Odia Story A Cup Tea

Odia Story A Cup Tea

Odia Story A Cup Tea

Facebook
WhatsApp
Telegram

Odia Story A Cup Tea: As usual the professor came to the class l this time he brought twenty cups with him l there were twenty students in his class l the professor called one and said – put one cup on each child’s table

କୋଡିଏଟି ଚା’ କପ

ସବୁଦିନ ଭଳି ପ୍ରଫେସର ଶ୍ରେଣୀକୁ ଆସିଲେ l ଏଥର କିନ୍ତୁ ସେ ସାଙ୍ଗରେ କୋଡିଏଟି କପ ନେଇ ଆସିଥିଲେ l ତାଙ୍କ ଶ୍ରେଣୀରେ ଥିଲେ କୋଡିଏ ଜଣ ଛାତ୍ରଛାତ୍ରୀ l ଜଣଙ୍କୁ ଡାକି ପ୍ରଫେସର କହିଲେ – ପ୍ରତି ପିଲାର ଟେବୁଲ ଉପରେ ଗୋଟିଏ ଲେଖାଏଁ କପ ରଖିଦିଅ l

ପ୍ରଫେସରଙ୍କ କଥା ଅନୁସାରେ ପ୍ରତି ପିଲାର ଟେବୁଲ ଉପରେ ଗୋଟିଏ ଲେଖାଏଁ କପ ରଖିଦିଆଗଲା l ତା ପରେ ପ୍ରଫେସର ପାଠ ପଢ଼ାଇବା ଆରମ୍ଭ କଲେ l କିନ୍ତୁ ପିଲାମାନଙ୍କ ମୁଣ୍ଡରେ ଭାବନା ପଶିଲା – ସାର କାହିଁକି କପ ଆଣିଛନ୍ତି ? ପୁଣି ପ୍ରତି ଟେବୁଲ ଉପରେ କପ କାହିଁକି ? ବୋଧହୋଏ, ଆଜି ପୂରା କ୍ଲାସକୁ ସାର କଫି ବା ଚା’ ଦ୍ୱାରା ଆପ୍ୟାୟିତ କରିବେ l ସାର ନିଶ୍ଚୟ କିଛି ଖୁସି ଖବର ପାଇଛନ୍ତି, ତେଣୁ ଏମିତି ଯୋଜନା ! ପିଲାମାନେ ଭାବି ଚାଲିଥାନ୍ତି l ବାରଣ୍ଡାରେ କ୍ଲାସ ପାଖକୁ କେହି ଚାଲି ଆସୁଥିବାର ପାଦ ଶବ୍ଦ ଶୁଣିଲେ ପିଲାଏ ଭାବୁଥାନ୍ତି – ଚା’ କଫି ଆସିଗଲା କି ?

ପୁଣି କେହି କେହି ଭାବୁଥାନ୍ତି – ବିଳମ୍ବ କାହିଁକି ହେଉଛି ? ସେମାନଙ୍କର ଧୈର୍ଯ୍ୟ ଚ୍ୟୁତି ହେଉଥାଏ l କିଛି ସମୟ ପରେ ଜଣେ ଆଉ ସମ୍ଭାଳି ନ ପାରି ପଚାରିଲା – ସାର, ଏ କପଗୁଡିକ କଣ ପାଇଁ ଆସିଛି ?

ସାର କହିଲେ – କିଛି କାରଣ ନାହିଁ l ମୁଁ ପଢା ସାରି ଗଲା ବେଳେ ପୁଣି ଏ ସବୁକୁ ନେଇ ଚାଲିଯିବି l ଏବେ ମୁଁ ପଚାରୁଛି, ଏଇନା ମୁଁ କଣ ପଢ଼ାଉଥିଲି, ତାହା କୁହ l

କେବଳ ସେଇ ପିଲା ନୁହେଁ ଶ୍ରେଣୀର ଅଧିକାଂଶ ଛାତ୍ରଛାତ୍ରୀ କପ ନେଇ ଏଣୁତେଣୁ ଭାବି ଅନ୍ୟମନସ୍କ ରହିଥିବାରୁ ପ୍ରାୟ କିଛି ଶୁଣି ନ ଥିଲେ l ପ୍ରଫେସର କହିଲେ – କେମିତି ଅଯଥା ଭାବନା ମୁଣ୍ଡରେ ଖୁନ୍ଦି ହୋଇ ମୁଣ୍ଡକୁ ଅକ୍ତିଆର କରୁଛି ଓ ତୁମେ ଦରକାରୀ କଥା ଉପରେ ଧ୍ୟାନ ଦେଉନାହିଁ, ସେ କଥା ତୁମମାନଙ୍କୁ ବୁଝାଇବା ଲାଗି କପଗୁଡିକ ନେଇ ଆସିଥିଲି l ଅବଶ୍ୟ, ଏବେ ସମସ୍ତଙ୍କୁ କଫି ପିଆଇବି l କିନ୍ତୁ ମୋ କଥାର ମର୍ମ ବୁଝିପାରିଲ ତ l

Leave a Comment

From Most Popular Categories

You cannot copy content of this page