10 Samaja Paper Story in Odia

Samaja Paper Story in Odia

10 Samaja Paper Story in Odia

Facebook
WhatsApp
Telegram

Read 10 Samaja Paper Story in OdiaGet the latest news from Samaja Paper. Read the latest stories from around the world, get expert opinion pieces and immerse yourself in India’s rich culture with our innovative digital platform. Stay up to date with all the news that matters most to

ଜୀବଧର୍ମ

ନଦୀରେ ସ୍ନାନ କରୁଥୁବା ସମୟରେ ସାଧୁ ମହାତ୍ମା ଦେଖୁବାକୁ ପାଇଲେ ଜଳସ୍ରୋତରେ ବିଛାଟିଏ ଭାସିଯାଉଛି । ଅସହାୟ ଭାବରେ ବିଛାଟି ଭାସିଯାଉଥୁବା ଦେଖୁ ସାଧୁ ମହାତ୍ମାଙ୍କ ମନ ବିଚଳିତ ହୋଇ ଉଠିଲା ପାଣି ଭିତରକୁ ଯାଇ ହାତରେ ତାକୁ ଉଠାଇ ଆଣିବା ସମୟରେ ବିଛାଟି ତତ୍‌କ୍ଷଣାତ ତାଙ୍କୁ ଦଂଶନ କରିଥଲା । ଆକସ୍କିକ ଦଂଶନା ଯନ୍ତ୍ରଣା ଯୋଗୁଁ ହାତ ଛାଟି ଦେବାରୁ ବିଛାଟି ପାଣିରେ ପଡ଼ିଗଲା । ହେଲେ ସାଧୁ ମହାତ୍ମା କ୍ଷାନ୍ତ ନହୋଇ ପୁନର୍ବାର ତା’କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ଆଞ୍ଜୁଳିରେ ।

ଏଥର ମଧ୍ଯ ବିଛାଟି ପୂର୍ବଭଳି ଦଂଶନ କରିଥଲା । ସାଧୁ କିନ୍ତୁ ନିଜ ସିଦ୍ଧାନ୍ତରେ ଦୃଢ଼ ଥୁଲେ। ବିଛାଟିକୁ ଯେ କୌଣସି ପ୍ରକାରେ ପାଣିରୁ ଉଦ୍ଧାର କରିବା ନିମିତ୍ତ। ବାରମ୍ବାର ଦଂଶନଜନିତ ଯନ୍ତ୍ରଣା ସହି ସାଧୂ ବିଛାଟିକୁ ଉଦ୍ଧାର କରି ଉପରେ ଛାଡ଼ି ଦେବାପରେ ଆଶ୍ଵସ୍ତ ହୋଇଥିଲେ ଏଥିପାଇଁ ଯେ ଅନ୍ତତଃ ଜୀବଟିର ଜୀବନ ରକ୍ଷାରେ ସକ୍ଷମ ହୋଇଛନ୍ତି । ବିଛାଟିକୁ ତୀରରେ ଛାଡ଼ିଦେଇ ମହାତ୍ମା ଆସୁଥୁବା ସମୟରେ ତାଙ୍କର ମୁଖମଣ୍ଡଳରେ ବିଛାର ଦଂଶନ ଜନିତ ଯନ୍ତ୍ରଣାର ଛାପ ବାରି ହୋଇପଡ଼ୁଥୁଲା ସ୍ପଷ୍ଟ ।

ବିଛାଟି ଜଳରେ ଭାସିଯାଉଥୁବା, ସାଧୂ ମହାତ୍ମା ବାରମ୍ବାର ଉଦ୍ଧାର କରିବାକୁ ଚେଷ୍ଟା କରି ବିଛାର ଦଂଶନ ଜ୍ଵାଳା ସହିବା, ଶେଷରେ ତାକୁ ଉଦ୍ଧାର କରିବାରେ ସକ୍ଷମ ହେବା- ଏସବୁକୁ ବେଶ୍‌ କୌତୂହଳର ସହ ଲକ୍ଷ୍ୟ କରୁଥୁଲେ ଜଣେ ସଜ୍ଜନ । ନିକଟକୂ ଯାଇ ପଚାରିଲେ- ମହାତ୍ମା ଆପଣ ଏତେ ଯନ୍ତ୍ରଣା ସହୁଥିଲେ କାହିଁକି ସାମାନ୍ୟ ବିଛାଟିକୁ ଉଦ୍ଧାର କରିବା ପାଇଁ ? ସାଧୁ ମହାତ୍ମା ହସିହସି କହିଲେ- ଭାଇ ଇଏ ତମ ବ୍ୟାଖା କରିବାରେ ତୃଟି। ବିଛାର ଧମ୍ମ ହେଲା ଦଂଶନ କରିବା। ଆଘାତ ପାଇଲେ ନିଶ୍ଚୟ ପ୍ରତ୍ୟାଘାତ କରିବ, ଏଥୁରେ ସନ୍ଦେହ ନାହିଁ। ବାରମାର ଦଂଶନ କରି ସେ ତା’ରସ୍ବଧର୍ମ ପାଳନ କରିଥଲା |

ଆଉ ମୁଁ ମଣିଷ ହୋଇ କେମିତି ମୋର ଧର୍ମ ପାଳନ କରିବି ନାହିଁ। ସାଧୁମାନଙ୍କ ଧର୍ମ ହେଲା ଜୀବମାତ୍ରେ ସମସ୍ତଙ୍କ କଲ୍ୟାଣ ପାଇଁ ଉଦାର ହୃଦୟରେ କାର୍ଯ୍ୟ କରିବା, ସେମାନଙ୍କ ପ୍ରାଣ ନିଜ ପ୍ରାଣ ବିନିମୟରେ ରକ୍ଷା କରିବା । ଯେତେବେଳେ କ୍ଷୁଦ୍ରକାୟ ଜୀବଟି ତା’ର ଧର୍ମ ତ୍ୟାଗ କରୁନାହିଁ, ମୁଁ ଭଲା କିପରି ନିଜର ଧର୍ମ ତ୍ୟାଗ କରିବି?” ସାଧୁଙ୍କଠାରୁ ଏହା ଶୁଣିବା ପରେ ଆଗନ୍ତୁକ ସାଧୁଙ୍କ ମହାନୁଭବତା ଲକ୍ଷ୍ୟ କରି ନତମସ୍ତକ ହୋଇ ଯାଇଥିଲେ ।

ବାସ୍ତବରେ ଏ ଦେଶରେ ରଷି ପରମ୍ପରାରେ ଦଧୂଚି ଦେବ-ଅରି ରାକ୍ଷସମାନଙ୍କର ନିଧନ ପାଇଁ କାୟମନୋବାକ୍ୟରେ ଦେବତାମାନଙ୍କୁ ନିଜର ଜୀବନ ଉତ୍ସର୍ଗ କରିଥୁଲେ ଅମତ୍ପିଦାନ କରି। ସାଧୁସନ୍ଥ , ମହାମନୀଷୀ ତଥା କିଛି ପରୋପକାରୀ ସଜ୍ଜନ ଲୋକକଲ୍ୟାଣ ନିମନ୍ତେ ଉତ୍ସର୍ଗୀକୃତ ମନୋଭାବ ନେଇ ଏବେ ବି କାର୍ଯ୍ୟ କରୁଛନ୍ତି ଏଇ ପୁଣ୍ୟଭୂମିରେ । ହେଲେ ଦୁଃଖର କଥା ସେମାନଙ୍କ ବାଣୀ ଓ କାର୍ଯ୍ୟର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ବିଶେଷ ପ୍ରତିଫଳିତ ହେଉନାହିଁ।

ଅର୍ଥାର୍ଥୀ ଭକ୍ତ

ଶାସ୍ତ୍ର ବିଶାରଦ ପଣ୍ଡିତ ନିରହଙ୍କାରୀ, ବିନୟୀ ତଥା ଧର୍ମପ୍ରାଣ ଥଲେ। ପତ୍ନୀ କିନ୍ତୁ ଥିଲେ, ସମ୍ପୂର୍ଣ୍ଣ ବିପରୀତ ସ୍ଵଭାବର । ନିଜର ସ୍ଥିତିକୁ ନେଇ ସର୍ବଦା ଅସୁଖୀ ଥିଲେ । ସ୍ଵାମୀଙ୍କୁ ତାଚ୍ଛଲ୍ୟ କରି ନାନା କଥା କହୁଥୁଲେ ।

ବିଚରା ପଶ୍ଚିତ ରୂକ୍ଷଭାଷିଣୀ ପତ୍ନୀଙ୍କର ସବୁକଥା ସହିଯାଆନ୍ତି । କେବେ ବି ପ୍ରତିବାଦ କରି ନଥାନ୍ତି | ସେ ଜାଣିଥୁ୍‌ଲେ ଯେ ଏ ନେଇ କିଛି କହିଲେ ତୁମୁଳ କାଣ୍ଡ ସୃଷ୍ଟି ହେବ। ପଣ୍ଡିତ ଖାଲି ବିଦ୍ଵାନ୍‌ ନଥିଲେ , ଜ୍ୟୋତିଷଶାସ୍ତ୍ର ବିଶାରଦ ଥିଲେ | ବାରମ୍ବାର ପତ୍ନୀଙ୍କ କଟୁ କଥା ଶୁଣିଶୁଣି ଦିନେ କହିଥିଲେ- ‘ଏବେ ମୁଁ ଯାଉଛି, ଜଣେ ଧନବାନ ଯଜମାନ ଠିକ୍‌ କରିବି ଯିଏ ମୋର ଅଭାବ ମେଣ୍ଟାଇ ପାରିବ। କନ୍ୟାର ବିବାହ ମଧ୍ଯ ସୁରୁଖୁରୁରେ ହୋଇଯିବ । ଘର ଧନଧାନ୍ୟରେ ଭରିଯିବ | ଆମର ଅଭାବ ଆଉ ରହିବ ନାହିଁ।’

ପତିଙ୍କୁ ସର୍ବଦା ହେୟ ଦୃଷ୍ଟିରେ ଦେଖୁଥୁବା ପଡ଼ୀ ଏ କଥା ଶୁଣି ବିଦ୍ରପର ହସହସି ରୋଷେଇରେ ମନୋନିବେଶ କରିଥିଲେ। ପଣ୍ଡିତ ଏକମୁହାଁ ଜଙ୍ଗଲକୁ ଚାଲିଯାଇଥିଲେ। ଧ୍ୟାନରେ ବସି ତ୍ରିଲୋକର ଅଧିପତିଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରି କହିଥୁଲେ- ‘ପ୍ରଭୁ’ ଏତେ ଦିନ ଯାଏ ଦୁଃଖ ଶୁଣି ନାହାନ୍ତି। ଏବେ ହେଲେ ଏହି ନିର୍ଦ୍ଧନର ଦୁଃଖ ଶୁଣନ୍ତୁ | ଦୁଃଖ, ଅଭାବ ଅନଟନରେ ପେଷି ହୋଇ ମୋର ଜୀବନ ଦୁର୍ବିସହ ହୋଇଗଲାଣି।’ ବିଶ୍ଵନାଥଙ୍କର ଏକ ମନ୍ଦିର ଥିଲା ଜଙ୍ଗଲର ମଧ୍ଯସ୍ଥଳରେ । ସେହିଠାରେ ବସି ରହି ଆର୍ତ୍ତସ୍ୱରରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରି କହିଥିଲେ “ପ୍ରଭୁ ଆପଣ ହିଁ କୁବେରଙ୍କୁ ସଖା କରିଛନ୍ତି, ତାଙ୍କୁ ଧନାଧକ୍ଷ ଲୋକପାଳ ମଧ୍ଯ କରି ଦେଇଛନ୍ତି | ମୋତେ କିଛି ହେଲେ ଦିଅନ୍ତୁ, ଯାହାକୁ ନେଇ ମୁଁ ଖୁସିରେ ଘରକୁ ଚାଲିଯିବି । ମୁଁ ଜଜମାନ ଭାବରେ ଆପଣଙ୍କୁ ହିଁ ବରଣ କରୁଛି।’ ଶିବଲିଙ୍ଗରେ ଜଙ୍ଗଲୀ କଦଳୀ ଘର୍ଷଣ କରିଥୁଲେ, ସେହିଠାରେ ସଂକଳ୍ପ କଲେ ନିତ୍ୟ ଗଙ୍ଗାଜଳରେ ରୁଦ୍ରାଭିଷେଖ କରିବେ ବିଧିବିଧାନରେ ।

ଘରକୁ ଫେରିବା ପରେ ପତ୍ନୀ ପଚାରିଥିଲେ- ଯଜମାନ କୋଉ କାଟର ? ତାଙ୍କ ସମ୍ପକରେ କିଛି ହେଲେ କହିଲ ନାହିଁ ଯେ ? ପଣ୍ତିତ ଶିବଶଙ୍କର (ବିଶ୍ଵନାଥ ଙ୍କ ପରିଚୟ ଉହ୍ୟ ରଖୁ ତାଙ୍କୁ ଜଣେ ସଂଭ୍ରାନ୍ତ ଧନୀ, ସଂପନ୍ନ, ତଥା ଶ୍ରୀମନ୍ତ ବର୍ଗର ବ୍ୟକ୍ତି ଜଜମାନ ଭାବରେ ମିଳିଯାଇଛନ୍ତି ବୋଲି କହିଥୁଲେ। ନିୟମାନୁସାରେ ୨୧ଦିନ ଗଙ୍ଗାଜଳରେ ଶୁଦ୍ଧପୂତ ଭାବରେ ରୂଦ୍ରାଭିଷେକ କରିଥୁଲେ ପଣ୍ଡିତ । ନିୟମିତ ପଣ୍ଡିତ ଆପଣାର ପୂଜାକର୍ମ ଜାରି ରଖୁଥାନ୍ତି ଦୃଢ଼ ବିଶ୍ଵାସର ସହ ।

ଅନ୍ତିମ ଦିବସର ଅଭିଷେକ କାର୍ଯ୍ୟ ସାରି ପଣ୍ତିତ ଘରକୁ ଆସି ଦେଖନ୍ତି ତ ସବୁ ଦିନ ପତ୍ନୀଙ୍କ ମୁଖମଣ୍ଡଳରେ ଥୁବା ବିଷଣ୍ଠ ଭାବ ଦୂର ହୋଇଯାଇଛି | ପତ୍ନୀ ହସହସ ମୁହଁରେ ସମ୍ଭାଷଣ କରିବା ଦେଖୁ ପଣ୍ଡିତେ ତାଜୁବ୍‌ ହୋଇ ଯାଇଥିଲେ | ହସିହସି ସ୍ବାମୀଙ୍କୁ କହିଥୁଲେ- ‘ତୁମ ପାଇଁ ଖାଦ୍ୟପେୟ ରଖି ଦେଇଛି। ଢ଼େର ସାମଗ୍ରୀ, ଅଥ, ସୁନା-ଚାନ୍ଦି, ଜଜମାନା ଦେଇଯାଇଛନ୍ତି ଯାହା ଆମର ଚଳିବାପାଇଁ ପର୍ଯ୍ୟାପ୍ତ ହେବ।’

ଏକ ଅଥାର୍ଥୀ ଭକ୍ତର ଆକୁଳ ପ୍ରାର୍ଥନାକୁ ଭଗବାନ ଶୁଣିଛନ୍ତି ବୋଲି ପଣ୍ଡିତଙ୍କର ହୃଦ୍‌ ବୋଧ ହୋଇଥୁଲା | ସଂସାରୀ ଜୀବ ପକ୍ଷରେ ‘କାମନା’ ପୋଷଣ ଖରାପ ନୁହେଁ, ହେଲେ କାମନାର ପରିପୂରଣ ପାଇଁ ଏଣେତେଣେ ଘୂରିବୁଲିବା, ଅନୀତିର ଆଶ୍ରୟ ନେବା, ଅସୀମିତ କାମନାର ଦାସ ହେବା ନିଶ୍ଚିତରେ ଗର୍ହିତ କାର୍ଯ୍ୟ । ମାଲିକ ହେଲେ ପରମେଶ୍ଵର,

10 Samaja Paper Story in Odia

More Odia Story – Click Here

Read more story in from Odia Samaj Paper Click Here

Leave a Comment

From Most Popular Categories

You cannot copy content of this page