Class 5 Indradhanu Kabita in odia

Class 5 Indradhanu Kabita in odia

Class 5 Indradhanu Kabita in odia

Facebook
WhatsApp
Telegram

Go back to the childhood of the 80s and 90s! Read that old ‘Indradhanu’ poem and its questions-answers from Class 5 MIL Odia book to reminisce about your sweet school days.

୮୦ ଏବଂ ୯୦ ଦଶକର ପିଲାଦିନକୁ ଫେରିଯାଆନ୍ତୁ! ପଞ୍ଚମ ଶ୍ରେଣୀ MIL ଓଡ଼ିଆ ବହିର ସେଇ ପୁରୁଣା ଆଧାରିତ ‘ଇନ୍ଦ୍ରଧନୁ’ କବିତା ଏବଂ ତାହାର ପ୍ରଶ୍ନୋତ୍ତରକୁ ପଢ଼ି ନିଜ ସ୍କୁଲ ଦିନର ମଧୁର ସ୍ମୃତିକୁ ଆଉ ଥରେ ମନେ ପକାନ୍ତୁ।

ଇନ୍ଦ୍ରଧନୁ
ବରଷା ଟିକେ ଯାଇଛି ଛାଡ଼ି,
ବଉଦ ତଳୁ ମୁହଁଟି କାଢ଼ି
ସୂର୍ଯ୍ୟ ସତେ ଦେହ କି ଛାଡ଼ି
କିରଣ-ରେଣୁ ବୁଣେ !

ଆଗରେ ତାର ତୋରଣଟିଏ
ଆକାଶ ପଥେ ରଚିଲା କିଏ ?
ଆହା କି ତୋରା ! ଚମକ ଦିଏ
ନଜର ରୂପ-ଗୁଣେ !

ସୂର୍ଯ୍ୟଠାରେ ଥିଲା ସେ କାହିଁ,
ସଲିଳ-କଣା ପରଶ ପାଇ
ସଜାଇ ରୂପ ବର୍ଣ୍ଣବାହି
ସବୁରି ମନ ମୋହେ;
ସାତୋଟି ତହିଁ ରଙ୍ଗ ଖେଳି
ସବୁଜ, ପୀତ, ଲୋହିତ, ନୀଳ
ବାଇଗଣି ଓ କମଳା ଝାଳ
ନିବିଡ଼ ନୀଳ ଶୋହେ !

ସୂର୍ଯ୍ୟ ଯେଉଁ ରଶ୍ମି ଦିଏ,
ତାହାର ପରା ଅଂଶ ସିଏ;
ତାହାରିଠାରୁ ରଙ୍ଗ ନିଏ,
ଝଲସି ଉଠେ ଥରେ;
ଶୂନ୍ୟ କୋଟି ଯୋଜନ ଖେଦି
ସଲିଳକଣା କେତେ ସେ ଭେଦି
ସଳଖେ ଆସୁଁ ବିଘ୍ନ ଛେଦି
ବକ୍ର ରୂପ ଧରେ ।

ଗାଁଆକୁ ଗାଆଁ ଯୁଆଡ଼େ ଯାଉଁ,
ତାହାକୁ ଦେଖୁ ତାହାକୁ ପାଉଁ,
ଆକାଶେ ତାକୁ ହରଷେ ଚାହୁଁ,
ନିମିଷେ ସେ ତ ରହେ ।
ତ୍ରିକୋଣ-କାଚେ ଆଲୋକ ସମ
ଆକାଶେ ଦିଶେ କି ଅନୁପମ !
ସରଜେ ସେ ତ ଧନୁର ଭ୍ରମ,
ଵକ୍ର ଦେହ ବହେ ।

ନୁହେଁ ତ ନୁହେଁ ତୋରଣ ସିଏ,
କରନି ତାକୁ ତିଆରି କିଏ;
ନାହିଁ ତ କାହିଁ ଇନ୍ଦ୍ରଟିଏ ,
ନୁହେଁ ସେ କାହା ଧନୁ;
ଅଗଣା, ବିଲ, ପଡ଼ିଆ ପରେ
ଦେଖିଲେ ତାକୁ ନୟନ ଭରେ;
ଆକାଶୁ ନିଭେ, ନିଭେନା ଥରେ
ଦେଖଣାହାରୀ ମନୁ ।

Leave a Comment

You cannot copy content of this page