Adarsha Guru Odia Story

Adarsha Guru Odia Story

Adarsha Guru Odia Story

Facebook
WhatsApp
Telegram

Adarsha Guru Odia Story : This is a short story about Teacher and Student.

ଆଦର୍ଶ ଗୁରୁ

ଜଣେ ବୌଦ୍ଧ ସାଧୁ ତାଙ୍କର ଶିଷ୍ୟ ସହିତ ଯାଉଥିଲେ l ବାଟରେ ଶିଷ୍ୟ ଦେଖିଲା କୃଷକ ତା’ର ଜମିରେ ହଳ କରୁଛି l ଶିଷ୍ୟ ସେହି ଜମି ପାଖରେ ଚାଷ କାର୍ଯ୍ୟ ନିରୀକ୍ଷଣ କରୁ କରୁ ଦେଖିଲା, ଲଙ୍ଗଳ ମୁନରେ ମାଟି ଭିତରୁ ନାନା କୀଟ ବାହାରି ଆସୁଛନ୍ତି l ସେମାନଙ୍କୁ ପକ୍ଷୀମାନେ ଥଣ୍ଟରେ ନେଇ ଖୁସିରେ ଖାଉଛନ୍ତି l

ଏହା ଦେଖି ଶିଷ୍ୟଟି ଭାବିଲା ଏସବୁ ନିତାନ୍ତ ଅନ୍ୟାୟ କାର୍ଯ୍ୟ l ନିର୍ଦୟ କୃଷକମାନଙ୍କୁ ଏଥିରୁ ବାରଣ କରିବା ଦରକାର l ସୁତରାଂ ଏ ମାର୍ଗ ଛାଡି ମୁଁ କୃଷକ ହେବି ଓ ପୋକ ଜୋକ ଯେପରି ନ ମରନ୍ତି ସେ ଯତ୍ନ ନେବା ସହ କୃଷକ ସମାଜ ଯତ୍ନବାନ ହେବା ପାଇଁ ପରାମର୍ଶ ଦେବି l ଏବେ ବୌଦ୍ଧ ସାଧୁ ବି ଶିଷ୍ୟର ମନ କଥା ଜାଣିପାରିଲେ l ସେ ଶିଷ୍ୟଙ୍କୁ କହିଲେ, “ତୁମେ ବାବା ମୋତେ ଏବେ ତୁମ ଗଣ୍ଠିଲି ଦେଇଦିଅ, ଆଉ ତୁମେ ଆଗେ ଆଗେ ଚାଲ l ମୁଁ ପଛେ ପଛେ ଯିବି l “

ଏଥର ଶିଷ୍ୟ ଜଣକ ଗୁରୁଙ୍କ କଥାର ରହସ୍ୟ କିଛି ବୁଝି ପାରିଲା ନାହିଁ କି ନିଜ ସନ୍ଦେହ ମୋଚନ ପାଇଁ ପଚାରି ପାରିଲା ନାହିଁ l ଗୁରୁଙ୍କ କଥା ରକ୍ଷା କରି ଗଣ୍ଠିଲି ଗୁରୁଙ୍କୁ ଦେଇ ଆଗେ ଆଗେ ଚାଲିଲା ଶିଷ୍ୟ l ବାଟ ଯାକ ଖାଲି ଭାବୁଥାଏ ଗୁରୁ ଏଭଳି କାହିଁକି କହିଲେ ?

କିଛି ବାଟ ଗଲା ପରେ ଶିଷ୍ୟଙ୍କୁ ଭୋକ ଲାଗିଲା l ସେ ଅତ୍ୟନ୍ତ କ୍ଷୁଧାତର ହୋଇଯିବାରୁ ସେ ମନରେ ଭାବିଲା, ପୋକ ଜୋକ କଥା ଚୁଲିକୁ ଯାଉ, କେଉଁଠି କ’ଣ ଗଣ୍ଡାଏ ମିଳିଲେ ସେ ଆଗ ଖାଇ ତା’ର କ୍ଷୁଧା ନିବାରଣ କରନ୍ତା l ଏବେ ଗୁରୁ ଶିଷ୍ୟର ମନୋଭାବ ଜାଣିପାରିଲେ l ସେ କିଛି ନ କହି ଗଣ୍ଠିଲିକୁ ଶିଷ୍ୟକୁ ଧରିଦେଇ ପୁଣି ଆଗେ ଆଗେ ଚାଲିଲେ l ଏଭଳି ଘଟଣାରେ ଶିଷ୍ୟ ଜଣକ ବିସ୍ମିତ ହୋଇଗଲା l

କିଛି ସମୟ ପରେ ଗୁରୁ ଶିଷ୍ୟ ଦୁହେଁ ଏକ ଗଛମୂଳେ ବିଶ୍ରାମ କଲେ ଓ ମଧ୍ୟାହ୍ନଭୋଜନ ପାଇଁ ଗଣ୍ଠିଲି ଖୋଲିଲେ l ଏଥର ଶିଷ୍ୟଟି ସାହସ କରି ଗୁରୁଙ୍କୁ ପଚାରିଲା, ” ମହାଶୟ, ଆପଣ ଯେଉଁ ଦୁଇ ପ୍ରକାର ଆଦେଶ ମୋତେ ଦେଲେ ତା’ର କାରଣ କ’ଣ ? “

ଏଥର ସିଦ୍ଧ ସାଧୁ କହିଲେ -“ତୁମେ ଶିଷ୍ୟ ଭାବରେ ମୋତେ ଅନୁଧାବନ କରିବା କଥା l ମାତ୍ର ମୁଁ ଦେଖିଲି ଯେତେବେଳେ ତୁମେ ଏକାକୀ ସେହି ପକାଜୋକଙ୍କ କଥା ଭାବି ମ୍ରିୟମାଣ ହୋଇଯାଉଛ, ସେତେବେଳେ ତୁମ ଠାରେ ବୁଦ୍ଧତ୍ୱର ପରିପ୍ରକାଶ ହେଲା, ଅର୍ଥାତ ତୁମେ ଗୁରୁ ପଦବାଚ୍ୟ ହୋଇଗଲ l ମାତ୍ର ଯେତେବେଳେ ତୁମେ ଭୋକ ଦାଉରେ ପୋକଜୋକ କଥା ଭୁଲିଗଲ l ସେତେବେଳେ ଆଉ ତୁମ ପାଖରେ ଆଉ ବୁଦ୍ଧତ୍ୱ ପରିପ୍ରକାଶ ହେଲା ନାହିଁ l ସୁତରାଂ ତୁମକୁ ଶିଷ୍ୟ ରୂପେ ଗଣ୍ଠିଲି ମୁଣ୍ଡେଇ ନେଇ ମୋ ପଛେ ପଛେ ଆସିବାକୁ କହିଲି l “

Adarsha Guru Odia Story

Dedhasaha Barsara Apekhya Odia Story – Click Here

Adarsha Guru Odia Story, Adarsha Guru Odia Story, Adarsha Guru Odia Story

Leave a Comment

From Most Popular Categories

You cannot copy content of this page