Odia Story ସରଳତାର ଅଭ୍ୟାସ

Odia Story ସରଳତାର ଅଭ୍ୟାସ

Facebook
WhatsApp
Telegram

ସରଳତାର ଅଭ୍ୟାସ !

ଗ୍ରୀକ ଦାର୍ଶନିକ ଡିଓଜିନସ ଥିଲେ ସରଳତାର ଅବତାର l ସେ କଠିନ ଅଭ୍ୟାସ କରୁଥିଲେ ଓ କହୁଥିଲେ ଯେ ସେ ଏଥେନସର ସବୁଠାରୁ ସରଳ ବ୍ୟକ୍ତି l ତାଙ୍କୁ କିଏ ଲୋଗାଟିଏ ଉପହାର ଦେଲେ ସେ ତାକୁ ଖଣ୍ଡ ଖଣ୍ଡ କରି କାଟି ପୁଣି ସିଲେଇ କରି ପିନ୍ଧୁଥିଲେ l ଯେମିତି ତାହା ଲାଗିବ ତାଳିପକା ଲୋଗା ଭଳି l
ଥରେ ସେ ଶୁଣିଲେ ଯେ ଗୁରୁ ସକ୍ରେଟିସ ବି ଜଣେ ଅତ୍ୟନ୍ତ ସରଳ ବ୍ୟକ୍ତି l ସକ୍ରେଟିସ କେତେ ସରଳ ତାହା ଜାଣିବା ପାଇଁ ଡିଓଜିନସ ତାଙ୍କ ଘରକୁ ଗଲେ l
ଘରେ ସକ୍ରେଟିସଙ୍କୁ ସାକ୍ଷାତ କଲାବେଳେ ଡିଓଜିନସ ଚକିତ ହୋଇଗଲେ l କାରଣ ସକ୍ରେଟିସ ପିନ୍ଧିଥିଲେ ଗୋଟେ ଦାମୀ ଚକାଚକ ଲୋଗା l

ଡିଓଜିନସ କହିଲେ – ସକ୍ରେଟିସ, ତୁମେ ଆଦୌ ଜଣେ ସରଳ ଲୋକ ନୁହଁ l
ସକ୍ରେଟିସ ଶାନ୍ତ ଭାବରେ କହିଲେ – ଡିଓଜିନସ, ଆପଣଙ୍କ ଭଳି ଜଣେ ଏତେ ବଡ ଦର୍ଶନୀକ ଏଁ କଥା କହୁଛନ୍ତି ଅର୍ଥ ଏହା ସତ ହୋଇଥିବା l ଡିଓଜିନସ ବିସ୍ମିତ ହେଲେ l ଏମିତି ଜଣେ ଲୋକ, ସେ ଭେଟି ନଥିଲେ l ପୁଣି ସକ୍ରେଟିସଙ୍କ ଭଳି ଜଣେ ବାଗ୍ମୀ ଏଇ ଉତ୍ତର ଦେଉଛନ୍ତି l

ରାଗ ତମ ତମ ହୋଇ ଡିଓଜିନସ ତାଙ୍କ ଘରୁ ବାହାରି ଆସିଲେ l ଏଇ ସମୟରେ ଘରକୁ ପଶୁଥିଲେ ସକ୍ରେଟିସ ଙ୍କ ପ୍ରସିଦ୍ଧ ଶିଷ୍ୟ ପ୍ଲାଟୋ l ଡିଓଜିନସ ପ୍ଲାଟୋଙ୍କୁ କହିଲେ – ପ୍ଲାଟୋ, ତୁମ ଗୁରୁ ଜଣେ କପଟୀ ପୁରୁଷ l ସେ କେବଳ ସରଳତାର ବାହାନା କରୁଛନ୍ତି l

ପ୍ଲାଟୋ କହିଲେ – ନା ଡିଓଜିନସ, ବରଂ ଆପଣଙ୍କ ସରଳତାର ଚି଼ହ୍ନ ଏ ତାଳି ପକା ଲୁଗାର ଅହଂକାରର ଗନ୍ଧ
ବାହାରୁଛି l ମୋ ଗୁରୁଙ୍କ ସବୁଠାରୁ ବଡ଼ ସରଳତା ହେଲା ଆପଣଙ୍କ ଲାଂଛନା ଭରା କଥାକୁ ସହଜରେ ଗ୍ରହଣ କରି ନେବା l ସରଳତା ଅଭ୍ୟାସ କରି ହାସଲ କରି ହୁଏ ନାହିଁ l ତୁମେ ସରଳତାର ଅଭ୍ୟାସ କରି ନିଜକୁ ଓ ନିଜ ଜୀବନକୁ ଜଟିଳ କରି ଦେଇଛି l

Leave a Comment

You cannot copy content of this page