Friends Odia Story is a free read by Bestseller Courtney Walsh. This story tells the tale of two best friends and what happens when they go to college in New York City.
Friend Story is a mobile webtoon that follows the journey of two best friends, who are also sisters. The story starts with them as young girls and later on they grow up to be college students and eventually adults. The story is about their friendship, hardships, family life and different kinds of love.
Friends Odia Story: ବନ୍ଧୁତା
ରାମେଶ୍ୱର ଗ୍ରାମରେ ମୁକ୍ତିକାନ୍ତ ନାମରେ ଜଣେ ଜମିଦାର ଥିଲେ l ସେ ଦୟାଳୁ ଓ ଶାନ୍ତ ସ୍ଵଭାବର ମଣିଷ ଥିଲେ l ଜମିଦାର ନିଜର ଏକମାତ୍ର ପୁତ୍ର ପ୍ରିୟବ୍ରତର କାର୍ଯ୍ୟକଳାପ ରେ ସନ୍ତୁଷ୍ଟ ନଥିଲେ l ସାଙ୍ଗସାଥୀଙ୍କ ସହିତ ଖିଆପିଆ ବୁଲାବୁଲିରେ ପ୍ରିୟବତ ର ପୁରା ଦିନ ବିତି ଯାଉଥିଲା l ଅନେକ ସମୟରେ ପ୍ରିୟବ୍ରତ ବନ୍ଧୁ ଘରେ ରାତ୍ରିଯାପନ କରୁଥିଲା l ଘର ଖାଦ୍ୟ ତାକୁ ଆଗପରି ଆଉ ରୁଚୁ ନ ଥିଲା l ମଉଜ ମଜଲିଶରେ ଦିନ କାଟିବା ଧୀରେ ଧୀରେ ପ୍ରୟବ୍ରତ ର ଅଭ୍ୟାସରେ ପରିଣତ ହୋଇଗଲା l ସେ ଦିନକ ପାଇଁ ଘର ଦାୟିତ୍ୱ ନେଉନଥିଲା କି ନିଜ ପିତାଙ୍କୁ ତାଙ୍କ କାମରେ କେବେ ସାହାଯ୍ୟ ସହଯୋଗ କରୁନଥିଲା l ପ୍ରିୟବ୍ରତ ସମୟର ମହତ୍ୱ ବୁଝୁନଥିବାରୁ ଉଭୟ ପିତା ମାତା ଚିନ୍ତିତ ରହୁଥିଲେ l ଅନେକ ପ୍ରକାର ବୁଝେଇଲା ପରେ ବି ତା ‘ର ସ୍ଵଭାବରେ ସାମାନ୍ୟ ବି ପରିବର୍ତ୍ତନ ହେଉ ନଥିଲା l
ଦିନେ ଜମିଦାର ଏ ବାବଦରେ ଜଣେ ସନ୍ଥଙ୍କଠାରୁ ପରାମର୍ଶ ନେଲେ l ସବୁକଥା ଶୁଣି ସନ୍ଥ କହିଲେ ଦିନେ ପ୍ରିୟବ୍ରତକୁ ମୋ ପାଖକୁ ପଠାନ୍ତୁ l ମୁଁ ଏହାର ସମାଧାନର ବାଟ କାଢିବି l ପିତାଙ୍କ ଆଦେଶ ପାଇ ପ୍ରିୟବ୍ରତ ଦିନେ ସନ୍ଥଙ୍କ ନିକଟରେ ପହଞ୍ଚିଲା l ପ୍ରିୟବ୍ରତ ସନ୍ଥଙ୍କ ପାଦ ସ୍ପର୍ଶ କରି ପ୍ରଣାମ କଲା l ସନ୍ଥ ପ୍ରିୟବ୍ରତକୁ ନିଜ କୋଟୀର ପଛପଟକୁ ଡ଼ାକିନେଇ ତିନୋଟି ଅନାବନା ଗଛକୁ ଦେଖାଇଲେ l ଗୋଟିଏ ଛୋଟ ଆଉ ଗୋଟିଏ ତା ‘ଠାରୁ ବଡ ଆଉ ଅନ୍ୟଟି ଆଉ ଟିକେ ବଡ l ସନ୍ଥ କହିଲେ ଏବେ ତୁମେ ମୋତେ ତିନୋଟି ଯାକ ଗଛ ଉପାଡି ଦିଅ l ପ୍ରୀତବତ ସଙ୍ଗେ ସଙ୍ଗେ ଛୋଟ ଗଛଟିକୁ ଉପାଡି ଦେଲା l ଦ୍ୱିତୀୟ ଗଛଟିକୁ ସାମାନ୍ୟ ବଳ ପ୍ରୟୋଗ କରିବାକୁ ପଡିଲା l ହେଲେ ବଡ ଗଛଟିକୁ ଆଦୌ ଉପାଡି ପାରିଲା ନାହିଁ l
ସନ୍ଥ କହିଲେ ଶେଷ ଗଛଟିକୁ ଉପାଡିପାରିଲନି କାରଣ ମାଟି ଓ ଗଛର ବନ୍ଧୁତା ତୁମ ବଳ ଠାରୁ ଅଧିକ ଶକ୍ତ ଥିଲା l ମଣିଷ ସମାଜରେ ବି ବନ୍ଧୁତାର ଦୃଢ଼ତା ଅବିକଳ ମାଟି ଓ ଗଛ ପରି l ଜୀବନରେ ବନ୍ଧୁତାର ଆବଶ୍ୟକତା ତ ରହିଛି ହେଲେ ବନ୍ଧୁତା ଆଢୁଆଳରେ ନିଜ କର୍ତ୍ତବ୍ୟକୁ ଏଡାଇ ଦେବା ଆଦୌ ଗ୍ରହଣୀୟ ନୁହେଁ l ସୁଗୁଣରେ ପରିପୂର୍ଣ୍ଣ ବନ୍ଧୁଟି ଜୀବନର ମାର୍ଗକୁ ପ୍ରଶସ୍ତ କରେ l ଆଉ ଦୁଷ୍ଟ ପ୍ରକୃତିର ବନ୍ଧୁ ଜୀବନକୁ ନର୍କରେ ପରିଣତ କରିଦିଏ l ସମୟକ୍ରମେ ଦୁଷ୍ଟ ପ୍ରକୃତିର ବନ୍ଧୁଠାରୁ ହାତ ଛଡାଇବା କଠିକର ପାଠ l ଏଣୁ ଗୁଣ ପରଖି ବନ୍ଧୁତ୍ୱ ଗଢିବା ନିହାତି ଜରୁରୀ l ପ୍ରୀତବ୍ରତ ନିଜ ଭୁଲ ସ୍ୱୀକାର କରି ସନ୍ଥଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ l ଧୀରେ ଧୀରେ ପୁରୁଣା ସାଙ୍ଗସାଥୀଙ୍କ ଠାରୁ ଦୂରେଇ ଉଭୟ ଗୃହକାର୍ଯ୍ୟ ଓ ପିତାଙ୍କର ଦାୟିତ୍ୱ ନିଜ କାନ୍ଧକୁ ନେବାକୁ ଲାଗିଲେ l ଜମିଦାର ମୁକ୍ତିକାନ୍ତ ପୁତ୍ରର ମନ ପରିବର୍ତ୍ତନ ହୋଇ ଥିବାରୁ ସନ୍ଥଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କଲେ l
Friends Odia Story
Odia Story Alia – Click Here
Friends Odia Story, Friends Odia Story, Friends Odia Story ,Friends Odia Story , Friends Odia Story