Pani Kheluchi Doli -ପାଣି ଖେଳୁଛି ଦୋଳି

Pani Kheluchi Doli

Pani Kheluchi Doli -ପାଣି ଖେଳୁଛି ଦୋଳି

Facebook
WhatsApp
Telegram

Amara puruna Odisha text book ra sundar kabita “Pani Kheluchi Doli” bisayare janantu ei blog post re. Janantu ei kabita kemiti aama bachapana aar gaon ra smruti ku mane pakaye.

Pani Kheluchi Doli -ପାଣି ଖେଳୁଛି ଦୋଳି

ଦୋଳି ଖେଳଇ ପାଣିରେ ଭାଇ,

ଦୋଳି ଖେଳଇ ପାଣି

ତଳୁ ଉପର ଉପରୁ ତଳ

ଦେଖାଇ କେତେ ଠାଣି ।

ଖରାତେଜରେ ଦରିଆ-ବୁକେ

ଯାଏ ସେ ଆଗ ତାତି ,

ବାଷ୍ପ ହୋଇ ଶୂନ୍ୟ ଉଠେ

ପବନ ସାଥେ ମାତି ।

ପବନ ମେଳେ ଖେଳିଖେଳିକା

ଶୀତଳ ଦେହୁ ଧରେ,

ପାଲଟିଯାଏ ଜଳକଣିକା

ନୀଳ ଆକାଶ ତଳେ ।

ଗୋଟିକି ଗୋଟି ଜଳକଣିକା

ମିଶିଲେ ହୁଏ ମେଘ,

ବାଆ ବତାସ ଆସିଲେ ମାଡ଼ି

ବଢଇ ତା’ର ବେଗ ।

ତୁହାକୁ ତୁହା ହେମାଳ ବାଆ

ଦେହରେ ତା’ର ବାଜି

ଟୋପାକୁ ଟୋପା ପଡ଼େ ସେ ଝସି

ବରଷାଧାରା ସାଜି ।

ଭୂଇଁରେ ପଡ଼ି ଗଡ଼ିଗଡ଼ିକା

ଭରେ ସେ ନଈ ନାଳ,

ଦରିଆ ସାଥେ ମିଶି ପୁଣି ସେ

ଲଗାଏ ଦୋଳି ଖେଳ ।

ତଳୁ ଉପର ଉପରୁ ତଳ

ହେଉଛି କେତେ ପାଣି

ବାଷ୍ପ କେବେ ବର୍ଷା କେବେ

ଦେଖାଏ କେତେ ଠାଣି ।

Kotha Bhoga Khia – Odia Bhajan by Bhikari Bal | Lyrics

Leave a Comment

You cannot copy content of this page