This Bikram Betal Story tells the inspiring journey of Mukunda, a brave and ambitious young man who dreams of earning great fame. Born in a historic village known for its past glory, Mukunda believes that success can only be achieved in the city. Determined to prove himself, he leaves his home and sets out on an adventurous path.
📚 ବିକ୍ରମ ବେତାଳ କାହାଣୀ – ମୁକୁନ୍ଦଙ୍କ ଯଶ ଅନ୍ୱେଷଣ
ଟୀକା:
ଏହି କାହାଣୀଟି ପ୍ରକୃତ ବିକ୍ରମ–ବେତାଳ କାହାଣୀ ନୁହେଁ । ଏହା ଜାହ୍ନମାମୁ (ଅକ୍ଟୋବର ୧୯୮୦ ସଂସ୍କରଣ) ରୁ ଗ୍ରହୀତ ଏକ କାହାଣୀ ଅଟେ ।
ମୁକୁନ୍ଦର ଘର ଗୋଟାଏ ଗାଁରେ । ସମୋନେ କୃଷକ । ତା ବାପା ନିଜର ମନ ପ୍ରାଣ ଦେଇ ଚାଷ କରୁଥାନ୍ତି । ମୁକୁନ୍ଦ ପିଲା ପିଲାଟି ବେଳରୁ ସବୁ ବିଦ୍ୟା ଶିଖିବା ଦିଗରେ ବହୁତ କୌତୁହଳୀ ଥାଏ । ବିଶେଷତଃ କୁସ୍ତି କସରତ୍ରେ ପାରଙ୍ଗମ ଥାଏ ।
ଅତୀତରେ ମୁକୁନ୍ଦ ଗାଁ ଗୋଟିଏ ଇତିହାସ ପ୍ରସିଦ୍ଧ ଗାଁ ଥିଲା । ସେ ଗାଁର ଲୋକ ସୁନ୍ଦର କାରୁକାର୍ଯ୍ୟ ଯୋଗୁ ଦେଶ ବ୍ୟପି ଯଶ ଲାଭ କରିଥିଲେ । ସେ ସର୍ମ୍ପକରେ କିଛି ଶିଳାଲିପି ମିଳିଥିଲା । ସେସବୁ ଦେଖିବା ନିମନ୍ତେ ସହରରୁ ପର୍ଯ୍ୟଟକ ଓ ଗବେଷକମାନେ ଆସୁଥିଲେ ।
ଦିନେ ମୁକୁନ୍ଦ ଜଣେ ବୃଦ୍ଧ ଗ୍ରାମବାସୀ ଆଗରେ କହିପକାଇଲା , ‘ଅତୀତରେ ଆମ ଗାଁ ଲୋକେ ଏଡେ ଯଶ ଲାଭ କରିଥିଲେ । ଆଜିକାଲି ଆମେ କାହିଁକି କୌଣସି ବିଷୟରେ ଖ୍ୟାତି ଅର୍ଜନ କରିପାରିବା ନାହିଁ’ । ବୃଦ୍ଧ କହିଲେ, ସମୟ ବଦଳିଗଲାଣି ଖ୍ୟାତି ପାଇବାକୁ ହେଲେ ଗାଁଗଣ୍ଡାରେ ପଡି ରହିଲେ ଚଳିବ ନାହିଁ । ସହରକୁ ଯାଇ ନିଜ ପରାକାଷ୍ଠା ପ୍ରଦର୍ଶନ କର ।
ମୁକୁନ୍ଦ ଭିତରେ ଥିବା ଉଚ୍ଚାକାଙ୍ାକ୍ଷା ଜାଗରିତ ହୋଇଉଠିଲା । ସେ ତା ବାପାଙ୍କ ବାରଣ ନ ମାନି ସହରକୁ ବାହାରିଗଲା । ବାଟରେ ଗୋଟାଏ ବଣ ପଡିଲା । ସେ ବଣରେ ଗୋଟାଏ କୁଖୟାତ ଡାକୁ ଥାଏ ବୋଲି ଲୋକେ ଓ ରାସ୍ତାରେ ଯିବାକୁ ଭୟ କରୁଥାନ୍ତି । କିନ୍ତୁ ମୁକୁନ୍ଦର ଡରଭୟ ନ ଥାଏ ସେ ମାଡିଚାଲିଲା ।
ହଠାତ୍ ବଣ ମଝିରେ ସେ ଡାକୁ ହାବୁଡରେ ପଡିଲା । କିନ୍ତ ସେ ଡାକୁ ସହ ଲଢିଲା ଓ ଡାକୁକୁ କାବୁ କରି ଛାଡିଲା ।
ଆଶ୍ଚର୍ଯ୍ୟ ହୋଇ ଡାକୁ କହିଲା – ଗତ ଦଶ ବର୍ଷ ହେଲା ମୁଁ ଏଠାରେ ଡାକୁଗିରି କରୁଛି । ଡାକୁ ବୀରେନ୍ଦ୍ର ନାମରେ ରାଜାଙ୍କ ସିପାହିମାନେ ବି ଶଙ୍କିଯାଆନ୍ତି । କିନ୍ତୁ ତୁମେ ଆଜି ମୋତେ ହରାଇଦେଲ । କମ୍ କଥା ନୁହେଁ ! ତୁମେହିଁ ଡାକୁ ବୀରେନ୍ଦ୍ର ! ତୁମ ସାହସ ତଥା ଡାକୁପଣରେ ତୁମଠୁ ବଳି କେହି ନାହିଁ ବୋଲି ବହୁତ ଶୁଣିଛି । ଦେଖ, କୌନସି ନା କୌନସି ବିଦ୍ୟାରେ ଖ୍ୟାତି ଅର୍ଜନ ମୋର ଉଦ୍ଦେଶ୍ୟ । ତୁମେ ମୋତେ ତୁମ ବିଦ୍ୟା ଶିଖାଇବ ? ମୁକୁନ୍ଦ ପଚାରୁଲା ।
ତୁମକୁ ଶିଷ୍ୟ ଓ ସହାୟକ ବାବେ ପାଇ କିଏ ଖୁସୀ ନ ହେବ ? ଚାଲ ସହରକୁ । କହିଲା ବୀରେନ୍ଦ୍ର । ସେମାନେ ସନ୍ଧ୍ୟା ବେଳେ ଯାଇ ସହରରେ ପହଞ୍ଚିଲେ । ଚୋରି ପାଇଁ ଗୋଟାଏ କୋଠା ନିର୍ବାଚନ କରାଗଲା । ରାତି ଘନ ହେବାରୁ ଦୁହେଁ ପାଚିରି ଡେଇଈ ଭିତରେ ପଶିଲେ । ଘର ପଛର କବାଟ କିପରି କୌଶଳ କ୍ରମେ ବୀରେନ୍ଦ୍ର ଖୋଲିଲା , ମୁକୁନ୍ଦ ତାହା ଲକ୍ଷ୍ୟ କରି ଦେଖିଲା । ନିଜ ଅଭିଜ୍ଞତାରୁ କେଉଁ କୋଠରିରେ ଧନ ସମ୍ପଦ ଅଛି ବୀରେନ୍ଦ୍ର ତାହା ଠଉରାଇଲା । ଦୁହେଁ ଭିତରେ ପଶିଲେ । ବୀରେନ୍ଦ୍ର ଠିକ୍ ସିନ୍ଦୁକ ଠାବ କଲା ଓ ଅଳଙ୍ଗାର ତଥା ଟଙ୍ଗାପଇସା ବାହାର କରି ପୁଟୁଲା ବାନ୍ଧିଲା ।
ତାପରେ ଦୁହେଁ ବାହାରିଆସିଲା ବେଳକୁ କାନ୍ଥରେ ଝୁଲୁଥିବା ଜଣେ ନାରୀଙ୍କ ଛବି ଉପରେ ବୀରେନ୍ଦ୍ରର ଆଖି ପଡିଗଲା । ସେ ଚମକିଉଠିଲା । ତା ପରେ ଶୋଇଥିବା ଲୋକଙ୍କ ଆଡକୁ ଥରେ ଦୃଷ୍ଟିପାତ କରି ସେ ପୁଟୁଳାଟି ସେଇଠାରେ ଥୋଇଦେଇ ବାହାରିଆସିଲା । ମୁକୁନ୍ଦ ତାକୁ ଅନୁସରଣ କରି ବାହାରକୁ ଆସି ବିସ୍ମୟଭରେ ପଚାରିଲା, ‘ଇଏ କଣ ହେଲା ? ଏଡେ କଷ୍ଟ କରି ଚୋରି କରି ପୁଣି ଜିନିଷ ଥୋଇଦେଲ କିଆଁ ?’
‘କେତେ ବର୍ଷ ତଳର କଥା । ଥରେ ବଣରେ ମୁଁ ଜ୍ଞାନ ହରାଇ ପଡିଥିଲି । ଜଣେ ମହିଳା ଗୋଟାଏ ଗାଡିରେ ବାପଘରକୁ ଯାଉଥିଲେ ।’ ମୋ ଅବସ୍ଥା ଦେଖି ମୋତେ ଗାଡିକୁ ଉଠାଇନେଇ ନିଜ ବାପଘରକୁ ନେଇଗଲେ ଓ ସେବାଶୁଶ୍ରୁଷା କରି ମୋତେ ଜୀବନ ଦେଇଥିଲେ । ଏ ଘର ସେହି ମହିଳାଙ୍ଗ ସ୍ୱାମୀଙ୍କର । ଏହା ଜାଣିବା ପରେ ଚୋରି କରିଥାନ୍ତି କିପରି ? କହିଲା ବୀରେନ୍ଦ୍ର ।
ଖୁବ ଭଲ କଥା । କହିଲା ମୁକୁନ୍ଦ । ପରଦିନ ସେ ବୀରେନ୍ଦ୍ରଠାରୁ ବିଦାୟ ନେଲା । କାରଣ ନୂଆ ବିଦ୍ୟାଟିଏ ଶିଖିବା ପାଇଁ ପ୍ରଥମ ଉସ୍ôାହ ପରେ ସେ ହୃଦୟଙ୍ଗମ କଲା ଯେ ଚୋରି ଡାକୁ ଦ୍ୱାରା ଯଶ ପ୍ରାପ୍ତି ସମ୍ଭବ ନୁହେଁ ।
ସେ ସହର ରାସ୍ତାରେ ବୁଲୁଥିଲା, ଜଣେ ଧର୍ମପ୍ରାଣ ଅମାତ୍ୟ ତାକୁ ଦେଖିଲେ । ତାଙ୍କର ନିୟମ ଥିଲା , ପ୍ରତିଦିନ ଜଣେ ନା ଜଣେ ଅତିଥିକୁ ସେ ଘରକୁ ନେଇ ନ୍ଖକ୍ସ ସହ ଭୋଜନ କରାଇବେ । ଅମାତ୍ୟ ମୁକୁନ୍ଦକୁ ଘରକୁ ନେଇ ଗଲେ । ତା ମନକଥଅ ଶୁଣି ସେ କହିଲେ, ତୁମେ ଯେତେଦିନ ପ୍ରୟୋଜନ ମୋ ଘରେ ରହିପାର । ମୁକୁନ୍ଦ ଡାକୁ ସହ ଲଢି ନି ଜବଳ ବିଷୟରେ ସଚେତନ ହୋଇଯାଇଥାଏ । ସେ ଶୁଣିଲା ସହରରେ ସବୁଠାରୁ ବଡ ବୀର ହେଲା ଚକ୍ରଧର ବୋଲିି ଜଣେ ଲୋକ । ସେ ନିଜ ବୀରତ୍ୱ ଯୋଗୁ ରାଜାଙ୍କଠାରୁ କେତେଥର ସମ୍ମାନ ପାଇଛି ।
ମୁକୁନ୍ଦ ଚକ୍ରଧରର ଘର ଠାବ କଲା । ସେ ଖବର ନେଇ ବୁଝିଲା ଯେ ଚକ୍ରଧର ପ୍ରତି ଦିନ ସନ୍ଧ୍ୟାବେଳେ ନିଜ ବଗିଚାରେ ବୁଲୁଥାଏ । ଦିନେ ସେ ହଠାତ୍ ବଗିଚାରେ ପଶି ତରବାରୀ ବାହାର କରି ଚକ୍ରଧରକୁ ଆକ୍ରମଣ କରିବାକୁ ଉଦ୍ୟତ ହେଲ ।
କଥା କଣ ? ତୁମେ କିଏ ? ଚକ୍ରଧର ଆଶ୍ଚର୍ଯ୍ୟ ହୋଇ ପଚାରିଲା । ମୋ ନାମ ମୁକୁନ୍ଦ । ମୁଁ ତୁମକୁ ହରାଇ ଶ୍ରେଷ୍ଠ ବୀର ରୂପେ ଯଶ ପାଇବାକୁ ମନସ୍ଥ କରିଛି । କହିଲା ମୁକୁନ୍ଦ । ତା ହେଲେ ପ୍ରଶ୍ୟାରେ ସିନା ଲଢନ୍ତି, ଏମିତିଭାବରେ ଲୁଚି ଲଢେଇ କଲେ କିଏ ଜାଣିବ ? ଚକ୍ରଧର କହିଲା । ଉୁଁ ପରାସ୍ତ ବି ତ ହୋଇଯାଇପାରେ ! ସର୍ବ ସମକ୍ଷରେ ହିନସ୍ତା ହେବାକୁ ମୁଁ ଚାହେନା । ଆଗେ ଗୋପନରେ ତୁମ ବଳ ମାପିନେବାକୁ ଚାହେଁ । ମୁକୁନ୍ଦ ସ୍ୱୀକାର କଲା ।
ଚକ୍ରଧର ଚଟ୍କିନା ତରବାରୀ ବାହାର କଲା । ହେଲା ଯୁଦ୍ଧ । କେତେ ମିନିଟ ଭିତରେ ଚକ୍ରଧର ହାରିଗଲା ।
ତୁମେ ବାସ୍ତବିକ ବାହାଦୁର ଯୋଦ୍ଧା । ଆମେ ଦୁହେଁ ମିତ୍ର ହେବା । ସବୁଦିନ ଭିନ୍ନ ଭିନ୍ନ ଧରଣର ଯୁଦ୍ଧବିଦ୍ୟା ଅଭ୍ୟାସ କରିବା । ତୁମଠାରୁ ମୋର କିଛି ଶିଖିବାର ଅଛି । ଚକ୍ରଧର କହିଲା । ୍ଣସଥେô ମୋର ଲାଭ କଣ ହେବ ? ପଚାରିଲା ମୁକୁନ୍ଦ ।
ତୁମକୁ ପ୍ରତ୍ୟେକଦିନ ଶହେ କରି ମୁଦ୍ରା ଦେବି ଚକ୍ରଧର କହିଲା ମୁକୁନ୍ଦ ରାଜି ହେଲା । ଦୁଇମାସ ଭିତରେ ମୁକୁନ୍ଦଠାରୁ ଯାହା ଶିଖିବା ସମ୍ଭବ ଚକ୍ରଧର ଶିଖିଗଲା ଓ କହିଲା , ଭାଇ ମୁକୁନ୍ଦ , ଏଣିକି ଆଉ ତୁମକୁ ଏତେ କରି ଟଙ୍କା ଦେବା ମୋ ପକ୍ଷରେ ସହଜ ହୋଇପାରିବ ନାହିଁ ।
ମୁକୁନ୍ଦର ସେଥିରେ ଦୁଃଖ ନଥିଲା । କାରଣ ସେ ଯେତିକି ଟଙ୍କା ଉପାର୍ଜନ କରିଥିଲା , ସେଥିରେ ବ୍ୟବସାୟ କରି ଯଶସ୍ୱୀ ହେବାକୁ ଚାହୁଥିଲା । ଅମାତ୍ୟ ଜଣେ ବିଶ୍ୱସ୍ତ ବ୍ୟବସାୟୀଙ୍କ ସହ ତାକୁ ଅଂଶୀଦାର କରାଇଦେଲେ । କିଛି ଦିନ ଭିତରେ ମୁକୁନ୍ଦ ଲକ୍ଷପତି ହୋଇଗଲା । କିନ୍ତୁ ସେ ସନ୍ତୋଷ ପାଇଲା ନାହିଁ । ଲୋକେ ମୋତେ ଲକ୍ଷପତି ବୋଲି ଜାଣିଲେ । ସେଇଠୁ କଣ ହୋଇଗଲା ? ଓ ମନେ ମନେ ହେଜିହେଲା । ତେଣିକି ସେ ଚିତ୍ରାଙ୍କନ ଓ ସଙ୍ଗୀତ ଶିକ୍ଷା କରି ଯଶସ୍ୱୀ ହେବାକୁ ଚେଷ୍ଟା କଲା ।
କିନ୍ତୁ ସେ ଦିଗରେ ବିଶେଷ କିଛି ହେଲା ନାହିଁ । ହଠାତ ଦିନେ ତା ବାପା ଆସି ପହଞ୍ଚିଲେ । ମୁକୁନ୍ଦ ଆଶ୍ଚର୍ଯ୍ୟ ହୋଇ ଆସିବାର ହେତୁି ପଚାରନ୍ତେ ବାପା କହିଲେ, ବହୁ ବର୍ଷ ଚେଷ୍ଟା ପରେ, ଏଥର ପ୍ରତି ଏକର ଜମିରେ ମୁଁ ଯେତିକି ଫସଲ ପଳାଇପାରିଛି, ଆଉ କେହି ରାଜ୍ୟରେ ସେପରି କେବେ ହେଲେ କରି ପାରି ନ ଥିଲା । ତେଣୁ ରାଜା ମୋତେ ଅଭିନନ୍ଦନ ଜଣାଇବା ନିମନ୍ତେ ବ୍ୟବସ୍ଥା କରି ନିମନ୍ତ୍ରଣ କରିଛନ୍ତି । ପରିଦିନ ଯେଉଁ ଅଭିନନ୍ଦନ ସଭା ହେଲା, ସେଥିରେ ମୁକୁନ୍ଦ ମଧ୍ୟ ଯୋଗ ଦେଇ ଆନନ୍ଦିତ ହେଲା । ତ ବାପା ରାତାରାତି ରାଜ୍ୟ ବ୍ୟାପି ଖ୍ୟାତିମାନ୍ ହୋଇଯିବାର ଦେଖି ସେ ବି ଗୌରବ ଅନୁଭବ କଲା ।
ସପ୍ତହକ ଭିତରେ ସେ ସହରରୁ ବିଦାୟ ନେଇ ଗ୍ରାମରେ ଯାଇ ପହଞ୍ଚିଲା । ବେତାଳ କାହାଣୀଟି ଏଇଠାରେ ସମାପ୍ତ କରି ପଚାରିଲା , ରାଜା – କାହିଁକି ମୁକୁନ୍ଦ ଯଶପ୍ରାପ୍ତିର ଉଚାକଙ୍କ୍ଷା ତ୍ୟାଗ କରି ଗାଁକୁ ଫେରିଗଲା । ସିଏତ ତା ଲକ୍ଷ୍ୟରେ ଅସଫଳ ହୋଇ ନଥିଲା । ତେବେ କଣ ବାପାଙ୍କୁ ଦେଖି ଘର ପ୍ରତି ମୋହ ଜାତ ହେଲା ? ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଉତ୍ତର ଦେବାର ସାମର୍ଥ୍ୟ ଥିବା ସତ୍ତ୍ୱେ ଯଦି ନୀରବ ରହିବ, ତେବେ ତୁମ ଶିର ହେବ ସ୍କନ୍ଧତ୍ୟୁତ ।
କ୍ଷଣେ ମାତ୍ର ବିଳମ୍ବ ନ କରି ରାଜା ବିକ୍ରମାଦିତ୍ୟ ଉତ୍ତର ଦେଲେ – ମୁକୁନ୍ଦ ଥିଲା ସରଳ ପ୍ରକୃତିର ଯୁବକ । ତ ନିଜ ଭିରେ ଆଗ୍ରହ ଥିଲା । କର୍ମପ୍ରେରଣା ଥିଲା , କିନ୍ତୁ ଅବିଚଳ ନିଷ୍ଠା ନ ଥିଲା । ସେ ଯଦି ନିଜ ବୀରତ୍ୱ ଉପରେ ନିର୍ଭର କରି ସେହି ଦିଗରେ ଯଶସ୍ୱୀ ହେବାକୁ ବ୍ରତୀ ହୋଇଥାନ୍ତା , ତେବେ ନିଜ ଲକ୍ଷ୍ୟ ଶାଧନ କରିପାରିଥାନ୍ତା । କିନ୍ତୁ ବୀରତ୍ୱ ଖଟାଇ ଟଙ୍କା ଆୟକରି ଟଙ୍କା ଦ୍ୱାର ସେ ବିଖ୍ୟାତ ହେବାକୁ ଚେଷ୍ଟା କରିବା ଦ୍ୱାରା ସ୍ୱଧର୍ମରୁ ଓହରିଗଲା । ଗାଁରେ ରହି ଯଶସ୍ୱୀ ହେବା ସମ୍ଭବ ନୁହେଁ ବୋଲି ତାର ଯେଉଁ ଧାରଣା ହେଇଥିଲା ସେ ଧାରଣା ତା ପିତାଙ୍କ ଦୃଷ୍ଟାନ୍ତ ବଦଳାଇ ଦେଲା ।
କିନ୍ତୁ ଗ୍ରମକୁ ଫେରିଯିବାର ଅସଲ କାରଣ ହେଲା ତାର ଅଭିଳାଷ ଥିଲା ପୂର୍ବପୁରୁଷଙ୍କ ଭଳି କେହି ଜଣେ ତା ଗାଁରେ ଏ ଯୁଗରେ ଯଶସ୍ୱୀ ହେଉ । ତା ବାପା ଅଚନକ ଯଶସ୍ୱୀ ବୋଇ ତାର ସେ ଅଭିଳାଷ ପୂର୍ଣ୍ଣ କଲେ ।
ରାଜାଙ୍କ ମୌନଭଙ୍ଗ ହେବା ମାତ୍ରେ ଶବ ସହ ଶବସ୍ଥିତ ବେତାଳ ତାଙ୍କ କାନ୍ଧରୁ ଖସିଯାଇ ବୃକ୍ଷ ଡାଳରେ ଝୁଲିପଡିଲା ।