The Odia song “Mo Gaan Aji Sahara Sahara Basuchi” (My village is now a city) is a beautiful and poignant ballad about the changing face of rural India. Written by the renowned Odia poet Subash Das, Laxmikant, the song has become a classic of Odia music and is loved by people of all ages.
ଉଡୁନାହିଁ…ଗେଣ୍ଡାଳିଆ,ଝାଡୁନାହିଁ ପର
ଉଡୁ ନାହିଁ.. ଗୋଧୂଳିକି, ଶୁଭୁ ନାହିଁ ସ୍ବର
ଗାଈଆଳ ଟୋକା ଆଜି
ଗାଉ ନାହିଁ ଗୀତ
ଅଳେଇଚ ଖାଇ ଭୁଆଷୁଣି ଆଉ ବସୁ ନାହିଁ ମିତ
ଭାଗବତ ଟୁଙ୍ଗି ଆଜି ତାଲା ପଡିଛି…
କ୍ଲବ୍ ଘରେ କୁନା ମୋର,ମୋବାଇଲ ଖେଳୁଛି…
ମୋ ଗାଁ ଆଜି..ମୋ ଗାଁ ଆଜି
ସହର ସହର ସହର ବାସୁଛି
ମୋ ଗାଁ ଆଜି..ମୋ ଗାଁ ଆଜି
ସହର ସହର ସହର ବାସୁଛି
ବରଗଛ ତଳେ ତାସପାଲି ପାଇଁ
ଜଣକୁ ଖୋଜା ଚାଲିଛି…
ସନା ଭାଇ ତାର ଟାଙ୍କେ ପିଇ ଦେଇ
ଛକନାଳେ ଗଡୁଛି…
ଆରେ ଆରେ..
ଆସୁନାହିଁ, ଡାକବାଲା,
ଆଣୁ ନାହିଁ ଡାକ
ଗୀତ ଗାଈ ଗାଈ ଚକୁଳିଆ ପଣ୍ଡା,
ବୁଲୁନାହିଁ ଗାଁ ଯାକ
ଶୁଭୁ ନାହିଁ ହମ୍ବାରଡ଼ି, ଖାଁ ଖାଁ ଗୁହାଳ…
ଢ଼ିଙ୍କି ଆଉ କୁଟୁ ନାହିଁ ନାଲିଚୁଡ଼ା ଚାଉଳ
ଗାଁ ରାସ୍ତାରେ ଗଡୁ ନାହିଁ ମାଗୁଣିର ଶଗଡ଼
ଜନ୍ତାଳ ଭୋଜି ରେ ଫାଙ୍କା ଫାଙ୍କା ଲାଗେ,
ଜମୁନାହିଁ ଭିଡ଼….
ଟିଭି ଚାରି ପଟେ ଆଜି ଭିଡ଼ ଜମୂଛି
କଥା ହେବା ପାଇଁ ଜେଜେ,
ସାଙ୍ଗ ଖୋଜୁଛି…
ମୋ ଗାଁ, ଆଜି.. ମୋ ଗାଁ ଆଜି
ସହର ସହର ସହର ବାସୁଛି
ମୋ ଗାଁ ଆଜି
ସହର ସହର ସହର ବାସୁଛି
ହେ ହେ ହେ… ହା ହା..
ଆରେ… ନାହିଁ ଗାଁ ସଭା ମେଳଣ କୀର୍ତ୍ତନ
ଡିସ୍କୋ ଡିଜେ ଆଜି ଚାଲେ
ନାହିଁ ଭାଇଚାରା, ଭାବ ଦିଆନିଆ
ସ୍ବାର୍ଥ ଆଗେ ସବୁ ଭୁଲେ
ସନା ମା ଆଉ ଶୁଖଉନି ପାମ୍ପଡ ବଢ଼ି ଆଚାର
ଟଙ୍କିକିଆ ଚାଉଳରେ
ଚାଲୁଚି ତା ସଂସାର
ଶୁଭୁନାହିଁ କୋଇଲିର କୁହୁ କୁହୁ କୁହୁ ସୂର
ଦିଶୁନାହିଁ ବର୍ଷାଦିନେ
ସାଧବ ବୋହୁ ପୋକ
ହ୍ୱାଟ୍ସ ଆପ୍ ରେ ମାଳ ଅପା ଆଜି ଚାଟିଙ୍ଗ କରୁଛି
ସନା ଭାଇ ସହ ଲୁଚିଲୁଚି ସେ ସେଲ୍ଫି ନଉଛି
ଚାଷ ଛାଡି ଚାଷୀ ଆଜି ଦାଦନ ଖଟୁଚି
ତୋଟା କଟା ହୋଇ ପିଚୁ ରାସ୍ତା ବଢୁଛି
ମୋ ଗାଁ, ଆଜି…ମୋ ଗାଁ ଆଜି
ସହର… ସହର ସହର ବାସୁଛି
ମୋ ଗାଁ, ଆଜି…ମୋ ଗାଁ ଆଜି
ସହର… ସହର ସହର ବାସୁଛି
ସହର ସହର ସହର ବାସୁଛି
The song “Mo Gaan Aji Sahara Sahara Basuchi” is a powerful reminder of the importance of our villages. It is a place where we are connected to our roots and our culture. Even though our villages may be changing, they will always remain a special place in our hearts.