Odia Story ବିଶ୍ୱାସ ବଦଳେ ବିଶ୍ୱାସ

Odia Story ବିଶ୍ୱାସ ବଦଳେ ବିଶ୍ୱାସ

Odia Story ବିଶ୍ୱାସ ବଦଳେ ବିଶ୍ୱାସ

Facebook
WhatsApp
Telegram

ସହରର ଗୋଟିଏ ଛକରେ କୌଣସି ଦୋକାନ ଚାଲୁ ନ ଥିଲା l ଖୋଲିବାର କିଛି ମାସ ଭିତରେ ସବୁ ବନ୍ଦ ହୋଇଯାଉଥିଲା l କୌଣସି ଏକ ରହସ୍ୟମୟ କାରଣରୁ ଗରାଖ ହେଉ ନ ଥିଲେ l ବରଂ ସହରର ଲୋକେ ଟିକେ ଦୂର ହେଲେ ମଧ୍ୟ ଛୋଟ ବଜାରକୁ ଯାଉଥିଲେ l

ଥରେ ଜଣେ ଲୋକ ସେଇ ଛକରେ ଜଳଖିଆ ଦୋକାନଟିଏ ଖୋଲିଲେ l ବଜାରର ପୁରୁଣା ଜଳଖିଆ ଦୋକାନ ଥାଉ ଥାଉ ଏ ଦୋକାନ ଚାଲିବ ନାହିଁ ବୋଲି ସମସ୍ତେ ଭାବୁଥିଲେ l କିନ୍ତୁ ଦେଖାଗଲା ଯେ ପ୍ରଥମ କିଛି ଦିନର ମାନ୍ଦା ବେପାର ପରେ ସେଠାରେ ଭିଡ଼ ଜମିଲା l ଦେଖାଗଲା ଯେ ବଜାର ଜଳଖିଆ ଦୋକାନର ପୁରୁଣା ଗରାଖ ମାନେ ବି ଏଠି ପହଞ୍ଚିଲେ l

ଏଥିରେ ବଜାର ଜଳଖିଆ ଦୋକାନର ମାଲିକ ବିସ୍ମିତ ହୋଇ ସେଠାରେ ଏମିତି କି କାରବାର ଚାଲିଛି ବୋଲି ଭାବି ଦେଖିବାକୁ ଆସିଲା l ସେତେବେଳକୁ ଦୋକାନରେ ପ୍ରବଳ ଭିଡ଼ l କିନ୍ତୁ ଦୋକାନର ମାଲିକ ଟଙ୍କା ବାକ୍ସ ପାଖରେ ନାହାନ୍ତି l ସେ କେତେବେଳେ ରୋଷେଇ ଜାଗାରେ ତ କେତେବେଳେ ଗରାଖମାନଙ୍କ ସହିତ ହସ ଖୁସି ଓ ଗପସପ ରେ ମାତିଛନ୍ତି l ଲୋକେ ଖାଇ ସାରିବା ପରେ ମୂଲ୍ୟ ବାବଦକୁ ଟଙ୍କା ବାକ୍ସରେ ନିଜେ ଟଙ୍କା ରଖୁଛନ୍ତି l ଖୁଚୁରା ବି ନେଇଯାଉଛନ୍ତି l ଏହା ଦେଖି ବଜାର ଜଳଖିଆ ଦୋକାନୀ ଆକାଶରୁ ଗଳି ପଡିଲେ l ଏହା ତ ନିୟମ ବିରୁଦ୍ଧ, ଏମିତିରେ ବ୍ୟବସାୟ ଚାଲିଛି କେମିତି ? ଗରାଖଙ୍କୁ କ’ଣ ଏମିତି ବିଶ୍ୱାସ କରାଯାଇପାରେ ?

ସନ୍ଧ୍ୟାରେ ଦୁହିଁଙ୍କ ଭିତରେ ଏ ବାବଦରେ କଥାବାର୍ତ୍ତା ବେଳେ ଛକର ଦୋକାନୀ କହିଲେ – ଆମେ କେବଳ କଥାରେ କହୁ ଗରାଖ ଈଶ୍ଵର ଏବଂ ଆମେ ସେମାନଙ୍କୁ ବିଶ୍ୱାସ କରୁ l କିନ୍ତୁ ପ୍ରକୃତରେ ବିଶ୍ୱାସ କରୁନା l ସେମାନଙ୍କୁ ଜଗି ରହୁ l ତେଣୁ ସେମାନେ ବି ଆମକୁ ବିଶ୍ୱାସ କରନ୍ତି ନାହିଁ l ମୁଁ କିନ୍ତୁ ସେମାନଙ୍କ ଉପରେ ସମ୍ପୂର୍ଣ ବିଶ୍ୱାସ ରଖିବାର ଏହି ପରୀକ୍ଷାଟି କଲି l ଦେଖିଲି ଫଳ ଦେଲା l

ସେମାନେ ବି ମୋତେ ପୁରା ବିଶ୍ୱାସ କଲେ l ମୋ ଜିନିଷର ଗୁଣମାନକୁ ବିଶ୍ୱାସ କଲେ l ଅବଶ୍ୟ କେବେ କେବେ ଠକାମିର ଶିକାର ହୋଉଥିବି l କିନ୍ତୁ ତାହା ବିଶେଷ ଚିନ୍ତାର ବିଷୟ ନୁହେଁ l କାରଣ ମୁଁ ଜାଣେ ପ୍ରାୟ ସବୁ ଲୋକ ଭଲ l ଯେଉଁ ଲୋକ ସେମାନଙ୍କୁ ବିଶ୍ୱାସ କରୁଛନ୍ତି, ସେମାନେ ତାକୁ ଠକିବାକୁ ଚାହାଁନ୍ତି ନାହିଁ l ସେଇ ବିଶ୍ୱାସ ବଳରେ ମୋ ଦୋକାନ ଚାଲିଛି l

Leave a Comment

You cannot copy content of this page