ବିଲୁଆ ନନା
ଝିପିରି ଝିପିରି ପାଣି ବରଷୁଛି
ବିଲୁଆ ନନାର ବାହାଘର
ସାରୁଗଛ ମୂଳେ ବେଙ୍ଗ ବସିରହି
ସାହାନାଇ ଫୁଙ୍କେ ଥରକୁ ଥର।
ଗୁଣ୍ଡୁଚି ମୂଷାର ତିଆରି ମାଳଟା
ବିଲୁଆ ବେକରେ ନାଇଛି
ବାଣ ହାବେଳିର ସାରା ଜଙ୍ଗଲଟା
ଆଜି ଖାଲି ଫାଟି ପଡୁଛି।
କୋଳାହଳ ଆଜି ବଣ ଜଙ୍ଗଲଟା
ଡ଼ାକବାଜି ଯନ୍ତ୍ର ବାଜେ ପରା
ମିସ୍ତ୍ରୀ ହୋଇ ହନୁ ସାଉଣ୍ଡ ଦେଉଛି
ନିମନ୍ତ୍ରଣ ପତ୍ର ବାଣ୍ଟେ ପାରା।
ଭୁଆ ବିଲେଇଟା ଖାଦ୍ୟ ବାଣ୍ଟୁଛି
ଯେତେ ଆସୁଛନ୍ତି ଥରକୁ ଥର
ଚାରିଦିଗେ ଚାହିଁ ମଝିର ମଝିରେ
ରସଗୋଲା ଗୋଟେ କରେ ପାର।
ଭାଲୁ ଭାଇଟିତ ଅତି ବୁଢ଼ା ବୋଲି
ଚେୟାର ଖଣ୍ଡେ ପାରି ବସିଅଛି,
ଅତିଥି ଆସିବା – ଗଲା ଦେଖିବାରେ
ପାନପିକ ଓଠୁ ଝରୁଅଛି।
ସିଂହ ନାହିଁ ବୋଲି ବୁଢ଼ା ପଶୁରାଜ
ବାଘ ମାଲିକାତି କରୁଛି
ପାହୁଣ୍ଡ ପକାଇ ଚାରିଦିଗେ ବୁଲି
ଇଏସ- ନୁ,ରାହା ଧରୁଛି।
ଝିପିରି ଝିପିରି ମେଘ ଛାଡ଼ିଗଲା
ବାହାଘର ତାର ଗଲା ସରି
ଯେତେ ପଶୁ ଆଦି ଉପସ୍ଥିତ ଥିଲେ
ଯେ ଯାହା ଘରକୁ ଗଲେ ଚାଲି।
ଡଃ ରବିନ୍ଦ୍ରନାଥ ଆଚାର୍ଯ୍ୟ