ପ୍ରକୃତ ଧନୀ କିଏ
ଗୋଟିଏ ଜଙ୍ଗଲର ପାଦଦେଶରେ ଜଣେ ସାଧୁ ବାବା ରହୁଥିଲେ l ତାଙ୍କ ପାଖରେ ଧନ ସମ୍ପତ୍ତି ବୋଲି କିଛି ନଥିଲା l
ଦିନକର କଥା, ରାତି ଅଧରେ ଚୋରଟିଏ ଆଶ୍ରମରେ ପହଞ୍ଚିଲା l ସେ ଆଶ୍ରମରେ ଖୋଜାଖୋଜି କଲା କିନ୍ତୁ କିଛି ପାଇଲା ନାହିଁ l ସେ ଫେରିଯିବା କୁ ବିଚାର କରୁଥିବା ବେଳେ ସାଧୁବାବା ନିଦରୁ ଉଠିପଡିଲେ l ଚୋରର ମନ ଭାବ ଜାଣି ପାରି ତାକୁ ନିଜର ପିନ୍ଧା ଲୁଗା ଖଣ୍ଡକ ଦେଲେ l କେବଳ କୌପିନ ଖଣ୍ଡିକ ପିନ୍ଧିଥାନ୍ତି l ଚୋରକୁ କହିଲେ, ” ମୋ ପାଖରେ ତ ଆଉ କିଛି ନାହିଁ, ସୁତରାଂ ଏଇଖଣ୍ଡକ ନେଇ ଖୁସିରେ ଚାଲିଯାଆ l ” ତୁ ଯେତେବେଳେ ଏତେ କଷ୍ଟ କରି ରାତି ଅଧରେ କଣ୍ଟା ମାଡି ଆସିଛୁ, ଖାଲି ହାତରେ ଫେରିଗଲେ ମୋର ମନ ଦୁଃଖ ହେବନି ? “
ସାଧୁବାବା କଥା ଶୁଣିଲା ପରେ ଚୋର ମନରେ ଭୟ ଆସିଲା l ମନେ ମନେ ଭାବିଲା, ଏ ସାଧୁ ନିଶ୍ଚୟ ଯାଇ ରାଜାଙ୍କ ପାଖରେ ଅଭିଯୋଗ କରିପାରନ୍ତି l ସେଥିପାଇଁ ଚୋର ଲୁଗା ଖଣ୍ଡିକ ନ ନେଇ ଆଶ୍ରମ ବାହାରକୁ ବାହାରି ଆସିଲା l ଏକ ଗଛ ଉପରେ ବସି ସାଧୁଙ୍କର ଗତିବିଧି ଲକ୍ଷ୍ୟ କଲା l
କିଛି ସମୟ ପରେ ଦେଖିଲା, ସନ୍ୟାସୀ କୌପିନ ଖଣ୍ଡିଏ ପିନ୍ଧି ଉଲଗ୍ନପରାୟ ହୋଇ ଆଶ୍ରମ ବାରଣ୍ଡାରେ ବସି ପଡିଲେ l ସେତେବେଳକୁ ପୁର୍ଣିମାର ଚନ୍ଦ୍ରଲୋକରେ ସବୁ କିଛି ଦେଖା ଯାଉଥିଲା l
ଏଥର ସନ୍ୟାସୀ ଆକାଶରେ ଶୋଭା ପାଉଥିବା ଜହ୍ନ କୁ ଏକା ଲୟରେ ଚାହିଁ ରହିଲେ l କିଛି ସମୟ ପରେ କହିଲେ , ” ଆଚ୍ଛା! ସତରେ ମୁଁ କେଡେ ନିଃଶ୍ୱ l ଚୋରଟିକୁ କିଛି ଭଲ ଜିନିଷ ଦେଇପାରିଲି ନାହିଁ l ବିଚରା ତାର ମନ କେତେ ଦୁଃଖ ହୋଇନଥିବ? ଯଦି ମୋର କ୍ଷମତା ଥାନ୍ତା ତେବେ ମୁଁ ନିଶ୍ଚୟ ଆକାଶରୁ ଏଇ ଜହ୍ନଟିକୁ ଆଣି ସେ ଚୋର ହାତରେ ଦେଇଥାନ୍ତି l “
ଏଇ ପଦକ କଥା ଶୁଣି ଚୋର ମନରେ ବିରାଟ ପରିବର୍ତ୍ତନ ଘଟିଲା l ସେ ଦୌଡ଼ିଆସି ସାଧୁବାବାଙ୍କ ଆଗରେ ପଡିଗଲା ଓ କହିଲା, ” ଆପଣ ହେଉଛନ୍ତି ଏ ଦୁନିଆର ସବୁଠାରୁ ବଡ ଧନୀ, ଆଉ ମୁଁ ହେଉଛି ନୀଚ l”