5 Odia Short Story

5 Odia Short Story

5 Odia Short Story

Facebook
WhatsApp
Telegram

5 Odia Short Story: In a dark, empty room sits a dog. The dog sits there for eternity staring into the darkness. Alone. Loneliness.The following is a short story.

ନିଜେ ବଦଳ

ଥରେ ଜଣେ ଭଦ୍ରଲୋକ ଗୋଟିଏ ସଭା କକ୍ଷରୁ ବାହାରି ବାହାରେ ରଖିଥିବା ଚପଲଗୁଡିକ ଭିତରୁ ହଳେ ପିନ୍ଧିବାକୁ ବାହାରିବା ବେଳକୁ ପାଖରେ ଛିଡା ହୋଇଥିବା ମୁଲ୍ଲା ନସିରୁଦ୍ଦିନ ବଡ଼ ପାଟିରେ କହି ପକାଇଲା – ୟେ ଜଣେ ଭୁଲ ଲୋକ ଦେଖୁଛି !

ଏହା ଶୁଣି ଭଦ୍ରଲୋକ ପଚାରିଲେ – କାହାକୁ କହୁଛନ୍ତି ? ମୁଲ୍ଲା କହିଲେ – ଆପଣଙ୍କୁ l କାରଣ ଆପଣ ଅନ୍ୟ ଲୋକର ଚପଲ ପିନ୍ଧିବାକୁ ଯାଉଛନ୍ତି l
ଭଦ୍ର ଲୋକ କହିଲେ – ତୁମେ କେମିତି ଜାଣିଲ ଯେ ମୁଁ ଅନ୍ୟ ଲୋକର ଚପଲ ପିନ୍ଧିବାକୁ ବାହାରିଛି ବୋଲି ?
ମୁଲ୍ଲା କହିଲେ – ” କାରଣ ଏ ଚପଲ ହଳକ ମୁଲ୍ଲା ନସିରୁଦ୍ଦିନର l
ଭଦ୍ରଲୋକ ପଚାରିଲେ – ମୁଲ୍ଲା ନସିରୁଦ୍ଦିନ କିଏ ?
ମୁଲ୍ଲା କହିଲେ – ମୁଁ l
ଭଦ୍ରଲୋକ ତା ‘ ପରେ କହିଲେ – ଆଚ୍ଛା ଆଚ୍ଛା l ତେବେ ମୁଲ୍ଲା, ମୁଁ ପଚାରୁଛି ମୁଁ ଭୁଲ ଚପଲ ପିନ୍ଧୁଛି ବୋଲି ନ କହି ମୁଁ ଜଣେ ଭୁଲ ଲୋକ ବୋଲି କାହିଁକି କହିଲ ?

ମୁଲ୍ଲା କହିଲେ – ଭୁଲ ଲୋକମାନେ ହିଁ ଭୁଲ କାମ କରନ୍ତି l

କଥାଟି କହି ସାରି ୟୁଜିକେ କହିଲେ – ମୁଲ୍ଲା ଠିକ କହିଥିଲେ l ଭୁଲ ଲଯ ହିଁ ଭୁଲ କାମ କରନ୍ତି l ତେଣୁ ଆପଣ ଯଦି ଭୁଲ କାମ କରିବାକୁ ଚାହୁଁନାହାନ୍ତି, ତେବେ ପ୍ରଥମେ ଆପଣଙ୍କୁ ଜଣେ ଠିକ ଲୋକ ହେବାକୁ ପଡିବ l ତେଣୁ ଯଦି କେହି ଭୁଲ କାମ କରିବାକୁ ନ ଚାହେଁ ବା ବାରମ୍ବାର ଭୁଲର ପୁନରାବୃତ୍ତି ନ ହେଉ ବୋଲି ଚାହେଁ, ତେବେ ବାଟଟି ହେଲା ନିଜକୁ ହିଁ ବଦଳାଅ l ନିଜେ ନ ବଦଳି କେବଳ କୌଣସି କାମ କରିବାରେ ଯେମିତି ଭୁଲ ନ ହୁଏ ବୋଲି ଭାବିଲେ କିଛି ଲାଭ ନାହିଁ l

ବୁଦ୍ଧି

ବୈଶାଖମାସର ଟାଣ ଖରା l କୁଆଟିଏ ଶୋଷରେ ଝୋଲାମରା ହୋଇଯାଇଥାଏ l ପାଣି ଖୋଜି ଖୋଜି ସେ ଗୋଟିଏ ଘର ପାଖରେ ପହଞ୍ଚିଲା l ସେଠାରେ ମାଠିଆଟିଏ ପଡିଥାଏ l ତା ଭିତରେ ମୁନ୍ଦାଏ ପାଣି ଦିଶିଲା l ମାଠିଆ ଟି ଖୁଵ ବଡ ହୋଇଥିବାରୁ କୁଆର ଥଣ୍ଟ ପାଇଲା ନାହିଁ l ସେ ସବୁଆଡେ ଚାହିଁଲା l ପାଖରେ ଅନେକ ଗୋଡି ପଡିଥିଲା l କୁଆଟି ଗୋଟିଏ ଉପାୟ ପାଞ୍ଚିଲା l ସେ ଗୋଟି ଗୋଟି କରି ଗୋଡ଼ିକୁ ଥଣ୍ଟରେ ନେଇ ମାଠିଆ ଭିତରେ ପକାଇଲା l ଗୋଡି ପକାଇବାରୁ ପାଣି ଟିକିଏ ଉପରକୁ ଉଠିଲା l ମାଠିଆଟିଏ ଗୋଡି ପୁରିଯିବାରୁ ପାଣି ଉପରକୁ ଦେଖାଗଲା l ତାପରେ କୁଆଟି ସେ ପାଣିକୁ ପିଇ ଶାନ୍ତି ପାଇଲା l ଶୋଷ ମରିବାରୁ କୁଆଟି ଉଡ଼ିଗଲା l

ମନେରଖ – ନିଜ ବୁଦ୍ଧିକୁ ଭଲ କାମରେ ଲଗାନ୍ତୁ

ମୁଁ ଜଣେ ରାଜଭକ୍ତ

ଦିନେ ଆକବର ଏବଂ ବିରବଲ ଏକତ୍ର ବସି ଭୋଜନ କରୁଥାନ୍ତି l ଖାଇବା ସମୟରେ ଆକବର ବାଇଗଣ ପରିବାର ଖୁଵ ପ୍ରଶଂସା କଲେ l ଆକବର କହିଲେ, ” ବାଇଗଣ ହେଉଛି ଏକ ପୁଷ୍ଟିକର ପରିବା l ଏଥିରେ ପ୍ରଚୁର ପୁଷ୍ଟିକର ଉପାଦାନ ରହିଛି l ” ବିରବଲ ମଧ୍ୟ ଆକବରଙ୍କ କଥାରେ ସମ୍ମତି ପ୍ରଦାନ କଲେ l କିଛି ଦିନ ବିତିଗଲା l ଆକବର ବିରବଲ ପୁଣି ଥରେ ଏକାଠି ଖାଉଥାନ୍ତି l ଏହି ସମୟରେ ରୋଷେୟା ବାଇଗଣ ତରକାରୀ ଆଣି ପରସିବାକୁ ଆସିଲା l ମହାରାଜ ଯେମିତି ବାଇଗଣ ତରକାରୀ ଦେଖିଲେ ସେ ସଙ୍ଗେ ସଙ୍ଗେ ରୋଷେୟାକୁ ଦେବା ପାଇଁ ମନା କରିଦେଲେ ଏବଂ କହିଲେ, ” ବାଇଗଣ ଗୁଡିକ ଖାଇବାକୁ ଆଦୌ ସ୍ୱାଦିଷ୍ଟ ନୁହେଁ l ଏହା ଭିତରେ ଖାଲି ମଞ୍ଜି ଭର୍ତ୍ତି ହୋଇ ରହିଛି l ଏଥିରେ କୌଣସି ପୁଷ୍ଟିକର ଉପାଦାନ ନାହିଁ l ” ଏହା କହି ରାଜା ବାଇଗଣ ତରକାରୀ ବିରବଲଙ୍କୁ ଦେବା ପାଇଁ କହିଲେ l

ରୋଷେୟା ବିରବଲଙ୍କ ଥାଳିରେ ତରକାରୀ ପରଷିବା ସମୟରେ ବିରବଲ ତାଙ୍କୁ ମଧ୍ୟ ବାରଣ କଲେ, ଏବଂ କହିଲେ ” ନା… ନା… ବାଇଗଣ ଶରୀର ପାଇଁ ଅନିଷ୍ଟକାରୀ ନୁହଁ l ଆପଣ ମହାରାଜ ଏଇ କିଛି ଦିନ ପୂର୍ବେ ବାଇଗଣ ପରିବାର ଖୁଵ ପ୍ରଶଂସା କରୁଥିଲେ l କିନ୍ତୁ ବର୍ତ୍ତମାନ ଆପଣ ଏହି ପରିବାକୁ ଖାଇବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି l ହଜୁର, ମୁଁ ଆପଣଙ୍କ ଭକ୍ତ ଅଟେ l ବାଇଗଣର ନୁହେଁ l ଅନ୍ୟ ଭାଷାରେ କହିଲେ, ମହାରାଜ ! ମୁଁ ଆପଣଙ୍କ ସେବକ l ବାଇଗଣର ନୁହଁ l “

ବିରବଲଙ୍କ ଚତୁରତାପୂର୍ଣ୍ଣ କଥା ଶୁଣି ଆକବର ଖୁସି ହୋଇଗଲେ l

ବନ୍ଧୁ ମିଳନ

ଦୁଇ ଘନିଷ୍ଠ ବନ୍ଧୁ ଥିଲେ l ପାଠ ପଢି ସାରିବା ପରେ ଦୁଇ ଜଣ ସହର ଛାଡି ବାହାରକୁ ଭାଗ୍ୟ ତିଆରି କରିବାକୁ ଚାଲିଗଲେ l ସେ ଅତି ସଫଳ ଓ ବିଖ୍ୟାତ ହୋଇଗଲେ l ଅନେକଙ୍କ ପାଇଁ ସେ ଇର୍ଷଣୀୟ ହୋଇଗଲେ l ତାଙ୍କ ମନରେ ଟିକିଏ ଅହମିକା ଜାତ ହେଲା l ଥରେ ତାଙ୍କ ମନରେ ଇଚ୍ଛା ହେଲା ଥରେ ଯାଇ ତାଙ୍କ ବାଲ୍ୟ କାଳର ସହରରୁ ବୁଲି ଆସିବେ l ସେଇ ଛୋଟ ସହରରେ ତାଙ୍କ ଆଗମନ ଲାଗି ବିଶେଷ ସ୍ୱାଗତ ସମ୍ବର୍ଦ୍ଧନାର ଆୟୋଜନ କରାଯାଇଥିଲା l ଏଥିରେ ଭଦ୍ରଲୋକଙ୍କ ଛାତି କୁଣ୍ଢେମୋଟ l କିଛି ସମୟ ପରେ ସେ ରହୁଥିବା ଡାକବଙ୍ଗଳାରୁ ନିଜ ଅନ୍ତରଙ୍ଗ ବନ୍ଧୁଙ୍କୁ ଖବର ପଠାଇ ଡକାଇଲେ l ବନ୍ଧୁ ଜଣକ ସେଇ ସହରରେ ଏକ ଅତ୍ୟନ୍ତ ସାଧାରଣ ଜୀବନ କାଟୁଥିଲେ l ଅନେକ ଦିନ ପରେ ବାଲ୍ୟ ବନ୍ଧୁଙ୍କ ସହିତ ଦେଖା ହେବ ବୋଲି ସେ ଗଦ ଗଦ ହୋଇ ଦୌଡିଲେ l ଦୁଇ ବନ୍ଧୁଙ୍କ ମିଳନ ହେଲା l ସଫଳ ବନ୍ଧୁ ଜଣକ ନିଜ ସଫଳତାର କାହାଣୀ କହି ଚାଲିଲେ ଯାହା ବନ୍ଧୁଙ୍କୁ ଖୁସି କଲା l ସବୁବେଳେ କିଛି ଶୁଣି ବନ୍ଧୁ ଆତ୍ମହରା ହେଉଥାନ୍ତି l

ବିଖ୍ୟାତ ଭଦ୍ରବ୍ୟକ୍ତି ଏବେ ନିଜ ବାଲ୍ୟକାଳୀନ ସହରରୁ ବିଦାୟ ନେଲେ l ଗଲାବେଳେ ବନ୍ଧୁଙ୍କ ଲାଗି ଛୋଟିଆ ଚିଠିଟିଏ ଦେଇଗଲେ l

ତହିଁରେ ଲେଖାଥିଲା – ପ୍ରିୟ ବନ୍ଧୁ, ମୁଁ ମୋ ସହରକୁ ଯାଇଥିଲି ଏକ ଅହଂକାର ର ବଶବର୍ତ୍ତୀ ହୋଇ l ଯେମିତି ମୋ ସଫଳତା ଶୁଣି ସମସ୍ତେ ମୋତେ ଇର୍ଷା କରିବେ l ତାହା ମୋତେ ଆତ୍ମପ୍ରସାଦ ଦେଇଥାନ୍ତା l ସେଠାରେ ସେମିତି ଘଟିଲା ମଧ୍ୟ l କିନ୍ତୁ ତୁମ ସହ ସାକ୍ଷାତ ମୋତେ ମୋ ନିଜର ଦୁର୍ବଳତାକୁ ଦେଖାଇ ଦେଲା l ତୁମେ ମୋ ସଫଳତାରେ ଏତେ ନିରୋଳା ଆନନ୍ଦ ପ୍ରକାଶ କଲ ଯେ ମୋ ଅହଂକାର ଦ୍ରଵୀଭୂତ ହୋଇଗଲା l ଦେଖିଲି ସତରେ ତୁମ ବିଚାର କେତେ ଉଚ୍ଚରେ ! ଅନ୍ୟମାନଙ୍କ ଭଳି ତୁମେ ମୋତେ ଇର୍ଷା କରିଥିଲେ ହୁଏତ ଏ ଚିଠିଟି ମୁଁ ତୁମକୁ ଲେଖି ନ ଥାଆନ୍ତି l

5 Odia Short Story

Leave a Comment

You cannot copy content of this page