Experience the captivating Odia story “Dastakhata Janhamamu.” Dive into a deeply moving narrative full of emotion, life lessons, and literary charm. Read the full story here!
Dastakhata Janhamamu Odia Story – ଦସ୍ତଖତ ଜହ୍ନମାମୁ
ସୂର୍ଯ୍ୟଗଡ଼ ଓ ଚନ୍ଦ୍ରଗିରି ମଧ୍ୟରେ ଗୋଟିଏ ଅରଣ୍ୟ ଥିଲା । ସେହି ଅରଣ୍ୟରେ ନରସିଂହ ନାମକ ଜଣେ ଡାକୁ ନିଜର ଦଲବଳ ନେଇ ରହୁଥିଲା । ଉଭୟ ରାଜ୍ୟର ଦରବାରରେ ଡାକୁର ଗୁପ୍ତଚରମାନେ ରହୁଥିଲେ ।
ଥରେ ଚନ୍ଦ୍ରଗିରିର ରାଜା ସୂର୍ଯ୍ୟଗଡ଼ର ରାଜାଙ୍କଠାରୁ ଲକ୍ଷେ ସ୍ଵର୍ଣ୍ଣମୁଦ୍ରା ଋଣ ସ୍ଵରୂପ ମାଗିଲେ । ସୂର୍ଯ୍ୟଗଡ଼ର ରାଜା ମଧ୍ୟ ସେଥିରେ ସମ୍ମତ ହେଲେ । ନିଷ୍ପତ୍ତି ହେଲା ଯେ ଚନ୍ଦ୍ରଗିରିର ମନ୍ତ୍ରୀ ନିଜେ ଯାଇ ସେହି ଋଣ ଅର୍ଥ ଗ୍ରହଣ କରିବେ ।
ଗୁପ୍ତଚର ଜରିଆରେ ଏହି ସମ୍ବାଦ ପାଇ ଡାକୁ ନରସିଂହ ରାତିଅଧରେ ଯାଇ ଜଣେ ପଣ୍ଡିତଙ୍କ ଘରେ ପହଞ୍ଚିଲା । ଡାକୁଟି ନିରକ୍ଷର ଥିଲା । ମନ୍ତ୍ରୀଙ୍କ ଦସ୍ତଖତ ଶିଖାଇ ନ ଦେଲେ ସେ ପଣ୍ଡିତଙ୍କୁ ମାରିଦେବ ବୋଲି ଧମକ ଦେଲା । ଭୟରେ ପଣ୍ଡିତ ଥରି ଥରି ତାକୁ ଦସ୍ତଖତ ଶିଖାଇଦେଲେ ।
ପରଦିନ ଚନ୍ଦ୍ରଗିରିର ମନ୍ତ୍ରୀ ଦେହରକ୍ଷୀମାନଙ୍କ ଗହଣରେ ସୂର୍ଯ୍ୟଗଡ଼ ଯାଉଥିବା ବାଟରେ ବଣ ଭିତରେ ଡାକୁଦ୍ଵାରା ଆଟକ ହେଲେ । ଡାକୁ ନରସିଂହ ମନ୍ତ୍ରୀଙ୍କ ପୋଷାକ ନିଜେ ପିନ୍ଧିଲା, ଦେହରକ୍ଷୀମାନଙ୍କ ପୋଷାକ ନିଜ ଅନୁଚରମାନଙ୍କୁ ପିନ୍ଧାଇଲା ଏବଂ ମନ୍ତ୍ରୀଙ୍କ ପାଖରେ ଥିବା ମୋହର ଓ ପତ୍ର ଧରି ସୂର୍ଯ୍ୟଗଡ଼ ଦରବାରରେ ପହଞ୍ଚିଲା ।
ରାଜା ତାକୁ ସ୍ଵର୍ଣ୍ଣମୁଦ୍ରା ଦେଲେ । ସ୍ଵର୍ଣ୍ଣମୁଦ୍ରା ପାଇବା ପରେ ରସିଦରେ ଡାକୁ ଦସ୍ତଖତ କଲା ମାତ୍ରେ ରାଜା କ୍ଷଣିକ ପାଇଁ ଅନାଇଲେ ଓ ତୁରନ୍ତ ତାକୁ ଗିରଫ କଲେ ।
ଅସଲ କଥା ହେଲା, ଚତୁର ପଣ୍ଡିତ ଡାକୁକୁ ମନ୍ତ୍ରୀଙ୍କ ଦସ୍ତଖତ ବଦଳରେ ଯେଉଁ ଦସ୍ତଖତ ଶିଖାଇଥିଲେ, ତାହା ଥିଲା ତା’ ନିଜ ନାମ ‘ଡାକୁ ନରସିଂହ’!