Odia Story Shyamala Andhara

Odia Story Shyamala Andhara

Odia Story Shyamala Andhara

Facebook
WhatsApp
Telegram

Odia story shyamala andhara : The story of shyamala andandhra is a great example which has been used to create awareness about gender equality. By creating an environment where people feel safe enough to share their stories, we can help change the negative perception that society has about women who do not fit into traditional gender roles.
To end, we would like to state that regardless of whether you are wearing a sari or pants, it doesn’t matter how you choose to live your life – what matters is that you are happy in the clothes that make you feel comfortable.
The world could use some more shyamalas! In fact, we have one right here! Click on

Odia Story Shyamala Andhara

. 🌸🌻🌹”ପ୍ରାତଃ କାହାଣୀ”🌹🌻🌸

🌹” ଶ୍ୟାମଳ ଅନ୍ଧାର “🌹


🌻☘️🌸🌼🌼🙏🌼🌼🌸☘️🌻

ଅଥୟ ଅଧୀର ଶୋକାକୁଳ ପରିବେଶ।ଏରୁଣ୍ଡି ବନ୍ଧ ପାଖରେ ତିନି ଥର ଚାଉଳ ଆଞ୍ଜୁଳା ଘର ଭିତରକୁ ଫିଙ୍ଗି ଦେଲି”।କେହି ଜଣେ ସମ୍ପର୍କୀୟ ଶୂନ୍ୟେ ଶୁନ୍ୟେ ଟେକି ନେଇ ମୋତେ ବସାଇ ଦେଲେ ବର ଗାଡି ଭିତରେ।ବାମ ପାଖେ ଭାଇ ବସି କହୁଥିଲେ “କଣ ଏମିତି ହେଉଛୁ?ଆଜିକାଲି ବାହା ଘରେ କେହି କାନ୍ଦୁଛନ୍ତି ନା କଣ?ଏଇଟା ତ ଝିଅ ଜନ୍ମର ନିହାତି ସତ୍ୟ ପୃଷ୍ଠାଟିଏ।ପ୍ରକୃତ ଜୀବନ ଝିଅର ଏଇଠୁ ଆରମ୍ଭ।ଆଗରେ ତୋ ଶ୍ୱଶୁର ,ଦେଢଶୁର ବସିଛନ୍ତି,ଟିକେ ସମ୍ଭାଳିକି ବ”।।ମୋ ମୁଣ୍ଡର ଓଠଣାକୁ ଟାଣି ଦେଉଥିଲେ ମଧ୍ୟ।ଡାହାଣ ପାଖେ ମୋ ବର।ଯାହାକୁ ଆଜି ମୁଁ ବାହା ହେଇଛି,ଯାହାର ସିନ୍ଦୁର ମୋ ସିନ୍ଥିରେ,କନ୍ଦା କଟାରେ ବୋଳି ହୋଇ ଯାଇଛି ବୋଧେ।ଭାଇ ବୁଝାଉଁ ଥିଲେ ବାର ବାର ତୁନି ହ ଡଲି।ତୁନି କିନ୍ତୁ ପଡୁ ନଥିଲି ମୁଁ।

ଗାଡି ଗତି ବଢ଼େଇ ଦେଲା ଡ୍ରାଇଭର।ଗାଡିର ତାଳେ ତାଳେ ମୋ ଶରୀର ସିନା ଆଗକୁ ଧାଉଁଥିଲା,ମନ କିନ୍ତୁ ଥିଲା ପଛରେ।ପଛରେ ରହି ଗଲେ ମୋ ନନା, ବୋଉ,ଭାଇନା,ନାନୀ,ଘର ଗାଁ,ସାଙ୍ଗ ସାଥୀ ଓ ମା ଭଗବତୀ।ଆଉ ମଧ୍ୟ ପଛରେ ରହି ଗଲା ମୋ ମନ,ଅଗସ୍ତ୍ୟ ପାଖରେ।

ଶ୍ୟାମଳ ଅନ୍ଧାର ମଧ୍ୟରେ ହଜି ଯାଉଥିଲେ ମୋ ସତ୍ତା।କେତେ କନ୍ଦଳ,ରାଗରୁଷା,କେତେ ଆକ୍ଷେପ ନ ଶୁଣିଛି !ଶେଷରେ ଘରୁ ଲୁଚି ପଳାଇବା ଯାଏ କଥା ଗଲା।ସେମାନେ ପରମ୍ପରାକୁ ଜାବୋଡି ଧରି ମୋତେ ଜୀଅନ୍ତା ଶବ ଟେ କରି ଦେଲେ। ଅଗସ୍ତ୍ୟର ଭଲ ପାଇବା ସମାଧି ଉପରେ ମୁଁ ମୋ ସଂସାର କୋଣାର୍କ ଗଢିବାକୁ ଯାଉଛି।ଭାରି ବାଧୁଛି । ମୋ ଆତ୍ମାରୁ କାଢ଼ି ପାରୁନି ମୋ ଜୀବନରେ ଆସିଥିବା ପ୍ରଥମ ପୁରୁଷକୁ।

” ଅଗସ୍ତ୍ୟ” ମୋ ଜୀବନ ବଳୟର ମହ ମହ ଅଳ୍ପ ସମୟ ପାଇଁ ବାସୁଥିବା ପରଫ୍ୟୁମ ପରି।ଯାହାର ପ୍ରଥମ ଦେଖାର ବାସ୍ନା ଏବେ ବି ତା ଛାତି ତଳେ ସାଇତା।କଥା ଦେଇଥିଲି ଅଗସ୍ତ୍ୟକୁ ବିବାହ କରିବ ବୋଲି।କଥା ଦେଲାବେଳେ କଣ ଜାଣିଥିଲି ସମାଜ,ଜାତି,ପ୍ରଥା,ପରମ୍ପରା,
କୁସଂସ୍କାର ଓ ଆଭିଜାତ୍ୟ ଆଗରେ ମୋ ଦେଇଥିବା କଥା କେତେ ନଗଣ୍ୟ!

ହଁ ଜାତି! ଆତ୍ମୀୟ ସ୍ଵଜନଙ୍କର ବିରୋଧ”ଆମେ ଶ୍ରେଷ୍ଠ ବ୍ରାହ୍ମଣ, ଆମେ ଥିଲା ଵାଲା,ଆମ ଝିଅ ଗୋଟେ ଶୁଦ୍ର ଘର ପୁଅକୁ ବାହା ହେବ !! ଭିକ
“ମାଗୁଥିବା ହଳ କରୁଥିବା ବ୍ରାହ୍ମଣଟିକୁ ଭଲ ପାଇଥିଲେ ସେଠି ବରଂ ଆମେ ଖୁସି ଖୁସି ଝିଅ ବାହା ଦେଇ ଥାନ୍ତୁ,ଯେତେ ଶିକ୍ଷିତ, ବଡ଼ ରୋଜଗରିଆ ହେଲେ ବି ଶୁଦ୍ର ନା।ସେଠିକୁ ଆମ ଝିଅ ଯିବ!!କୌଣସି ମତେ ନୁହେଁ”। ନନା ବୋଉଙ୍କର ମଧ୍ୟ ଏକା ମନ୍ତବ୍ୟ।ନନା ତ ରୋକ୍ ଠୋକ୍ ଶୁଣାଇ ଦେଲେ”ବଡ଼ ହେଲୁଣି,ମୁଣ୍ଡକୁ
ହାତ ପାଇଲାଣି,ସେ ଶୁଦ୍ର ପିଲା ସଂଗେ ଚାଲିଗଲେ ମୁଁ କଣ ଜୋର ଜବରଦସ୍ତ ଅଟକାଇ ପାରିବି?କିନ୍ତୁ ସମସ୍ତଙ୍କ ଟାହି ଟାପରା କଥା ଶୁଣିବା ଆଗରୁ ଆତ୍ମହତ୍ୟା ତ କରିପାରିବି? ନଚେତ୍ ତୋତେ ମାରି ଖୁନୀ ହୋଇଯିବି ” ।

ଆତ୍ମହତ୍ୟା ! ହତ୍ୟା !ପୁଣି ମୋ ନ…ନା!କହିଥିଲେ ତ ନିଆରା,ସତକୁ ସତ ନନା ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ, ଅଳ୍ପକେ ବଞ୍ଚି ଗଲେ ଜାଣ।ବୋଉ ତ ପାଗେଳି ହୋଇଗଲା।ବୋଉ ନନା କୁ ଭାରି ଭଲ ପାଏ।
ମୋ ହାତ ଧରି ରାତି ରାତି କେତେ କାନ୍ଦି ମୋତେ ବୁଝାଇଛି, “ମୋ ସୁନାଟା ତୁ ତ ମୋ ଝିଅ।ତତେ ତୋ ବୋଉ ମାଗୁଛି ତୋ ନନାଙ୍କର ଜୀବନ,ମୋ ମଥା ସିନ୍ଦୁର।ଧନଲୋ !ନନା କେତେ ଜିଦ ଖୋର ଜାଣିଛୁ।ହୁଏତ ତୁ
ତୋ ଖୁସି ପାଇଁ ଲୁଚିକି ପଳାଇ କୋର୍ଟ ମେରେଜ କରି ପାରୁ କିନ୍ତୁ ନନାଙ୍କୁ ବଞ୍ଚାଇ ପାରିବୁ ନାହିଁ ଧନ।ଏମିତି ଜିଦ କରନା ମା ନନାର ପରା ତୁ ଜୀବନ!!ମୋ ରାଣୀ ମନ ଟାକୁ ଟିକେ ବୁଝା”।ନନାଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ଘରୁ ବାହାରିବା ମୋ ପାଇଁ ମୁସ୍କିଲ ହୋଇଗଲା।
କି ସାନ କି ବଡ଼ ଦେଖେଇ ଶିଖେଇ କେତେ କଣ କହିଲେ।ଛି ଛା କଲେ।ଏମିତ ଝିଅର ତଣ୍ଟି ଚିପି ମାରିଦେଲେ ବି ପାପ ନୁହେଁ ବି କହିଲେ।

ମଅଗସ୍ତ୍ୟକୁ ଏକଥା କହିଲି।ଅଗସ୍ତ୍ୟ ବୁଝାଇଲା ବ୍ୟସ୍ତ ହୁଅନି ମୋ ବାପା ଯାଇ ତୁମ ନନା ଙ୍କୁ ବୁଝାଇବେ। ଦେଖିବ ସବୁ ଠିକ ହୋଇଯିବ।

କିନ୍ତୁ ଠିକ୍ ହେଲା କେଉଁଠୁ?ଯେଉଁ ଦିନ ତାଙ୍କ ପରିବାର ଆମ ଘରକୁ ଆସିବା ଥିଲା ଠିକ୍ ପୂର୍ବ ରାତିରେ ଅଗସ୍ତ୍ୟ ବାପାଙ୍କ ହୃଦଘାତରେ ମୃତ୍ୟୁ ହେଲା।ହଠାତ୍ ଅକାମି ଜାହାଜ ପରି ମାଟିରେ ଖଣ୍ଡ ଖଣ୍ଡ ହେଇଗଲା ମୋ ସ୍ବପ୍ନ। କାରଣ ସମସ୍ତେ ଏପରିକି ଅଗସ୍ତ୍ୟ ସହ ମୋତେ ତାଙ୍କ ବାପାଙ୍କ ମରଣ ପାଇଁ ଦାୟୀ କଲେ।ଅଗସ୍ତ୍ୟ ପାଇଁ କାଳେ ତାଙ୍କ ବାପା ବହୁତ ଟେନସନରେ ଥିଲେ। ସେଇ ଯୋଗୁ ସେ ଅକାଳରେ ଚାଲି ଗଲେ।ମୁଁ ଛିନ୍ନ
ଛତର ହୋଇ ଗଲି ଯେପରି।ସବୁ କେମିତି ଚୁପଚାପ୍ ତୁନି ପଡିଗଲା କିଛି ଦିନ।

ଚୁପଚାପର ନୀରବ ଝଡ଼ ପରେ ଅଗସ୍ତ୍ୟ ଦିନେ ହଠାତ ଫୋନ କଲେ”ଡଲି ମୋତେ ଭୁଲ ବୁଝିବ ନାହିଁ।ଏ ଜନ୍ମରେ ତୁମକୁ ମୁଁ ବିବାହ କରିବା ସମ୍ଭବ ନୁହେଁ।ସତରେ କେବଳ ତୁମ ପାଇଁ ହିଁ ମୁଁ ଆଜି ମୋ ବାପାଙ୍କୁ ହରାଇଛି।ତୁମକୁ ଦେଖିଲେ ମୋ ବୋଉ,ଘର ଲୋକେ,ଏବଂ ମୁଁ ବି ବାରବାର ତୁମକୁ କଥା କଥାକେ ଉଲୁଗୁଣା ଦେବୁ”ଶ୍ୱଶୁର ଖାଇ”।ମୋର ଯେଉଁ କ୍ଷତ ଓ କ୍ଷତି ହୋଇଛି ତୁମ ଜୀବନରେ ବି ନହେଉ। ମୋତେ ବି ଲାଗୁଛି ତୁମେ ମୋ ପାଇଁ ଅଶୁଭ।ଏଣୁ ଆମ ସମ୍ପର୍କର ଏଇଠି ପୂର୍ଣ୍ଣ ଚ୍ଛେଦ ପଡୁ।”

ଫୋନ୍ ଧରି ଜଡ ହେଇଗଲି। ମୁଁ ” ଶ୍ଵଶୁର ଖାଇଛି” ! ଏମିତି ଗୋଟିଏ ଅନ୍ଧ ବିଶ୍ୱାସୀ ମଣିଷ ପାଇଁ ମୁଁ ପାଗଳ ହେଉଥିଲି !।ଦିନ ରାତି ଘର ବାହାର ସମାଜ ସଂଗେ ଯୁଦ୍ଧ କରୁଥିଲି ,ଛି..।ଝିଅ ଗୁଡା ସତରେ କେତେ ବୋକି….।ଏପରିକି ନିଜର ସମସ୍ତଙ୍କୁ ଛାଡି ପଳେଇ ଯିବାର ଚିନ୍ତା କରିଥିଲି !

ବାସ୍ ଏଇଠି ମୋ ଭଲ ପାଇବାର ଅଧ୍ୟାୟ
ଶେଷ।ହୁଏତ ଆଉ ଜୀବନରେ କାହାକୁ ଭଲ ପାଇଁ ପାରିବି… ଏ ପ୍ରଶ୍ନ ମୋ ଭିତରେ ମୋତେ ଦିନୁ ଦିନ ମୂକ କରି ଦେଉଥିଲେ।ହସି ହସେଇ ବେଦମ କରୁଥିବା ଝିଅଟି ଥମ୍ ହୋଇଗଲା ଯେପରି।ଯୁଗଯୁଗର ଅଭିମାନ ଭର୍ତ୍ତି ହୋଇଥିଲା ସୁନ୍ଦର ଗୋରା ତକ ତକ ମୁହଁରେ ।।ମାଟି ଗଦା ପରି ଆକାଶକୁ ଚାହିଁ ଭାବେ କେବେ ଜୀବନର କେଉଁ ମୋଡରେ ଅଗସ୍ତ୍ୟ ସହ ଦେଖା ହେଲେ ପଚାରିବି, ସବୁ ଛାଡି ତୁମ ହାତ ଧରି ଜୀଇଁବାକୁ ପ୍ରସ୍ତୁତ ଥିଲା ବେଳେ ଏମିତି ଭାବେ ହାତ ଛାଡି ଦେଲ? ପୁଣି ଅଯଥା କାରଣରେ? ଧିକ ତୁମ ଶିକ୍ଷା, ବିଶ୍ୱାସ ଓ ଭଲ ପାଇବା।

ଏଇ ସୁଯୋଗର ସଦ୍ ବ୍ୟବହାର କଲେ ଘର ଲୋକେ।ତାଙ୍କ ପସନ୍ଦର ଅଜଣା ଲୋକର ହାତ ଧରି ମୁଁ ଯାଉଛି ସବୁ ସେହ୍ନ,ଶ୍ରଦ୍ଧା,ମମତା, ସ୍ମୃତି ,ଆକ୍ଷେପକୁ ପଛରେ ପକାଇ।।କିନ୍ତୁ ପାରିବିତ ଅଗସ୍ତ୍ୟଙ୍କୁ ଆତ୍ମାରୁ କାଢି! ଅନେକ ଆଶା ଆଶଙ୍କାର ଭାବନା ଆକାଶରେ ଉଡୁ ଉଡୁ ଲୁହରେ ଗାଧୋଉ ଥିଲି ଭବିଷ୍ୟତ ଭୟରେ।

ଵନ୍ଦା ପନା ଥାଳିର ହୁଳହୁଳି ମଧ୍ୟରେ ଆଉ କାର ଏରୁଣ୍ଡି ଡେଇଁ ସାରିଥିଲା ମୋ ଆଖି ଏରୁଣ୍ଡିର ଲୁହ।ମୋ ଭାଉଜ କହି ମାଡି ବସି ଥିବା ସମ ବୟସ୍କି ଝିଅର ଜାବରେ ଚେତା ଫେରି ପାଇଲି ।ପିଞ୍ଜରା ଥରାଇ ଦୀର୍ଘଶ୍ଵାସଟିଏ ପହଁରି ଗଲା ନୁଆ ଘରଟିରେ ସବୁରି ଅଲକ୍ଷେ।ମୋ ମୁଣ୍ଡଟିକୁ ସାଉଁଲୁ ଥିଲେ ଆଉ ଜଣେମାଆ …..
ଆଶୀର୍ବାଦରେ ପୋତି ପକାଇ।ଫିଟି ଫିଟି ଆସୁଥିଲା ସକାଳଟିଏ କିଟିମିଟି ଅନ୍ଧାରକୁ ଭେଦି।ଶ୍ୟାମଳ ଅନ୍ଧାର ମଧ୍ୟରେ ମୁଁ ନିଜକୁ ପ୍ରସ୍ତୁତ କରୁଥିଲି ବିନା ମେକଅପରେ ଅଭିନୟ କରିବାକୁ…..

=============================

ରଚନା : ସତ୍ୟବତୀ ସ୍ୱାଇଁ !!
ସଂଗ୍ରହ : ꧁༒ 💖ৡ କୃଷ୍ଣ ৡ💖༒꧂
ସୌଜନ୍ୟ : ଜୟ ଶ୍ରୀକୃଷ୍ଣ – ୧/୨,ଛୋଟ ମୋର ଗାଁଟି,ମା ବୁଢ଼ୀ ଠାକୁରାଣୀ, ଅଭିଳାଷା,ମା ବାଳ କୁମାରୀ, ଆଧ୍ୟାତ୍ମିକ ଏବଂ କାହାଣୀ
❀꧁❀꧂❀꧁❀꧂❀꧁❀꧂❀

☘️🌸🌼🙏 ସମାପ୍ତ 🙏🌼🌸☘️

Thank you for visiting our website for job related search visit here

Leave a Comment

From Most Popular Categories

You cannot copy content of this page