ଭଗବାନ ଓ ସଇତାନ
ଥରେ ଭଗବାନ ପୃଥିବୀ ବୁଲିବାକୁ ଆସିଲେ l ସାଙ୍ଗରେ ଥିଲେ ନାରଦ l ଦୁହେଁ ଦରିଦ୍ର ବୁଢ଼ା ବେଶରେ ମର୍ତ୍ତ୍ୟରେ ପହଞ୍ଚିଲେ l
ବୁଲୁଥିବା ବେଳେ ନାରଦ ଦେଖିଲେ, ଗୋଟିଏ ଜାଗାରେ ଭିଡ ଜମିଛି l ସେମାନେ ସେଠାକୁ ଗଲେ l ସେଠି ଗୈରିକ ବସ୍ତ୍ର ପରିହିତ ଜଣେ ସାଧୁ ନିଜକୁ ଭଗବାନ କହି ନାନା ପ୍ରକାର ଅଲୌକିକ ବିଦ୍ୟା ପ୍ରଦର୍ଶନ କରୁଥିଲେ l ଲୋକେ ଭୋଳ ହୋଇ ତାଙ୍କ ପାଦ ତଳେ ପଡୁଥିଲେ l
ନାରଦ ସହି ନ ପାରି କହିଲେ -ପ୍ରଭୁ, ଏ କି ଅନାଚାର l ଆପଣ ଥାଉ ଥାଉ ଏ ପୁଣି କିଏ ନିଜକୁ ଭଗବାନ ବୋଲି ପ୍ରଚାର କରୁଛି ? କିଛି କରନ୍ତୁ l ଭଗବାନ କହିଲେ – ନାରଦ ତୁମେ ଅଯଥାରେ ରାଗୁଛ l ଚାଲ ଏଠାରୁ ଯିବା l
ନାରଦ କିନ୍ତୁ ଛାଡିବାର ପତ୍ର ନ ଥିଲେ l ସେ ଗୈରିକ ବସ୍ତ୍ର ପରିହିତ ସାଧୁଙ୍କୁ କହିଲେ – ତୁମେ କ’ଣ ନିଜକୁ ଭଗବାନ ବୋଲି କହୁଛ ? ଏଠି ପରା ଅସଲ ଭଗବାନ ଛିଡ଼ାହୋଇଛନ୍ତି l
ସାଧୁ ହସି ହସି କହିଲେ – ଏ ବୁଢା ହେଉଛି ଭଗବାନ ? ତୁମେମାନେ ବୋଧ ହୋଏ ପାଗଳ l ମୋର ଅସଲ ରୂପ ଏ ଯାଏ ଦେଖିନ l ଏଠୁ ପଳାଅ, ନ ହେଲେ ଏଇନେ ଦୁହିଁଙ୍କୁ ଭସ୍ମ କରିଦେବି l
ଏହା ଶୁଣିବା କ୍ଷଣି ଭଗବାନ, ନାରଦଙ୍କ ହାତ ଧରି ଦୌଡିବା ଆରମ୍ଭ କଲେ l ନାରଦ ଆଚମ୍ବିତ ହୋଇ କହିଲେ – ପ୍ରଭୁ ଆପଣ ଭୟରେ ପଳାଉଛନ୍ତି କ’ଣ ? ସେ ଏତେ କଥା କହିଲା, ଆପଣ ସେମିତି କେମିତି ? ତା’ କୁ ଭସ୍ମ କରିଦେଉନାହାନ୍ତି କାହିଁକି ? ଆପଣ କ’ଣ ମର୍ତ୍ତ୍ୟକୁ ଆସି ସବୁ ଭୁଲିଗଲେ ?
ଭଗବାନ କହିଲେ – ନାରଦ, ସବୁ ମନେଅଛି l କିନ୍ତୁ ତୁମେ ଯେମିତି କହୁଛ, ସେମିତି କାମ ହୁଏନା l ସେ ସାଧୁ ଭଣ୍ଡ, ସଇତାନ ର ଦୂତ l ସେ ଯାଦୁ ଦେଖାଇ ଲୋକଙ୍କୁ ବଶ କରୁଛି l କଥା କଥାକେ ଭସ୍ମ କରିଦେବି ବୋଲି ସଇତାନ କହେ, ଅସଲ ଭଗବାନ କହନ୍ତିନାହିଁ l ଅସଲ ଭଗବାନ ସୈତାନକୁ କାବୁ କରନ୍ତି l
Odia Story God and Devil
Other Related Story you may be interested in
Odia Story God and Devil, Odia Story God and Devil, Odia Story God and Devil, Odia Story God and Devil