ଜଣେ ବ୍ୟକ୍ତି ଏକ କୁଳୀନ ଓ ପ୍ରତିପତ୍ତିଶାଳୀ ପରିବାରରେ ଜନ୍ମ ନେଇଥିଲେ ବି ଭାଗ୍ୟ ଓ ପରିସ୍ଥିତିର ତାଡ଼ନାରେ ଏମିତି ଦୁଃସ୍ଥିତି ରେ ପଡିଲେ ଯେ ଉପାର୍ଜନ ଲାଗି ରାଜାଙ୍କ ଘୋଡା ଶାଳରେ କାମ କରିବାକୁ ବାଧ୍ୟ ହେଲା l ଏ କଥା ତାଙ୍କ ପତ୍ନୀ ଓ ପିଲାମାନଙ୍କୁ ବହୁତ ବାଧିଲା l ଦିନେ ରାଜା ଛଦ୍ମ ବେଶରେ ବାହାରକୁ ବୁଲିବାକୁ ଯାଇଥିଲେ l ଦୈବାତ ସେ ସେଇ ବ୍ୟକ୍ତିଙ୍କ ଘର ପାଖରେ ପହଞ୍ଚିଗଲେ l
ଘର ଭିତରେ ଚାଲୁଥିବା କଥାବାର୍ତ୍ତା ରାଜାଙ୍କୁ ଶୁଣାଯାଉଥିଲା l ରାଜା ଶୁଣିଲେ ସେଇ ବ୍ୟକ୍ତିଙ୍କ ପୁଅ ମନ ଦୁଃଖରେ କହୁଛି – ବାପା, ତୁମକୁ ଆଉ କିଛି କାମ ମିଳିଲା ନାହିଁ ଯେ ତୁମେ ଶେଷରେ ଏଇ କାମ କଲ ? ଏବେ ମୋ ବନ୍ଧୁମାନେ ମୁଁ କ’ଣ କହିବି ? ବ୍ୟକ୍ତିଜଣକ କହିଲେ – ପୁଅ, କାମ ଛୋଟ କି ବଡ ନୁହେଁ l ବଡ କଥା ହେଲା ତୁମେ ଯେଉଁ କାମ କରୁଛ ସେଇ କାମରେ ନିଷ୍ଠା, ଶ୍ରଦ୍ଧା ପ୍ରକଟ କରିବା l ମୁଁ ନିଷ୍ଠାପର ଭାବେ କାମ କରୁଥିବାରୁ ମୋତେ କିଛି ଖରାପ ଲାଗୁନାହିଁ l ଆଉ ତୋର ବନ୍ଧୁମାନଙ୍କୁ ଯଦି ମୋ ଚାକିରିର ଦାୟିତ୍ୱ ବିଷୟରେ କିଛି କହିବାର ଅଛି ତେବେ କହିବୁ ମୋ ବାପା ରାଜାଙ୍କ ରକ୍ଷକ l ପୁଅ କହିଲା – ରାଜାଙ୍କ ରକ୍ଷକ?
ସେ ବ୍ୟକ୍ତି କହିଲେ – ହଁ, ମୁଁ ରାଜାଙ୍କ ଘୋଡ଼ାଶାଳରେ କାମ କଲା ବେଳେ ରାଜାଙ୍କ ଘୋଡ଼ାର ବିଶେଷ ଯତ୍ନ ନିଏ l କାରଣ ରାଜା ସେଇ ଘୋଡାରେ ସର୍ବଦା ବସନ୍ତି l ଘୋଡ଼ାର କିଛି ଅସୁବିଧା ହେଲେ ରାଜାଙ୍କର ହିଁ କ୍ଷତି ହେବ l ତେଣୁ ମୋ କାମ ଛୋଟ ହୋଇପାରେ, କିନ୍ତୁ ମୁଁ ବି ରାଜାଙ୍କ ରକ୍ଷାକର୍ତ୍ତାଙ୍କ ମଧ୍ୟରୁ ଜଣେ l ରାଜା ଏବେ ବୁଝିପାରିଲେ ଯେ ସେ ବ୍ୟକ୍ତି ସାଧାରଣ ନୁହଁନ୍ତି l