Odia Motivation Story Kaur Moksha

Odia Motivation Story Kaur Moksha

Odia Motivation Story Kaur Moksha

Facebook
WhatsApp
Telegram

Once upon a time there was a saint who thought that he would undergo penance to attain moksha. So he sat in penance under a tree in a deserted place. There was a crow’s nest on the tree. Seeing such a visitor, she began to swing from the tree branch.

କାଉର ମୋକ୍ଷ


ଜଣେ ସାଧୁ ଥିଲୋ ଥରେ ସେ ଭାବିଲେ ଯେ ମୋକ୍ଷ ପ୍ରାପ୍ତି ଲାଗି ତପସ୍ୟାରେ ବସିବୋ। ତେଣୁ ସେ ଗୋଟିଏ ନିକାଞ୍ଚନ ଜାଗାରେ ଗୋଟିଏ ଗଛ ମୂଳରେ ତପସ୍ୟାରେ ବସିଗଲେ । ଗଛ ଉପରେ ଗୋଟିଏ କାଉର ବସା ଥିଲା। ସେ ଏଭଳି ଜଣେ ଆଗନ୍ତୁକଙ୍କୁ ଦେଖି ଗଛ ଡାଳରୁ ବୋବାଇବାକୁ ଲାଗିଲା।

ମୁଣ୍ଡ ଉପରେ କାଉ ରାବୁଥିବାରୁ ସାଧୁ ତପସ୍ୟାରେ ମନୋନିବେଶ କରିପାରିଲେ ନାହିଁ ତେଣୁ ସେ ବିରକ୍ତ ହୋଇ କାଉକୁ ତଡ଼ିଲୋ କିନ୍ତୁ କାଉ ସେଠାରୁ ଗଲା ନାହିଁ, ବାରମ୍ବାର ରାବିବାକୁ ଲାଗିଲା। ସାଧୁ ଏଥର ପଥର, ଗୋଡ଼ି, ବାଡ଼ି, ଠେଙ୍ଗା ସବୁ କିଛି କାଉ ଆଡ଼କୁ ଫୋପାଡ଼ିଲେ, କିନ୍ତୁ କିଛି ଲାଭ ହେଲା ନାହିଁ। କାଉଟି ଅନବରତ ରାବିବାକୁ ଲାଗିଲା।

ସାଧୁଙ୍କ ଜିଦ୍‌ ବଢ଼ିଗଲା। ସେ ଏବେ କେବଳ କାଉକୁ ତଡ଼ିବାରେ ଲାଗିଲେ ଏବଂ ଏମିତି ହେଲା ଯେ ଗଛରେ ଚଢ଼ି କାଉର ବସା ମଧ୍ୟ ଭାଙ୍ଗିଦେଲେ। ତଥାପି କାଉ ରାବିବାକୁ ଲାଗିଲା। ଏମିତି କିଛି ଦିନ ଗଲା। କିନ୍ତୁ କାଉ ଶାନ୍ତ ପଡ଼ିଲା ନାହିଁ। ସାଧୁଙ୍କୁ ଦେଖିବା ମାତ୍ରକେ ବୋବାଇବାକୁ ଲାଗିଲା। ସୂତରାଂ, ଅନ୍ୟ ଉପାୟ ନ ପାଇ ସାଧୁ ସେଠାରୁ ଅନ୍ୟତ୍ର ଯିବାକୁ ବାହାରିଲେ।

ହଠାତ ସେତିକି ବେଳକୁ ଆବିଷ୍କାର କଲେ ଯେ କାଉର ସ୍ଵର ଶୂଭୃନାହିଁ। ସେ ଉପରକୁ ଚାହଁ ଦେଖନ୍ତି ତ କାଉ ସେଠାରେ ନାହିଁ ସେ ବିସ୍ମିତ ହୋଇ ଭଗବାନଙ୍କୁ ଧନ୍ୟବାଦ ଜଣାନ୍ତେ ଦେବୀ ବାଣୀ ଶୁଭିଲା- ବାବା, ତୁମର ଆକ୍ରମଣ ସତ୍ତ୍ଵେ କାଉଟି ତା’ର ରାବର ଧ୍ୟାନରୁ ବିରତ ନ ହେବାରୁ ସେ ମୋକ୍ଷ ପାଇଗଲା, ଅଥଚ ତୁମ ଦ୍ଵାରା ଧ୍ୟାନ ହେଲା ନାହିଁ!

Odia Story Bikram Betala- Story Click Here

ରାଜାଙ୍କ ପ୍ରାୟଶ୍ଚିତ

ଜଣେ ରାଜା ଥିଲୋ ହଠାତ ଦିନେ ତାଙ୍କ ମନରେ ବିଭିନ୍ନ କାରଣରୁ ପଶ୍ଚାତ୍ତାପ ସୃଷ୍ଟି ହେଲା। ସେ ଭାବିଲେ- ଜୀବନରେ ମୋ ଦ୍ବାରା ଅନେକ ଭୂଲ୍‌ ହୋଇଯାଇଛି ସେସବୁ ଲାଗି ମୁଁ ଗଭୀର ଭାବେ ଅନୁତପ୍ତା ମୁଁ ଏମିତି ଭୂଲ୍‌ କରିବା ଲୋକ ନୁହଁ ରାସ୍ତା ଅନ୍ଧକାରମୟ ।॥, ତେଣୁ ମୁଁ ପଥଭ୍ରଷ୍ଟ ହୋଇଗଲା ମୁଁ କିନ୍ତୁ ପଥଭ୍ରଷ୍ଟ ହେବା ଭଳି ଲୋକ ନୁହୌଁ ମୋତେ କେହି ପନ୍ଦର ବର୍ଷ ଫେରାଇ ଦିଅନ୍ତା କି? ଏହା ଶୂଣିଲେ ଜଣେ ଯୋଗଜନ୍ମା ଫକିରା ସେ ରାଜାଙ୍କୁ ପନ୍ଦର ବର୍ଷ ଫେରାଇ ଦେବାକୁ ଭଗବାନଙ୍କୁ ପ୍ରାର୍ଥନା କଲୋ ସତକୁ ସତ ରାଜା ପନ୍ଦର ବର୍ଷ ସାନ ହୋଇଗଲୋ ତା” ପରେ ପନ୍ଦର ବର୍ଷ ବିତିଗଲା ରାଜଧାନୀରେ ପୁଣି ସେହି ପକିରଙ୍କ ଆବିର୍ଭାବ ହେଲା ରାଜା ଖବର ପାଇ ତାଙ୍କ ପାଖକୁ ଦୌଡ଼ିଲେ ଏବଂ କାନ୍ଦି ପକାଇ କହିଲେ- ସବୁ ବେକାର ।

ଆପଣ ମୋତେ ସୁଯୋଗଟିଏ ଦେଇଥିଲେ ସତ,କିଛି ଲାଭ ହେଲା ନାହିଁ ଫକିର କହିଲେ- କ’ଣ ହେଲା ? ରାଜା କହିଲେ- ଏବେ ମୁଁ ବୁଝିଛି ଦୋଷ ରାସ୍ତାରେ ନ ଥିଲା। ଦୋଷ ଅନ୍ଧକାରର ବି ନ ଥିଲା। ଦୋଷ ଥିଲା ମୋର । କାରଣ ଏଇ ପନ୍ଦର ବର୍ଷରେ ମୋ ଜୀବନ
ଉଣାଅଧିକେ ପୂର୍ବବତ୍ର ହିଁ ହେଲା। ଅନେକ ନୂଆ ଭୂଲ୍‌ କରିଛି, ଯେଉଁଥି ଲାଗି ପୁଣି ପ୍ରାୟଶ୍ଚିତ୍ତ କରିବାକୁ ହେଉଛି ଫକୀର କହିଲେ ମୁଁ ଜାଣିଥିଲି ଏହା ହିଁ ହେବା କାରଣ ଆପଣ ଯେତେବେଳେ ପଶ୍ଚାତ୍ତାପ କରୁଥିଲେ ସେତେବେଳେ ଭାବୁଥିଲେ ଯେ ଆପଣଙ୍କ ଭଳି ଜଣେ ବ୍ଯକ୍ତି ଦ୍ଵାରା ଏଭଳି ଭୁଲ୍‌ ହେବା କଥା ନୁହେଁ, ହେଲା କେମିତି ହ ଆମେ ସମସ୍ତେ

ଏହିଭଳି ହିଁ ପଶ୍ଚାତ୍ତାପ କର ତହିଁରେ ଆମର ଅହଂକାର ଲୂଚି ରହିଥାଏ। ଯଦି ଆପଣ ବୁଝିଥାଆନ୍ତେ ଯେ ଭୂଲ୍‌ କେବଳ ଆପଣଙ୍କର ହିଁ ଥିଲା, ତେବେ ସୁଧାରି ପାରିଥାଆନ୍ତୋ

Leave a Comment

You cannot copy content of this page