15 + Odia Kabita By Rabindra Nath Acharya

Odia Kabita

15 + Odia Kabita By Rabindra Nath Acharya

Facebook
WhatsApp
Telegram

Odia Kabita : When reading poetry is something that you love to do, a beautiful quote can make the whole experience even better. So start your reading journey with one of our best quotes and enjoy the sweetness of poetry!

The above list of poems is just the tip of the iceberg. There are numerous more such poems in Odia literature. Some of them have been quoted at the beginning, while others were not shared for their family-friendly nature. Thus we hope that these quotes will inspire you to write your own one!
Try giving it a title and sprinkling some emotions to make it work better!

Odia Kabita – ମେଲାଣି

ବୟସ ନଦୀରେ ରୂପର ଜୁଆର

ନୀରବରେ ଯାଏ ଚାଲି

ସେଦିନର ସନ୍ଧ୍ୟା ନିଶ୍ଚେ ଆସିବ

କେହି ନପାରିବ ଭୁଲି।

–ଡଃ ରବିନ୍ଦ୍ରନାଥ ଆଚାର୍ଯ୍ୟ —

ବିଦାୟର ଗାନ ବିଷାଦ ମଉନ

ପ୍ରିୟଜନଥିବେ ଚାହିଁ

ଜୀବନ ଦୀପରେ ତେଲ ସରିଗଲେ

କିଏ ରହିଛିବା କାହିଁ

ସେଥିପାଇଁ ସିନା ଯିବାକୁହିଁ ହେବ

ଏ ମର ଦେହକୁ ଭୁଲି।

–ଡଃ ରବିନ୍ଦ୍ରନାଥ ଆଚାର୍ଯ୍ୟ —

ଲୁହରେ ଲେଖିଛି କେତେ ମୁଁ କବିତା

ନୀରବେ ଗୋପନେ ସିନା

ଭୁଲିକି ପାରିବି ଅତୀତର ସାଥୀ

ମନ ମୋ ବୁଝୁନି ଜମା।

ଯେତେ ହସ ଖୁସି ସବୁଯିବ ଚାଲି

ଜମା ତ ପାରୁନି ଭୁଲି।

–ଡଃ ରବିନ୍ଦ୍ରନାଥ ଆଚାର୍ଯ୍ୟ —

ଲେଖୁଥିଲି କିଛି କିଛିଦିନ ତଳେ

ଆଉ ଜମା ଲେଖୁନାହିଁ

କାହିଁକି ଲେଖୁନି ଜାଣିପାରୁନାହିଁ

କହିବାକୁ ଭାଷା ନାହିଁ

ସେଥିପାଇଁ ବ୍ୟଥା ବେଦନା କଷଣ

କାହାକୁ କହିବି ଖୋଲି।

–ଡଃ ରବିନ୍ଦ୍ରନାଥ ଆଚାର୍ଯ୍ୟ —

ସୀମନ୍ତିନୀ

ପ୍ରଭାତରୁ ଉଠି ଗାଆଁ ବୋହୂଟିଏ

ବାସିକାମ ସାରି ଘର 🏠

ଆନ ବଧୂମେଳେ ଯାଏସେ ଗାଧୋଇ

ପାଦ ତା ହୁଏ ଅଧୀର।

–ଡଃ ରବିନ୍ଦ୍ରନାଥ ଆଚାର୍ଯ୍ୟ —

ଜଳେ ସ୍ନାନକାଳେ ଭୁଆସୁଣୀ ମେଳେ

ଆଳାପେ ମନ ଚଞ୍ଚଳ

କେହି ମାଜୁଥାଏ ପାଉଁଜି ଅଥବା

ଅସନା ପାଦଯୁଗଳ ।

–ଡଃ ରବିନ୍ଦ୍ରନାଥ ଆଚାର୍ଯ୍ୟ —

ଭୁଲି ଯାଇଥାଏ ଘରକଥା କିବା

ଫେରିବା କଥାକୁ ତାର

ନଣନ୍ଦ ଚତୁରୀ କଥା ତା କତୁରୀ

ଶାଶୁର ଗାଳିକୁ ଡର।

–ଡଃ ରବିନ୍ଦ୍ରନାଥ ଆଚାର୍ଯ୍ୟ —

ଆଗମନ ପଥେ ଗରାରୁ ତାହାର

ଚବର ଚବର ପାଣି

ଛିଟିକି ପଡ଼ି ତା ଓଦା ଭିଜାବାସ

ମନକୁ ନିଅଇ କିଣି।

–ଡଃ ରବିନ୍ଦ୍ରନାଥ ଆଚାର୍ଯ୍ୟ —

ବକ୍ଷୋଜ ତାର ଫୁଟି ଦିଶୁଥାଏ

ଜାଣି ସେ ନପାରେ ଏକା

ମୁଖପୋତି ଚଳେ ସଲ୍ଲଜ ବଦନେ

ଧୂଳିଭିଜା ପାଦରେଖା।

–ଡଃ ରବିନ୍ଦ୍ରନାଥ ଆଚାର୍ଯ୍ୟ —

ନାରୀ ପୁରୁଷକୁ ଜନମ ଦେଇ ହେ

ନାରୀକୁ କରିଲ ହୀନ

ଗଣ ବଳାତ୍କାର ଧର୍ଷଣ ତଳେ

ହେବ ବୋଲି ହିନୀମାନ।

–ଡଃ ରବିନ୍ଦ୍ରନାଥ ଆଚାର୍ଯ୍ୟ —

ଜନନୀ ନାମର ସାର୍ଥକ ପାଇଁ

କର ତାକୁ ମହୀୟାନ

ରକ୍ଷା କରଏ ମାତୃଜାତିକୁ

କର ତାର ଜୟଗାନ।

–ଡଃ ରବିନ୍ଦ୍ରନାଥ ଆଚାର୍ଯ୍ୟ —

କାଉ ଡାକେ ‘କା’

ରାତି ପାହିଲା ସକାଳ ହେଲା

କାଉ ରାବିଲା କାଆ

ଦକ୍ଷିଣ ଦିଗୁ ବୋହି ଆସିଲା

ସୁଲୁ ସୁଲିଆ ବାଆ।

ଏତେ ସକାଳ! କାହୁଁ ଅଇଲୁ

କାଉ ତୁ କହି ଯା’

ତୋ ପାଇଁ ପରା ମୁଠେ ଚାଉଳ

ଆଣିଛି ଖାଇ ଯା’

ଖବର ଯଦି ‌ଅଛିରେ କିଛି

ମୋ କାନେ କହି ଯା’।

ଡାକ ପିଅନ ଆସିନି ଜମା

ଦେଇନି ଚିଠି ମୋତେ

ମନଟା ମୋର ଗୋଡେଇ ହୁଏ

କିସ କହିବି ତୋତେ।

କେହି ମୋ ନାହିଁ ସାହା

ତାଙ୍କରି ପଥ ରହିଛି ଚାହିଁ

ଯା କହିବୁ ଯାଆ

ଚାଉଳ ମୁଠେ ଆଣିଛି ହାତେ

ଖୁସିରେ ଖାଇ ଯାଆ।

ଡଃ ରବିନ୍ଦ୍ରନାଥ ଆଚାର୍ଯ୍ୟ।

ଶ୍ରୀହୀନ ଗୁଜରାଟ

ମାଆ ମାଆ ବୋଲି ପୁଅଟି ଡାକୁଛି
ମାଆ ଯେ ନ ଶୁଣେ ଆଉ
ସବୁଦିନ ପାଇଁ ଯାଇଛି ସେ ଶୋଇ
ଚନ୍ଦ୍ରେ ଗ୍ରାସିଛି ରାହୁ।

ଅଦୂରେ ଦେଖିଲା ମାଆ ତା’ପଡିଛି
ଭୂକମ୍ପ ଦେଇଛି ଧୋକା
ଆହା ବୋଲିବାକୁ ସାହା ନାହିଁ ତାର
ନିରିମାଖି ସେ ଯେ ଏକା।

ମୁଣ୍ଡଟି ତାହାର ଯାଇଅଛି ଫାଟି
ରକତେ ଡୁବଇ ଦିହ
ଛାତି ଭିତରଟା ଗୁମୁରି ଉଠୁଛି
ଆଖିରୁ ଝରଇ ଲୁହ।

ଆଖି 👀 କଟମଟେ ଅନାଇ ରହିଛି
ଜନମ ଦୁଃଖିନୀ ଧନ
ଦୁଃଖ ଦୁନିଆରେ କିପରି ଚଳିବ
ସେ ଯେ ଦୀନ ଅକିଞ୍ଚନ।

ଜନଶୂନ୍ୟେ ମାତା ଗୁଜରାଟ କାନ୍ଦେ
‌ ଏକି ହେଲା ତାର ଗତି
ସାଙ୍ଗ ସାଥି ଭାଇ ଆବୋରି ଥିଲେ କି
‌ହୁଅନ୍ତା ଏହି ଦୁର୍ଗତି !
ଘର 🏠 ଦ୍ଵାର ଆଉ ଗଜ ବୃଚ୍ଛ ସବୁ
‌ ଉପୁଡ଼ି ପଡ଼ିଛି ତଳେ
ହାଡ଼ର ଟୁକୁରା ବିଦୀର୍ଣ୍ଣ ବକ୍ଷ
‌ ଲୋଟିଛି ମଶାଣି ତଳେ।

ବିବର୍ଣ୍ଣ ଶ୍ରୀହୀନ ଗୁଜରାଟ ରାଜ୍ୟ
କୁହରିତ ନାହିଁ ଆକି
ମୁମୁର୍ଷୁ ପ୍ରାଣର କରୁଣ କାହାଣୀ
ଆବର କୀରତି ରାଜି।

ଦୁଃଖୀ ପାଇଁ ଦୁଃଖ ରଖିଲା ଜୀବନେ
‌ ‌ କି ପାଇଁ ଧାତା ବିଧାତା
ମାତା ବିମାତାର ଇତିହାସ ଗାଥା
‌ ରହିଛି ପୁରାଣେ ଯଥା।

ଡଃ ରବିନ୍ଦ୍ରନାଥ ଆଚାର୍ଯ୍ୟ।

ଆସିଥିଲା ଦିନେ କଳିକାଟେ ହୋଇ

ଆସିଥିଲା ଦିନେ କଳିକାଟେ ହୋଇ
ଫୁଲର ମହକ ନେଇ
ମଧୁର ଲଗନରେ ପୀରତି ହାଟରେ
ବାଜୁଥିଲା ଦିନେ ସାହାନାଇ
ଆସିଥିଲା ଦିନେ କଳିକାଟେ ହୋଇ

ତନୁ ପୁଲକାଇ ବାସ ଚହଟାଇ
ମଳୟ ମହକୁ ଥିଲା
ମଧୁଲିଟ ମଧୁ ମହକ ଶେଯରେ
ପୀରତି ଅଜାଡୁଥିଲା
ଅଳସ ତନୁରେ ପରଶ ପାଇଁକି
କରୁଥିଲା ହାଇ ହାଇ
ଆସିଥିଲା ଦିନେ କଳିକାଟେ ହୋଇ

ଚୂତ ଆଡୁଆଳେ କୋଇଲିଟି କେତେ
ଗାଉଥିଲା ମିଠା କୁହୁ
ଫୁଲେ ଫୁଲେ ଦେଇ ପ୍ରୀତି ଗୁଞ୍ଜନ
ମହୁମାଛି 🐝 ସଞ୍ଚେ ମହୁ।
ଖୁସିର ସକାଳ ଲୁଚି ହଜିଗଲା
ନୀରବରେ ଗଲା ବହି
ଆସିଥିଲା ଦିନେ କଳିକାଟେ ହୋଇ

ଭାବ ଦିଆନିଆ ସେତ ଦି ଦିନିଆ
ପୁନେଇଁ ଅମାବାସ୍ୟା ପରି
ଗୁଞ୍ଜନର ସ୍ବର ମଧୁକୁଞ୍ଜେ ତାର
ପ୍ରାଣ ଦେଇଥିଲା ଘାରି।
ମନପକ୍ଷୀ ତାର ଉଡି ବୁଲୁଥିଲା
ବୀରହର ଗୀତ ଗାଇ
ଆସିଥିଲା ଦିନେ କଳିକାଟେ ହୋଇ

କଳିକାରୁ ଫୁଲ ଫୁଲରୁ ମହକ ଏବେ ତ ଯାଇଛି ସରି
ହଜିଯାଇଛି ସେ ଅଭୁଲା ଅତୀତ
ମାୟା ମରିଚିକା ପରି।
ମନ ଉପବନେ ସୁନେଲି ସପନେ
ଚିତ୍ତ ହେଉଥାଏ ବାଇ
ଆସିଥିଲା ଦିନେ କଳିକାଟେ ହୋଇ

ଡଃ ରବିନ୍ଦ୍ରନାଥ ଆଚାର୍ଯ୍ୟ

କାଳ ରାତ୍ରିର କବିତା

ଖର ଶନିବାର ଆଷାଢ଼ ମାସର
ଅମାବାସ୍ୟା କଳାରାତି
ଶୈଶବରେ କେତେ ଦେଖିଛି ନୟନେ
ମନକୁ ଲାଗଇ ଭୀତି।

ଗାଆଁ ଆମ୍ବ ତୋଟା ଗହଳି ଭିତରେ
ଡାହାଣୀ ନାଚୁଛି ରଙ୍ଗେ
ବାଉଁଶ ବଣରେ ଭୂତର ଆଲୁଅ
ପିଚାଶ ତାହାର ସଂଗେ।

ମଶାଲ ହାତରେ ଗ୍ରାମ ଦେବତୀ ମା
ହିସାବ କରନ୍ତି ନିତି
ପାପପୁଣ୍ୟର ବିଚାର ତାଙ୍କର
କାହାକୁ ବା ତାଙ୍କ ଭୀତି।

ଗଛରୁ ଗଛକୁ ଉଡ଼ି ଯାଉଥାନ୍ତି
ଚିରକୁଣୀ ରାତ୍ରିକାଳେ
କୋକିଶିଆଳିଟା ଭୋକି ବୁଲୁଥିଲା
କାହିଁକି ବା ଅବହେଳେ।

କିଆବଣ ତଳୁ ଧକ୍ ଧକ୍ ନିଆଁ 🔥
ଜଳୁଥିଲା କାହିଁ ପାଇଁ
ରହସ୍ୟମୟ ଏ କାହାର ସଂକେତ
କିଏ ଅବା ଜାଣିବଇଁ।

ଶୋଇ ପଡିଥିଲି ନିଘୋଡ଼ ନିଦରେ
କିଏ ମୋତେ ଡାକିଦେଲା
ମାଆ ଡାକ ବୋଲି ଜାଣିଲି ଯେବେ ମୁଁ
ନିଦ ମୋର ଭାଙ୍ଗିଗଲା।

ଡଃ ରବିନ୍ଦ୍ରନାଥ ଆଚାର୍ଯ୍ୟ

Thank you for visiting our website for job related search visit here

Leave a Comment

You cannot copy content of this page