Nabakalebara Story in Odia

 Nabakalebara Story in Odia

 Nabakalebara Story in Odia

Facebook
WhatsApp
Telegram

Unveil the captivating Nabakalebara story in odia language, detailing Lord Jagannath’s sacred journey. Immerse yourself in the vibrant Odia culture and its timeless traditions

Nabakalebara: Jagannath’s Sacred Journey in Odia

କଣ ଆପଣ କେବେ ପୁରୀ ଜଗନ୍ନାଥ ମନ୍ଦିରରେ ଥିବା ବନ୍ଦ କୋଠରୀ ପଛରେ ହେଉଥିବା ଗୁପ୍ତ ଵିଧି ବିଷୟରେ ଜାଣିଛନ୍ତି। ସେଠାରେ ଏକ ରହସ୍ୟମୟ ବସ୍ତୁ ଅଛି ଯାହା ଏତେ ଶକ୍ତିଶାଳୀ ଅଟେ ଯେ ତୁଳସୀ ମାଳାକୁ 19 ବର୍ଷ ପର୍ଯ୍ୟନ୍ତ ତାଜା ରଖି ପାରିଥାଏ। ତାହାର ପ୍ରଭାବ ଏତେ ଯେ ସେ ପ୍ରକୃତିର ନିୟମକୁ ପରିବର୍ତ୍ତନ ମଧ୍ୟ କରିପାରେ ନବକଳେବର ବିଷୟରେ ଏହି video ରେ ଆପଣଙ୍କୁ ସ୍ୱାଗତ।

ନବକଳେବର ଏକ ପବିତ୍ର ଶାସ୍ତ୍ର ଵିଧି ଯେଉଁଥିରେ ଭଗବାନ ଜଗନ୍ନାଥ, ବଳଭଦ୍ର ସୁଭଦ୍ରା ଓ ସୁଦର୍ଶନଙ୍କ କାଠ ନିର୍ମିତ ମୃତ୍ତିକୁ ବଦଳାଇ ଦିଆଯାଏ, କିନ୍ତୁ ଏହାର ଦିବ୍ୟ ଶ୍ୱାସ ଓ ବ୍ରହ୍ମ ପଦାର୍ଥ ଅପରିବର୍ତ୍ତିତ ରହେ। ଏହା ଏକ ଗୁପ୍ତ ଵିଧି ଯାହାକୁ ଦେଖିବା ପାଇଁ କେବଳ କିଛି ଲୋକଙ୍କୁ ଅନୁମତି ମିଳିଥାଏ। “ନବ ” ର ଅର୍ଥ ନୂଆ ଓ “କଳେବର ” ଅର୍ଥ ଶରୀର, ନବକଳେବର ବା ନୂଆ ଶରୀର। ନବକଳେବର କେବଳ ମୃତ୍ତିକୁ ବଦଳାଇବା ନୁହେଁ। ଏହା ଏକ ଦିବ୍ୟ ଆତ୍ମାକୁ ନୂଆ ରୂପରେ ସ୍ଥାନାନ୍ତରିତ କରିବା ପ୍ରକ୍ରିୟା ଅଟେ। ଶରୀରର କ୍ଷୟ ହୋଇପାରେ ମାତ୍ର ଆତ୍ମାର ନୁହେଁ। ଆତ୍ମା ଶାଶ୍ଵତ ଅଟେ। ଦେବତାମାନଙ୍କ ରୂପକୁ ନଵୀନିକରଣ କରିବା ଏହାର ମୂଳ ଉଦେଶ୍ୟ ଅଟେ।

ଏହି ପବିତ୍ର ନବୀନିକରଣ ଦୁଇଟି ଆଷାଢ଼ ମାସ ବା ଆଷାଢ଼ ମାସରେ ଥିବା ଦୁଇଟି ପୂର୍ଣ୍ଣିମା ବର୍ଷରେ ହୋଇଥାଏ। ଏହି ଘଟଣା ଏମିତି ଦୁର୍ଲଭ ଅଟେ ଯାହା 12 କିମ୍ବା 19 ବର୍ଷରେ ଥରେ ହୋଇଥାଏ। ପୂର୍ବରୁ 2015 ରେ ହୋଇଥିଲା ଓ ଆଗକୁ 2034 ରେ ହେବ ବୋଲି ନିର୍ଦ୍ଧାରିତ କରାଯାଇଛି। ନବକଳେବର ଯାତ୍ରା ଆଜ୍ଞା ମାଳରୁ ଆରମ୍ଭ ହୋଇଥାଏ। ଯାହା 4 ଟି ବିଶେଷ ଫୁଲ ମାଳ ହୋଇଥାଏ। ଏହି 4 ଟି ମାଳାକୁ ଦେବତାମାନଙ୍କ ଦିବ୍ୟ ଅନୁମତି ମାନି ଦୈତାପତିମାନେ ନବକଳେବର ଵିଧି ଆରମ୍ଭ କରନ୍ତି। ଗଜପତି ରାଜଗୁରୁଙ୍କୁ ବରଣିଗୁଆ ଦେଇଥାନ୍ତି। ଯାହାକୁ ରାଜଗୁରୁ ପରେ ବିଶ୍ୱାବାସୁ ଓ ଆଚାଯ୍ୟକୁ ଦେଇଥାନ୍ତି ଓ ସେମାନଙ୍କୁ ଗଛ ଖୋଜିବା ପାଇଁ ବଂଜା ଯାତ୍ରା ଆରମ୍ଭ କରିବା ପାଇଁ ଅନୁରୋଧ କରନ୍ତି,

କିନ୍ତୁ ଏହା ସେମାନଙ୍କ ପାଇଁ କୌଣସି ସାଧାରଣ ଯାତ୍ରା ନୁହେଁ। ଯାହା ରାତି ଅନ୍ଧାରରେ ଖାଲି ପାଦରେ ପୁରୀଠାରୁ 60 କି. ମି. ଦୂରରେ ଥିବା କାକଟପୁର ରେ ଥିବା ମା ମଙ୍ଗଳାଙ୍କ ପୁରାତନ ମନ୍ଦିରକୁ ଯାତ୍ରା କରନ୍ତି। ସେଠାରେ ଯାହା କିଛି ଵି ଥାଏ ତାହା ରହସ୍ୟରେ ପରିପୂର୍ଣ୍ଣ ହୋଇଥାଏ। ସେଠାରେ ସେମାନେ ରାତିରେ ଦେବୀ ମଙ୍ଗଳା ନିକଟରେ ସ୍ୱପବତୀ ମନ୍ତ୍ରକୁ ଜପ କରନ୍ତି ଓ ଦଣ୍ଡବତ ପ୍ରଣାମ କରି ଶୋଇ ଯାଆନ୍ତି। ଏହି ମନ୍ତ୍ରରେ ସନ୍ତୁଷ୍ଟ ହୋଇ ଦେବୀ ମଙ୍ଗଳା 4 ଜଣ ବଡ଼ଗ୍ରହୀଙ୍କ ସ୍ୱପ୍ନରେ ପ୍ରକଟ ହୁଅନ୍ତି ଓ ସେମାନଙ୍କୁ ଦିବ୍ୟ ନିମ୍ବ ବୃକ୍ଷ ଥିବା ଦିଗ ବିଷୟରେ ନିର୍ଦେଶ ଦିଅନ୍ତି । ଦିଗ ଜାଣି ପାରିବା ପରେ ବଂଜା ସମୂହ ଚାରି ଦେବତାଙ୍କ ପାଇଁ ଦିବ୍ୟ ନିମ୍ବ ଗଛର ସନ୍ଧାନ କରିବା ପାଇଁ ଚାରି ଦଳରେ ବିଭାଜିତ ହୋଇ ଯାଆନ୍ତି।

ପ୍ରତ୍ୟେକ ସମୂହର ନେତୃତ୍ୱ ଜଣେ ଦୈତାପତି ନେଇଥାନ୍ତି। ଯାହାକୁ ବଡ଼ ଗ୍ରହୀ କୁହାଯାଇଥାଏ। କୌଣସି ସାଧାରଣ ନିମ୍ବ ଗଛକୁ ଚୟନ କରାଯାଇ ନଥାଏ ବରଂ ଏହାକୁ କୌଣସି ବିଶିଷ୍ଟ ରହସ୍ୟମୟ ମାନଦଣ୍ଡ ଉପରେ ଛିଡା ହୋଇଥିବ। ଭଗବାନ ଶ୍ରୀକୃଷ୍ଣ ଙ୍କ ଗଛରେ 3 ଟି ଶାଖା ଥିବା ଲାଲ ରଙ୍ଗର ଛାଲ ଓ ଚକ୍ରର ଚିହ୍ନ ଥିବା ଦରକାର। ଦେବୀ ସୁଭଦ୍ରା ଙ୍କ ଗଛରେ 5 ଟି ଶାଖା ଥିବ ଓ ହଳଦିଆ ଛାଲ ଓ ପଦ୍ମ ପୁଷ୍ପ ଚିହ୍ନ ଥିବା ଦରକାର। ଭଗବାନ ବଳଭଦ୍ର ଙ୍କ ବୃକ୍ଷରେ 7 ଟି ଶାଖା ଥିବ ଓ ହଳଦୀ ରଙ୍ଗର ଛାଲ,ହଳ ଓ ମୁସଳର ଚିହ୍ନ ଥିବା ଦରକାର ଅଟେ। ଗଛର ନିକଟରେ କୌଣସି ଶ୍ମଶାନ ବା କବରସ୍ଥଳି ଥିବା ଦରକାର ।

ଭଗବାନ ଜଗନ୍ନାଥ ଙ୍କ ଗଛରେ 4 ଟି ମୁଖ୍ୟ ଶାଖା ଓ କଳା ରଙ୍ଗର ଛାଲ ଥିବ, ଶଙ୍ଖ ଓ ଚକ୍ରର ଚିହ୍ନ ଥିବା ଦରକାର। ଗଛର ଆଖପାଖରେ ଶ୍ମଶାନ ଘାଟ ଓ ଉଇ ହୁଙ୍କା ଓ ସାପ ଗାତ ଥିବା ଦରକାର। ଗଛ କୌଣସି ନଦୀ ବା ସାଗର କୂଳରେ ବା 3 ଛକି ରାସ୍ତା ପାଖରେ ଥିବା ଦରକାର ଅଟେ ବା 3 ପାହାଡକୁ ଘେରି ରହିଥିବା ଦରକାର ଅଟେ। ଗଛରେ କୌଣସି ପକ୍ଷୀର ବସା ନଥିବା ଦରକାର ନିକଟରେ ଭଗବାନ ଶିବଙ୍କ ମନ୍ଦିର ଥିବା ଦରକାର ଗଛରେ ପରଜୀବି ଉଦ୍ଭିଦ କିମ୍ବା କୌଣସି ଲତା ଗଛ ମାଡ଼ି ନଥିବା ଦରକାର। 4 ଟି ଗଛକୁ ବାଛିବା ପରେ ସର୍ଵ ପ୍ରଥମେ ଭଗବାନ ଶ୍ରୀକୃଷ୍ଣ ତାପରେ ଭଗବାନ ବଳଭଦ୍ର ଓ ପରେ ମା ସୁଭଦ୍ରା ଓ ଶେଷରେ ଭଗବାନ ଜଗନ୍ନାଥଙ୍କ ଗଛକୁ କଟାଯାଏ।

ଗଛକୁ ସର୍ବପ୍ରଥମେବିଦ୍ୟାପତି ଦ୍ୱାରା ସୁନା କୁରାଢ଼ିରେ ଓ ପରେ ବିଶ୍ୱାବାସୁ ଦ୍ୱାରା ଚାନ୍ଦିର କୁରାଢ଼ିରେ ଓ ଶେଷରେ ବିଶ୍ୱକର୍ମା ଦ୍ୱାରା ଲୁହା କୁରାଢ଼ିରେ କଟା ଯାଏ। ସବୁ ବ୍ରାହ୍ମଣ ଓ ଦୈତାପତି ସେତେବେଳ ଯାଏ ଉପବାସ ରଖିବେ ଯେତେବେଳ ଯାଏ ବୃକ୍ଷ ଭୂମିରେ ପଡ଼ିନଥାଏ। ଗଛକୁ ଆକାର ଅନୁସାରେ କଟାଯାଏ ଓ ବଞ୍ଚିଥିବା ଶାଖାକୁ ଗଛ ନିକଟରେ ଏକ ଗାତ ଖୋଳି ପୋତି ଦିଆଯାଇଥାଏ। ଯାହାଦ୍ୱାରା ଗଛର ଅଯଥା ବ୍ୟବହାର ହୋଇ ନ ପାରିବ। ତାପରେ କାଠ ଗଡ଼କୁ ଗାଧୁଆଯାଏ ଓ ପବିତ୍ର ରେଶମ କପଡ଼ାରେ କାଠଗଡକୁ ଘୋଡାଇ ଦିଆଯାଏ ଓ ପୂର୍ବରୁ ବନାଯାଇଥିବା ରଥ ଉପରେ ରଖି ଦଉଡି ରେ ବାନ୍ଧି ଟାଣି ଟାଣି ପୁରୀକୁ ଅଣାଯାଏ କାଠର ରଥକୁ ପୁରୀର ଉତ୍ତର ଦ୍ୱାରକୁ ନିଆଯାଏ। ଯେଉଁଠାରେ କୋଇଲିବୈକୁଣ୍ଠ ରେ ପ୍ରବେଶ କରିଥାଏ।

କୋଇଲି ର ଅର୍ଥ କବରସ୍ଥାନ ଓ ବୈକୁଣ୍ଠ ର ଅର୍ଥ ସ୍ୱର୍ଗ। କୋଇଲି ବୈକୁଣ୍ଠ ନବକଳେବର ଦ୍ୱାରା ଏକ ମହତ୍ୱପୂର୍ଣ ସ୍ଥାନ ଵନିଯାଇଛି। ସ୍ନାନପୂର୍ଣ୍ଣିମା ଦିନ ପବିତ୍ର କାଠ ଗଡ଼କୁ ପୁରୁଣା ଦେବତାଙ୍କ ସହିତ ସ୍ନାନ କରାଯାଇଥାଏ ପରେ ଦାରୁଘର ଭିତରେ ନୂଆ ମୂର୍ତ୍ତି ତିଆରି କରାଯାଇଥାଏ। ଏହି ପ୍ରକ୍ରିୟା ଏତେ ଗୁପ୍ତ ହୋଇଥାଏ କି ମନ୍ଦିରର ମୁଖ୍ୟ ପୂଜାରୀକୁ ଵି ଦାରୁ ଘର ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ନଥାଏ। ମୂର୍ତ୍ତି 21 ଦିନରେ ପୂରା ହୋଇଥାଏ ଓ ସେହି 21 ଦିନ ପରେ ମୂର୍ତ୍ତି କାରିଗରକୁ ମନ୍ଦିର ପରିସରକୁ ଛାଡ଼ିବା ପାଇଁ ଅନୁମତି ନଥାଏ। ସେମାନେ ମନ୍ଦିର ପ୍ରଗଣରେ ଶୋଇଥାନ୍ତି ଓ ଉପବାସ ରଖନ୍ତି କେବଳ ମହାପ୍ରସାଦ ରୂପରେ ସେମାନଙ୍କ ରାତ୍ରଭୋଜନ କରନ୍ତି 21 ଦିନ ଅବଧି ପରେ କୋଇଲି ବୈକୁଣ୍ଠ ଆଗରେ ଦିନରାତି ଭଜନ କୀର୍ତ୍ତନ କରାଯାଇଥାଏ।

ଭଜନ କୀର୍ତ୍ତନକୁ ଏହି ଜପର ଅଖଣ୍ଡ ଭଜନ କୁହାଯାଇଥାଏ। ଓ ବ୍ରାହ୍ମଣ ପୂଜାରୀ ଲଗାତାର ବେଦର ଜପ କରନ୍ତି କିନ୍ତୁ ସବୁଠାରୁ ରହସ୍ୟମୟୀ ଵିଧି ଏବେ ଵି ବାକି ଅଛି ଯାହା ହେଉଛି ଘଟ ପରିବର୍ତ୍ତନ ଯେଉଁଥିରେ ଭଗବାନ ଜଗନ୍ନାଥ ଙ୍କ ଶାଶ୍ୱତ ଆତ୍ମା ବ୍ରହ୍ମ ପଦାର୍ଥର ସ୍ଥାନାନ୍ତରଣ ହୋଇଥାଏ। କୁହାଯାଏ ଏହାର ଉର୍ଜା ଏତେ ଶକ୍ତିଶାଳୀ ଅଟେ କି ସମୟର ପ୍ରଭାବକୁ ଅଟକାଇ ଦେଇଥାଏ। ତୁଳସୀ ର ମାଳାଗୁଡିକ ଯେଉଁ ଗୁଡିକ ପୂର୍ବର ନବକଳେବର ରେ ବ୍ୟବହାର କରାଯାଇଥିଲା ତାହା ଆଜି ମଧ୍ୟ ତାଜା ଅଛି।

ସେହି ବ୍ରହ୍ମ ପଦାର୍ଥର ଅସଲି ପ୍ରକୃତି କଣ ଅଟେ। କେଉଁ ଭଳି ଭାବରେ ଏହାର ଦିବ୍ୟ ଶକ୍ତିକୁ ବନାଯାଇଛି ତାହା ଦେଖିବା ପାଇଁ ଓ ଘଟ ପରିବର୍ତ୍ତନ ବିଷୟରେ ଜାଣିବା ପାଇଁ ଆମ channel କୁ subscrib କରନ୍ତୁ ଓ ଭଲ ଲାଗିଥିଲେ ଗୋଟିଏ ଲାଇକ ଓ share କରନ୍ତୁ। ଆମ channel ରେ ଏମିତି ନୂଆ ନୂଆ video ଦେଖିବା ପାଇଁ subscribe କରି all ନୋଟିଫିକେସନ on କରନ୍ତୁ ଯାହାଦ୍ୱାରା ଆମ ସମସ୍ତେ ନୂଆ ନୂଆ video ଆପଣଙ୍କ ପାଖରେ ପ୍ରଥମେ ପହଞ୍ଚିବ

Recent blogpost: The Farmer and the Wolf – Odia Story

Leave a Comment

You cannot copy content of this page