରୀ କରିଥିବା ବନ୍ଧୁ ପଚାରିଲେ – କଥା ହେଲା, ମୋ ନିଜର ବିଚାରରେ ହୁଏତ ମୁଁ ଭାବୁଛି ମୋ ଠାରୁ କମ ଯୋଗ୍ୟତା ସମ୍ପନ୍ନ ଲୋକେ ମୋ ଠାରୁ ଅଧିକ ଉଚ୍ଚ ସ୍ଥାନକୁ ଯିବା କଥା ନୁହେଁ l କିନ୍ତୁ ହୋଏତ ଏହା ବି ସମ୍ଭବ ଯେ ସେମାନେ ଅନ୍ୟ କିଛି ବିଷୟରେ ଏମିତି ଯୋଗ୍ୟତା ପ୍ରଦର୍ଶନ କରିଛନ୍ତି ଯାହା ସେମାନଙ୍କୁ ଉପରକୁ ନେଇଛି ଏବଂ ଯାହା ମୋ ପାଖରେ ନାହିଁ l ତେଣୁ ମୁଁ କଥାଟିକୁ ଉଲଟେଇ ଦେଇ ଭାବେ l ମୁଁ ଭାବେ ଯେ ମୁଁ ଚେଷ୍ଟା କରିବା ସତ୍ତ୍ୱେ ଯାହା ପାଇଛି, ତାହା ପାଇବା ଲାଗି ମୁଁ ଯୋଗ୍ୟ ବୋଲି ବୋଧହୁଏ ଈଶ୍ଵର ମୋତେ ସେତିକି ହିଁ ଦେଇଛନ୍ତି l ତେଣୁ ମୂଳ କଥା ବୋଧହୁଏ ଏହା ଯେ ମୁଁ ଯାହା ପାଇଛି ସେଥି ଲାଗି ମୁଁ ଯୋଗ୍ୟ l ତେଣୁ ଏ ନେଇ ବିଶେଷ ଅନୁଶୋଚନା କରେନାହିଁ l