Odia Gapa – ତାଙ୍କ କଥା ଶୁଣି ସମସ୍ତେ ନିରବ ରହିଲେ

Odia Gapa – ତାଙ୍କ କଥା ଶୁଣି ସମସ୍ତେ ନିରବ ରହିଲେ

Facebook
WhatsApp
Telegram

ତାଙ୍କ କଥା ଶୁଣି ସମସ୍ତେ ନିରବ ରହିଲେ

ବୁଦ୍ଧିମାନ କହିଲେ, ” ମହାଶୟ, କେହି ଯଦି ଆମ ଯୁବକମାନଙ୍କୁ ପ୍ରତିଯୋଗିତା ପାଇଁ ଆହ୍ୱାନ କରେ, ତେବେ ସେମାନେ ଯଥାର୍ଥ ପ୍ରତ୍ୟୁତ୍ତର ଦିଅନ୍ତୁ l କିନ୍ତୁ ଆପଣଙ୍କ ଦକ୍ଷତା ଅତୁଳନୀୟ l ସେଥିପାଇଁ ସମସ୍ତେ ନିରବ l ତେଣୁ ଆପଣଙ୍କୁ ଆମେ ଅନୁରୋଧ କରୁଛୁ, କିଛିଦିନ ଏଠାରେ ରହି ଆମ ଯୁବକ ମାନଙ୍କୁ କ୍ରୀଡା ଓ ଯୁଦ୍ଧର କୌଶଳ ସବୁ ଶିଖାଇବେ l ଏଠାରେ ଆମେ ମଧ୍ୟ ଯତ୍ନର ସହିତ ଆପଣଙ୍କୁ ରଖାଇଛୁ l ଆନନ୍ଦ ଓ ଖୁସିରେ ରହନ୍ତୁ l ଆପଣ ଦେଶକୁ ଫେରିଯିବା ପରେ ଆମେ ଆପଣଙ୍କୁ ମନେ ପକାଉଥିବୁ l ଆପଣ ମଧ୍ୟ ଆମକୁ ମନେ ପକାଉଥିବେ l “

ତା’ ପରେ ନୃତ୍ୟ ପରିବେଷଣ କରାଗଲା l ଅନେକ ନର୍ତ୍ତକ ନର୍ତ୍ତକୀ, ସଂଗୀତ ସହିତ ନାଚୁଥାନ୍ତି l ରୂପଧର ଖୁସି ହୋଇ ରାଜାଙ୍କୁ କହିଲେ, ” ମହାଶୟ, ଏପରି ସୁନ୍ଦର ନୃତ୍ୟ , ମୁଁ ଅନ୍ୟ କେଉଁଠାରେ ହେଲେ ଦେଖିନାହିଁ l ଏହା ତ ଅପୂର୍ଵ l “
ରାଜା ତାଙ୍କ ପରିବାରର ବାରଜଣ ରାଜକୁମାରଙ୍କୁ ଡାକିଲେ l ସେମାନେ ମଧ୍ୟ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ l ରୂପଧରଙ୍କର ଅଦ୍ଭୁତ ପ୍ରତିଭା ଦେଖି ସେମାନେ ହାତୀଦାନ୍ତର ଓ ରୁପାରେ ତିଆରି ହୋଇଥିବା ତରବାରୀର ମୁଠା ଓ ଖୋଳ ସହିତ ଅନେକ ତରବାରୀ ତାଙ୍କୁ ଉପହାର ସ୍ୱରୂପ ଦେଲେ l

ସେଦିନ ରାତିରେ ପୁଣି ଅନ୍ଧଗାୟକ ଟ୍ରୋଜନ ଯୁଦ୍ଧର କାଠଘୋଡା ବିଷୟରେ ଗାୟନ କଲେ l ଗ୍ରୀକମାନେ ନିଜ ଶିବିରରେ ନିଆଁ ଧରାଇ, ନିଜ ନିଜର ବୋଇତମାନ ଖୋଲି ଚାଲିଯିବାର ଛଳନା କରିଥିଲେ l ଟ୍ରୋଜନ ଯୁଦ୍ଧର ଅବସାନ ହେଲା ବୋଲି ଘୋଷଣା କରାଗଲା l ଗ୍ରୀକମାନେ ଚାଲିଗଲେ ବୋଲି ସମସ୍ତେ ଜାଣିଲେ l ରାତିରେ କାଠର ଏକ ବିରାଟ ଘୋଡା ତିଆରି କରି କିପରି ସେମାନେ ତା’ ମଧ୍ୟରେ ଲୁଚି ଲୁଚି ଯାଇ ଯୁଦ୍ଧ କରି ଜିତିଲେ, ସେକଥା ସବୁ ଅନ୍ଧ ଗୀତ ବୋଲି ଶୁଣାଉଥାଏ l ଏଣେ ସେସବୁ ଶୁଣି ରୂପଧରଙ୍କ ଚକ୍ଷୁରେ ଅଶ୍ରୁରଧାରା ପ୍ରବାହିତ ହେଲା l

ଏକଥା ଦେଖି ରାଜା ଗୀତ ବନ୍ଦ କରାଇଲେ, ସେ ରୂପଧରଙ୍କୁ ପଚାରିଲେ, ” ମହାଶୟ, ସତ କଥା କୁହନ୍ତୁ ଆପଣ କିଏ? ଆପଣଙ୍କ ନାମ କଣ ? କେଉଁ ଦେଶରେ ଆପଣଙ୍କ ଘର ? ଆପଣ କେଉଁଠୁ ଆସିଲେ? ଟ୍ରୋୟ ଯୁଦ୍ଧର କାହାଣୀ ଶୁଣିବା ମାତ୍ରେ ଆପଣ କାହିଁକି କାନ୍ଦି ପକାଉଛନ୍ତି ? ସେହି ଯୁଦ୍ଧରେ ଆପଣଙ୍କର କେହି ନିଜ ଲୋକ କଣ ମରିଯାଇଛନ୍ତି ? ଆପଣଙ୍କ ମନରେ କାହିଁକି ଏତେ ଦୁଃଖ ?

ଆପଣ ଏବେ ସମସ୍ତ କଥା ମୋତେ ଖୋଲି କୁହନ୍ତୁ l ଆମେ ଯେତେବେଳେ ଆପଣଙ୍କୁ ବନ୍ଧୁଭାବେ ଓ ନିଜଲୋକ ଭାବରେ ଗ୍ରହଣ କରୁଛୁ l ଆପଣ ମଧ୍ୟ ନିଜର ଭାବି ଆମକୁ ଆପଣଙ୍କର ସମସ୍ତ ଇତିହାସ ଖୋଲି କୁହନ୍ତୁ l ମୁଁ ବରାବର ଲକ୍ଷ୍ୟ କରୁଛି ଯେ ଟ୍ରୋୟ ଯୁଦ୍ଧ କଥା ଆପଣଙ୍କ ଚକ୍ଷୁରେ ଅଶ୍ରୁ ଆଣି ଦେଇଛି l ଏହାର ରହସ୍ୟ ବା କଣ ? “

Leave a Comment

You cannot copy content of this page