Odia Kabita Life by Ashish Sahu : In a poem, the poet puts down his thoughts and feelings in few lines or couplets. The end result will surprise everyone when they read it through. It’s not that difficult to express one’s emotions through a poem. All you need is an imagination and a good head to start writing it down.
Have some poetry ready? Share it with us on social media!
Life is a dangerous journey for everyone. We should live life to its fullest and be happy. Read more poems on our blog and enjoy reading them!
Odia Kabita Life
ନିଜକୁ ଚାଲାଖ . ଭାବନ୍ତି ଅନେକ
ଅପରେ ବୋଲାନ୍ତି ଭୁଆଁ
ଦିନେ ବେଳ ଆସେ ସିଏ କାହା ପାଶେ
ଠକି ହୁଏ ତଳମୁହାଁ
ଉଦଯୋଗ ବଳରେ ଦରିଦ୍ରତା ହରେ
ଦୁଃଖ ଯାଇ ସୁଖ ଆସେ,
ଠକେଇ ଭଣ୍ଡେଇ ଆଜି ଜିତି . ଯାଇ
ବୁଡ଼ାଉ ସବଂଶ ନାଶେ ।
ନର ଦେହ ନୁହେଁ ମୃତ୍ତିକା ପରାଏ
ନାରାୟଣ ହୃଦେ ତାର
ଲଭଇ ବିକାଶ ବିଷ୍ଣୁଙ୍କର ଅଂଶ
ସିଏ ମହା ଚେତନାର ।
ଉତ୍ତମ ବେଭାର ବଚନ ମଧୁର
ଦୁଇଟି ଅମୂଲ୍ୟ ନିଧି
ଏ ଦୁଇ ନିଧିକୁ ଅସ୍ତ କରି ଆଜି
କରୁଛନ୍ତି ସ୍ଵାର୍ଥ ସିଦ୍ଧି ।
ଦୁଷ୍ଟ ଦୁର୍ଜନର କଲେ ଉପକାର
ନ ମିଳେ ପ୍ରତ୍ୟୁପକାର
କରେ ଅପକାର ସର୍ପେ ଯଥା କ୍ଷୀର
ବିଷ ବୃଦ୍ଧି ଘଟେ ତା’ର ।
ଶୁଭ ସକାଳର କାମନା ହେ ହରି
ଆମ୍ଭଙ୍କୁ ସୁଜ୍ଞାନ ହେଉ
ଆତ୍ମ ସ୍ୱାର୍ଥ ତେଜି ଜଗତର ହିତେ
କର୍ମ କରି ଦିନ ଯାଉ ।
କାଳ ପ୍ରତି ସ୍ରୋତେ ଯିବାକୁ ଜଗତେ
ସମରଥ କିଏ କୁହ
ଥାଉ ଯେତେ ଶକ୍ତି ଆୟୁ କ୍ଷୟ ପ୍ରତି
ରହିଛି ସଭିଙ୍କ ଭୟ
ମାନବ ଜୀବନେ ଧନ ଆଉ ଘନ
ସର୍ବଦା ବିଚିତ୍ର ଗତି
କ୍ଷଣିକେ ସଂଯୋଗ କ୍ଷଶିଳେ ବିଯୋଗ
ଦ୍ଭାବିଲେ ବିଭ୍ରାନ୍ତ ମତି ।
ସର୍ବ ଜନ ମତ ସଭିଙ୍କ ସହିତ
ଚାଲ ସଦା ଦେଇ ତାଳ
ସୁଜନ ପିନ୍ଧନ୍ତି ବିଜୟର ଟିକା
ଯଶ କୁସୁମର ମାଳ ।
*ଆଶିଷ କୁମାର ସାହୁ *ବାଲିଆପାଳ
ଉତ୍ତମ ବେଭାର ବଚନ ମଧୁର
ଦୁଇଟି ଅମୂଲ୍ୟ ନିଧି
ଏ ଦୁଇ ନିଧିକୁ ଅସ୍ତ କରି ଆଜି
କରୁଛନ୍ତି ସ୍ଵାର୍ଥ ସିଦ୍ଧି ।
ଦୁଷ୍ଟ ଦୁର୍ଜନର କଲେ ଉପକାର
ନ ମିଳେ ପ୍ରତ୍ୟୁପକାର
କରେ ଅପକାର ସର୍ପେ ଯଥା କ୍ଷୀର
ବିଷ ବୃଦ୍ଧି ଘଟେ ତା’ର ।
ଶୁଭ ସକାଳର କାମନା ହେ ହରି
ଆମ୍ଭଙ୍କୁ ସୁଜ୍ଞାନ ହେଉ
ଆତ୍ମ ସ୍ୱାର୍ଥ ତେଜି ଜଗତର ହିତେ
କର୍ମ କରି ଦିନ ଯାଉ ।
ବିଜ୍ଞ ଭାବିଚିନ୍ତି ସତକାର୍ଯ୍ୟ କରନ୍ତି
ସାଧନେ ଜଗତ ହିତ
କାଳେ କେତେବେଳେ ଅହିତ ସାଧିବ
ହୃଦେ ଥାଏ ସଦା ଭୀତ ।
ନିଜ ଅମର୍ଯ୍ୟାଦା ପରିହାସ ନିନ୍ଦା
ସୁଗୁଣକୁ କରେ ନଷ୍ଟ
ଶ୍ରୀ ଯଶ ଆୟୂଷ ପୁଣ୍ୟ ଧର୍ମ ନାଶ
ସର୍ବଦା ଚିନ୍ତନ୍ତି ଇଷ୍ଟ । ।
ଶୁଭ ସକାଳର କାମନା ହେ ହରି
ସର୍ବ ହୃଦୟର ସ୍ୱାମୀ
ସକଳ ହୃଦରେ ଶୁଭ ବୁଦ୍ଧି ଦେଇ
କରାନ୍ତୁ ଆସାଭିମାନୀ ।
ଆଶିଷ_କୁମାର&ସାହୁ #ବାଲିଆପାଳ
ଶାସ୍ତ୍ରରେ ଶାସ୍ତ୍ରରେ ନିଆୟ ପଥରେ
ନ ହେଲେ ପ୍ରବୀଣ ଟାଣ
ରାଜ୍ୟ ରକ୍ଷା ସହ ପ୍ରଜାଙ୍କୁ ପାଳିବା
ଜାଣିଛନ୍ତି ନର ରାଣ ।
ଗୋପନେ ପଛରେ ଭାଷୋ ବିରୋଦ୍ଧରେ
ଦେଖି ତୋଷାମଦ କରେ
ସେଭଳି ପ୍ରଜାଙ୍କୁ ଜାଣିପାରି ରାଜା
କୌଶଳ କ୍ରମରେ ଧରେ ।
ଅଧମ ଲୋକଙ୍କ ଚିର ଅଧୋଗତି
କୁଳ କରେ କଳଙ୍କିତ
ସଯତନେ ଏକ ଲଗାଇଲେ ବୃକ୍ଷ
ସାଧେ ଜଗତର ହିତ ।
ଆଶିଷକୁମାରସାହୁ #ବାଲିଆପାଳ
ପରମାୟୁ କ୍ଷୟ ପ୍ରତିକ୍ଷଣ ହୁଏ
ଶେଷେ ଲୀନ ଚିତା ନଳେ
ଅପକ୍ୱ ଘଟର କ୍ଷୟ ନିରନ୍ତର
ଦିନେ ନଷ୍ଟ ହେବ ଜଳେ ।
ମହାକାଶ ରୂପୀ ପ୍ରଭୁ ସର୍ବ ବ୍ୟାପୀ
ଥାଇ ନ ଥାଆନ୍ତି ଠାଏ
ସର୍ବ ଶକ୍ତିଦାନ ସର୍ବଜ୍ଞ ସମାନ
ସର୍ବ ମଙ୍ଗଳରେ ଥାଏ ।
ଶୁଭ ସକାଳର କାମନା ହେ ହରି
ଆପଣ ଜଗତ ସାଇଁ
ସଭିଙ୍କୁ ସର୍ବଦା ସୁପଥ ବତାଅ
ଏ ଭବୁ ତରିବା ପାଇଁ ।
ଆଶିଷ କୁମାର ସାହୁ ବାଲିଆପାଳ ମୋ- ୭୬୮୪୯୨୬୯୦୬
ମନକୁ ନିରତ ସତ୍ ଚିନ୍ତା ସହିତ
ନ ରଖିଲେ କରି ଯୁକ୍ତ
ଅପଚିନ୍ତନରେ ଜୀବନକୁ କରେ
ଅପକର୍ମେ ଅନ୍ତର୍ଭୁକ୍ତ ।
ବିଧି ବିଧାନରେ ନୀତି ନିୟମରେ
ଜୀବନ ଦୀଦିପ୍ୟମାନ
ବିଧି ଉଲଫନ ଜୀବନ ଯାପନ
ଧରମରେ ନାହିଁ ଧ୍ୟାନ ।
ଜୀବ ଆତ୍ମା ନିଜେ ନିଜ ମିତ୍ର ସାଜେ
ଜିଣି ସେ ଇନ୍ଦ୍ରିୟ ମନ
ନ ପାରିଲେ ଜିଣି ଜୀବ ଆମ୍ବା ପୁଣି
ନିଜେ ନିଜ ଶତ୍ରୁ ସମ ।
ଆଶିଷ କୁମାର ସାହୁ ବାଲିଆପାଳ
ଶିଷ୍ଟ ଜନ ସହ ବିତର୍କ କଳହ
ଆଳାପା ଲୋକନା ଭଲ
ଦୁଷ୍ଟ ଲୋକ ତୁଲେ ଯାହା କିଛି କଲେ
ଜାଣୁ ଜାଣୁ ଜାଣ ମଲ ।
କ୍ଷଣ ମାତ୍ର ଧୁବ ତାରାକୁ ନିଷ୍ପ୍ରଭ
କରିଥାଏ ଉଲ୍କା ଜ୍ୟୋତି
ସତ୍ୟକୁ ସେପରି କ୍ଷଣେ ମ୍ଳାନ କରି
ହଜିଯାଏ ମିଥ୍ୟା ଜ୍ୟୋତି ।
ଶୁଭ ସକାଳର କାମନା ହେ ହରି
ଆମ୍ଭଙ୍କୁ ପଥ ଦେଖାଅ ।
ପାପ ମିଥ୍ୟା ଭାର ଅଧିକ ହେଲାଣି
ସୁପଥେ ଚଳାଇ ନିଅ ।
ଆଶିଷ କୁମାର ସାହୁ ବାଲିଆପାଳ
ସବୁ ଅନରଥ ହୁଏ ସଂଘଟିତ
ଏ ଚାରିର ସମ୍ମିଳନେ
ସମ୍ପଦ କ୍ଷମତା ବିବେଳ ହୀନତା
ଉଦ୍ଧତତା ଯଭବନେ ।
ଶାସ୍ତ୍ର ଉପଦେଶେ ଜାଣିଛନ୍ତି କିସ
ନମାନି କରନ୍ତି କାମ
ତାଙ୍କ ଉପଦେଶ ଡେଫାନୀ ବତାସ
ବୁଦ୍ଧି କରିଦିଏ ବାମ ।
ଅର୍ଥ ସ୍ୱାର୍ଥେ ବଶ ହୋଇଲେ ମଣିଷ
ଭୁଲି ଯାଇ ଧର୍ମା ଧର୍ମ
କ୍ରୋଧରେ ନୃସଂଶ ସାଜି ଅମଣିଷ
ଭିଆନ୍ତି ନା ନା ଦୁଷ୍କର୍ମ ।
କର୍ମ ଅନୁସାରେ ପ୍ରାଣୀଙ୍କୁ ସଂସାରେ
ପାପ ପୁଣ୍ୟ ପରାପତି
ସୁକର୍ମେ ସୁକୃତି ଫଳ ସଦଗତି
ଦୁଷ୍କୃତିରେ ଦୁରଗତି ।
ଆଶିଷ କୁମାର ସାହୁ ବାଲିଆପାଳ
ବଡ ଲୋକ ତୁଲେ ସଦଭାବ ଥିଲେ
ବଢେ ଆପଣାର ମାନ
ସେଇ ଭାବ ପାଇଁ ରବି କର ପାଇ
ଚନ୍ଦ୍ରମା ଜାଜ୍ୱଲ ମାନ ।
ଭାବେ ସମର୍ପିଲେ ତିଳ ପ୍ରାୟ ହେଲେ
ସୀଦରେ ଘେଳନ୍ତି ହରି
ଅର୍ପିଲେ ଅଭାବେ ନ ଛୁଅନ୍ତି କେବେ
ହେଲେ ହେଉ ମେରୁ ପରି ।
ଶୁଭ ସକାଳର କାମନା ହେ ହରି
ଆମ୍ଭଙ୍କୁ ସୁଜ୍ଞାନ ହେଉ
ପ୍ରଭୁ ଶ୍ରୀଚରଣେ ଭାବ ଉହୁ ନିତ୍ୟ
କେବେବି ଭୁଲି ନ ଯାଉ ।
ଆଶିଷ କୁମାର ସାହୁ ବାଲିଆପାଳ
ଶଙ୍ଗଳାଚରଣ ସତ୍ୟାନୁସରଣ
ସଦଗୁଣ ମାନବର
ସଦାଚାର ବିନା ବ୍ୟର୍ଥ ଏ ଜୀବନ
ପୁନଃ ଜନ୍ମ ବାରମ୍ଵାର ।
ବିଧି ବିଧାନରେ ନୀତି ଆଦର୍ଶରେ
ସ୍ନେହ ଶ୍ରଦ୍ଧା ସମ୍ମିଶ୍ରଣେ
କ୍ଷମା ସୁଧା ବାରି ସିଞ୍ଚନେ ଯେପରି
କ୍ରୋଧା ନଳ ଲିଭେ କ୍ଷଣେ ।
ଗୁଣ ପାଇଁ ଜନ ପୂଜାର ଭାଜନ
ନୁହେଁ ଉଚ୍ଚାସନ ପାଇଁ
କୃଷ୍ଣ ପୂଜା ସ୍ପଦ ନୁହେଁ ବସୁଦେବ
ପିତାର ଆସନେ ଥାଇ । ।
ଆଶିଷ କୁମାର ସାହୁ ବାଲିଆପାଳ
ମାନସିକତାର ଅବକ୍ଷୟ ହେତୁ
ସ୍ଵଭାବ ସର୍ବଦା ନଷ୍ଟ
ବ୍ୟକ୍ତିର ବ୍ୟକ୍ତିତ୍ଵ ନୈତିକ ସ୍ଖଳନ
ସଜାଡିବା ବହୁ କଷ୍ଟ ।
ସମୟ ସାପେକ୍ଷ ହେଲେ ହେଉ ଲକ୍ଷ୍ୟ
ହାସଲରେ ଥିଲେ ଦକ୍ଷ
ଦିନେ ସୁନିଶ୍ଚିତ ସେ ଲକ୍ଷ୍ୟ ସାଧିତ
ଲଙ୍ଘି ବାଧା ଲକ୍ଷ ଲକ୍ଷ ।
ଶୁଭ ସକାଳର କାମନା ହେ ହରି
ଆମ୍ଭଙ୍କୁ ସୁଜ୍ଞାନ ହେଉ
ଭାବର ଅଭାବ ନ ଘଟୁ ଜୀବନେ
ନାମ ଜପି ଦିନ ଯାଉ ।
ଜନ୍ମଭୂମି ଆମ ଏଇ ଭାରତ
ପୂର୍ଣ୍ଣ ପ୍ରସୂ ଭୂମି ବିଶ୍ଵେ ବିଦିତ ।
ସରବେ ଅଟୁ ତା ସନ୍ତାନ ଗଣ
କରୁ ନିତି ତାର ପାଦ ବନ୍ଦନ ।
ପରାଧୀନତାର ଶୃଙ୍ଖଳ ଛିଡି
ବିଦେଶୀଙ୍କୁ ଦେଲୁ ଦେଶରୁ ତଡି ।
ଜନ ନାୟକଙ୍କ ଉଦ୍ୟମ ବଳ
ସୁଖ ଭୋଗ କରୁ ତାହାରି ଫଳ ।
ପଚସ୍ତରୀ ବର୍ଷ ହେଲା ପୂରଣ
ଅମୃତ୍ ମହୋତ୍ସବ କରୁ ପାଳନ ।
ପ୍ରତି ଘରେ ଉଡେ ତ୍ରିରଙ୍ଗା ବାନା
ଦେଶ ବାସୀ କରୁ ପାଦ ବନ୍ଦନା ।
ଭୁଲି ଜାତି ଧର୍ମ ବର୍ଣ୍ଣର ଭେଦ
ତିଳେ ନାହିଁ କାହା ମନରେ ଖେଦ ।
ତ୍ରିରଙ୍ଗା ପତାକା ଦେଶର ମାନ
ଏକତାର ରାହା କରେ ପ୍ରଦାନ ।
ତାକୁ ଧରି ସର୍ବେ କଲୁ ଶପଥ
ରଖିବୁ ଦେଶର ମାନ ମହତ ।
ଏକତା ରଜୁରେ ହୋଇବୁ ବନ୍ଧା
ଦେଶ ହିତ ପାଇଁ କରିବୁ ଧନ୍ଦା ।
ବିପତ୍ତି ଦେଶକୁ ଆସିଲେ ମାଡି
ପ୍ରାଣ ଦେଇ ସର୍ବେ ଦେବୁ ସଜାଡି ।
ମନରେ ରଖିବୁ ସର୍ବଦା ଦମ୍ଭ
ଶତ୍ରୁମାନଙ୍କର ଭାଙ୍ଗିବୁ ଗର୍ବ ।
ଆଶିଷ କୁମାର ସାହୁ ବାଲିଆପାଳ
ଉପରେ ନରମ ଭିତରେ ନିର୍ମମ
ଦୁର୍ଜନ ବଦରି ଫଳ
ନାରିକେଳ ସମ ଉପରେ ନିର୍ମମ
ସାଧୁ ହୃଦ ସୁକୋମଳ ।
କିଛି କ୍ଷତି ସାଧି ନ ପାରେ ଦୁର୍ବୁଦ୍ଧି
କ୍ଷମାଶୀଳ ହେଲେ ପ୍ରାଣ
ଲିଭିଯାଏ ବହ୍ନି ତୃଣହୀନ ଭୂମି
ଉପରେ ଥୋଇଲେ ଆଣି ।
ଭୂତ ଭବିଷ୍ୟତ ଗତ ଅନାଗତ
କେହି ନୁହେଁ କରାଗତ
ଏକା ବର୍ତ୍ତମାନ ମାନବ ଅଧୀନ
ଜାଣି ସର୍ବେ କର୍ମରତ ।
ଶ୍ରେୟ ନେବା ଲୋକ ଅଛନ୍ତି ଅନେକ
ବିଜୟ ସାଫଲ୍ୟ ପାଇଁ
ବିଫଳତା ବେଳେ ଜଣେ ବି ନମିଳେ
ହେବାକୁ ଉତ୍ତର ଦାୟୀ ।
ପାଇବାର ଆଶା ସାମାନ୍ୟ ପ୍ରତ୍ୟାଶା
ହୃଦୟରୁ ଦେଲେ ପୋଛି
ପ୍ରଭୁ ପ୍ରାପ୍ତି ଆଶା ମନରେ ଜାଗିଲେ
ଆନନ୍ଦରେ ହୁଏ ବଞ୍ଚି ।
ଶୁଭ ସକାଳର କାମନା ହେ ହରି
ଆମ୍ଭଙ୍କୁ ସୁଜ୍ଞାନ ହେଉ
ପ୍ରତିକ୍ଷଣେ ସ୍ଵାର୍ଥ ପାଇଁ କାମ କରୁ
ଅଜ୍ଞାନତା ଦୂରି ଯାଉ
ଆଶିଷ କୁମାର ସାହୁ ବାଲିଆପାଳ
ବିଷ ଭାର ବହି ରହେ ନତ ହୋଇ
ବାସୁକୀ, ସେ ନାଗରାଜ
ନାମକୁ ମାତର ବିଷ ଦୃଶ୍ଚିକର
ଗର୍ବେ ଚ।ଲେ ଟେକି ଲାଞ୍ଜ ।
କଲେ ହେଁ ଯତନ ନୁହେଁ ସଂଶୋଧନ
କଲେ ହେଁ ଯତନ ନୁହେଁ ସଂଶୋଧନ
ଦୁରୁଜନ ଦୂରା ଭୟ
ଏକ ଅଛି ଜଗତେ ରସୁଣକୁ ସତେ
କରିବ ସୁଗନ୍ଧମୟ ।
ନିଖିଳ ଜୀବନ ମଧୁରୀମା ପୂର୍ଣ୍ଣ
ସୁନ୍ଦର ହୋଇଲେ ଚିର
ଘେନି ଯତନରେ ପାଳିଲେ ଆଚାରେ
ମହାଜନ ଆପ୍ତ ଗୀର ।
ଉଚ୍ଚ କୁଳେ ଜାତ .. ଯଥେଷ୍ଟ ନୁହେଁ ତ
ଲୋଡା ସଚରିତ୍ର ବତ୍ତା
ଏପରିକି ଜାତ ଉରୁବର କ୍ଷେତ
ଭରେ କଣ୍ଟକିତ ଲତା ।
ଦୁର୍ଜନେ ସଂସ୍କାରୀ ହୁଏ ନାହିଁ କରି
ଉପଦେଶ ବରଷଣ
ଘଷିଲେ ମାନିଲେ ଇଟା କେବେ ହେଲେ
ହୁଏ ନାହିଁ ଦରପଣ ।
ଜୀବନ ଯୌବନ ପୁତ୍ର ଦାରା ଧନ
କେହି ଏଠି ନୁହେଁ ସ୍ଥିର
ଏକା ଧର୍ମ ଯଶ ଭବେ ଅବିନାଶ
ଅନେଶ୍ୱର ସ୍ଥିର ଚିର ।
ଶୁଭ ସକାଳର କାମନା ହେ ସାଇଁ
ଆପଣ ଅନ୍ତର ଯାମୀ
ଆମ୍ଭଙ୍କୁ ସୁପଥେ ବତାଇ ଦିଅ ହେ
ଜଗତ ଜନଙ୍କ ସ୍ଵାମୀ ।
ଦଗଧି ଦୁଃଖରେ ସଜ୍ଜନ ଆଚ଼ରେ
ସ୍ଵଧର୍ମ ପରୋପକାର
ହୋଇ ନିଷ୍ପେଷିତ ଦୁଃଖ ସହି ଶତ
ମଧୁ ରସର ସମ୍ଭାର ।
ଗଙ୍ଗା ନାଶେ ପାପ ଚନ୍ଦ୍ର ନାଶେ ତାପ
କଳ୍ପ ତରୁ ଦୈନ୍ଯ ନାଶେ
ପାପ ତାପ ଦୈନ୍ୟ ତିନିକି ସମାନ
ନାଶି ପାରେ ଅନାୟାସେ ।
କାଳ କବଳିତ ଏ ସାରା ଜଗତ
କାଳ ସୃଜେ.. କାଳ ନାଶେ
ରାଜା ରାଜ୍ୟଶ୍ଵର ହେଲେ ହେଁ ବିଶ୍ଵର
କିଙ୍କର ସେ କାଳ ପାଶେ ।
ଆଶିଷ କୁମାର ସାହୁ ବାଲିଆପାଳ
Coming Soon
Thank you for visiting our website for job related search visit here